ଗଞ୍ଜାମ

ଗଞ୍ଜାମରେ ଦୋକାନୀମାନଙ୍କ ପାଇଁ ନୂଆ ନିୟମ: ରଖିବେ ଗ୍ରାହକଙ୍କ ତଥ୍ୟ; ସାମାଜିକ ଦୂରତା-ମାସ୍କ ବ୍ୟବହାର ନିଶ୍ଚିତ, ନହେଲେ ହେବ ସିଜ୍‌

ଛତ୍ରପୁର, ୧୩।୫(ଡି.ଏନ୍‌.ଏ.)- ରାଜ୍ୟର କରୋନା ଆକ୍ରାନ୍ତ ଜିଲାଗୁଡ଼ିକ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ଏହି ସଂଖ୍ୟା ୨୧୦ ରହିଛି। ତେବେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ…

CORONAVIRUS UPDATE: ୨୦୦ ଡେଇଁଲା ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର,୧୩।୫:(ବ୍ୟୁରୋ)- ରାଜ୍ୟରେ ବୁଧବାର ଚିହ୍ନଟ କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଁଚିଛି। ଏଥିମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୫୨ ଜଣ ଅଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ ହୋଇଛି। ତେବେ ଯେଉଁଭଳି ଭାବେ ଆକ୍ରାନ୍ତ ସଂଖ୍ୟା…

ସଙ୍ଗରୋଧ ଗୃହରେ ସନ୍ତାନ ଜନ୍ମ

ବେଗୁନିଆପଡ଼ା,୧୩ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ସନ୍ତୋଷିନୀ ପ୍ରଧାନଙ୍କର ମଙ୍ଗଳବାର ଅପରାହ୍ନରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ସନ୍ତୋଷିନୀ ଓ ତାଙ୍କ ସ୍ବାମୀ ଗତ…

ପ୍ରବାସୀଙ୍କୁ ପୂରାଇ ଦେବେନି: ସ୍କୁଲ ବାଟରେ ବାଉଁଶ ବାନ୍ଧିଲେ ଗ୍ରାମବାସୀ

ପାଟପୁର,୧୩ା୫-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକକୁ ଆଗକୁ ବହୁ ପ୍ରବାସୀ ଫେରିବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ୧୦୦ଟି ସ୍କୁଲ, କଲେଜରେ କ୍ବାରାଣ୍ଟାଇନ କେନ୍ଦ୍ର ଖୋଲାଯାଇଛି। ହେଲେ କେତେକ ଗ୍ରାମରେ ସୁରଟ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କୁ ସ୍କୁଲରେ ରଖିବାକୁ ଗ୍ରାମବାସୀ ବିରୋଧ…

ଅପରାହ୍ନ ୧ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଖୋଲିବ ମାର୍କେଟ, ମଲ: ୫ ଜଣଙ୍କୁ ପ୍ରବେଶ ଅନୁମତି

ବ୍ରହ୍ମପୁର ଅଫିସ,୧୩ା୫-ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ମାର୍କେଟ ତଥା ଦୋକାନ ଖୋଲିବା ନେଇ ରହିଥିବା ପୂର୍ବ ନିର୍ଦ୍ଧାରିତ ସମୟସୀମାରେ ପରିବର୍ତ୍ତନ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ପକ୍ଷରୁ ଏନେଇ ମଙ୍ଗଳବାର ନୋଟିସ୍‌…

ଅଳସୁ ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ୧୪ ବଖରା

ଜଗନ୍ନାଥପ୍ରସାଦ,୧୩ା୫(ଡି.ଏନ୍‌.ଏ.)- ଜଗନ୍ନାଥପ୍ରସାଦ ବ୍ଲକ ଅଳସୁ ଗ୍ରାମ ଖଇରଝୋଳରେ ମଙ୍ଗଳବାର ନିଅଁା ଲାଗି ୧୪ ବଖରା ପୋଡି ପାଉଁଶ ହୋଇଛି। ଅପରାହ୍ନ ପ୍ରାୟ ୪ଟାବେଳେ ଜଣେ ବ୍ୟକ୍ତିଙ୍କ ରୋଷେଇ ଘର ଚାଳ ଛପରରେ ନିଅଁା ଲାଗିଥିବା ସାହିଲୋକେ ଦେଖିଥିଲେ। ଚାହୁଁ ଚାହୁଁ ନିଅଁା…

ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ମାନକୁ ନେଇ ଉପ ଜିଲାପାଳଙ୍କ ଅସନ୍ତୋଷ

ଭଞ୍ଜନଗର,୧୩ା୫(ଡି.ଏନ୍‌.ଏ.)- ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ ମଙ୍ଗଳବାର ସୋରଡ଼ା ବ୍ଲକ ଲାଠିପଡ଼ା ପଞ୍ଚାୟତ ଭାଲିଆପଲ୍ଲୀ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ। ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଲିକା ଅନୁଯାୟୀ ଉତ୍ତମ ଖାଦ୍ୟ ଦେବାକୁ…

କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତ

ଶେରଗଡ,୧୩ା୫(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକରେ କରୋନା ମୁକାବିଲା ପାଇଁ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେ ହେଲେ ଓଡ଼ିଶା ପ୍ରଶାସନିକ ସେବାର ଭୂବନ କୁମାର ଶତପଥୀ। ଶେରଗଡ ବିଡିଓ ସୁରଞ୍ଜନ କୁମାର ସାହୁ ଓ ତହସିଲଦାର ଦୟାସିନ୍ଧୁ ପରିଡାଙ୍କୁ ବ୍ଲକରେ କରୋନା…

ପିପୁଲ୍ସ କଲେଜ ହେବ କୋଭିଡ୍‌ କେୟାର ସେଣ୍ଟର

ବୁଗୁଡା,୧୩ା୫(ଡି.ଏନ୍‌.ଏ.)- ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମଙ୍ଗଳବାର ଅପରାହ୍ନରେ ବୁଗୁଡା ଗସ୍ତରେ ଆସିଥିଲେ। ବିଡିଓ ତନ୍ମୟ ପାତ୍ରଙ୍କ ସହ ବିଭିନ୍ନ ସଙ୍ଗରୋଧ ଗୃହ ପରିଦର୍ଶନ ପରେ ବୁଗୁଡା ପିପୁଲ୍ସ କଲେଜରେ ପହଞ୍ଚତ୍ଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ସହ ଆଲୋଚନା କରିବା…

ଚୋରି ଟଙ୍କା, ସୁନା ଜବତ: ୨ ଗିରଫ

ଦିଗପହଣ୍ଡି,୧୨ା୫(ଡି.ଏନ.ଏ.)- ଦିଗପହଣ୍ଡି ପୋଲିସ ମଙ୍ଗଳବାର ପାଟପୁର ଥାନା ସାହସପୁର ଉତୁରାସି ବସ୍ତିର ବୁଦ୍ଧିଆ ପ୍ରଧାନ ଏବଂ ଟି. ସନ୍ତୋଷଙ୍କୁ ଏକ ଚୋରି ମାମଲାରେ ଗିରଫ କରିଛି। ଥାନା ମାମଲା ନଂ.୭୦/୨୦ରେ ଅଭିଯୁକ୍ତ ଦ୍ୱୟଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ…

ଗଞ୍ଜାମରେ କରୋନା ସ୍ଥିତି ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ଆଲୋଚନା: ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟର ବୁଲି ଦେଖିଲେ; ଅନ୍ତେବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱ

ଛତ୍ରପୁର, ୧୨।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗତ ୧୦ ତାରିଖରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌କୁ ଜିଲାକୁ ପଠାଇଥିଲେ। ମଙ୍ଗଳବାର ଛତ୍ରପୁରଠାରେ ଥିବା ଜ଼ିଲାପାଳଙ୍କ କାର୍ଯ୍ୟାଳୟରେ ଉକ୍ତ…

୬ ଜଣ ଅସୁସ୍ଥଙ୍କୁ ବ୍ରହ୍ମପୁର ମେଡିକାଲ ପଠାଇଲା ପ୍ରଶାସନ

ବୁଗୁଡା,୧୨।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅନ୍ତର୍ଗତ ୨ଟି କ୍ୱାରାଣ୍ଟାଇନ ସେଣ୍ଟରରୁ ସୋମବାର ରାତିରେ ୬ ଜଣ ଅସୁସ୍ଥଙ୍କୁ ସ୍ବାସ୍ଥ୍ୟପରୀକ୍ଷା ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇ ଦିଆଯାଇଛି। ବ୍ଲକ ଅନ୍ତର୍ଗତ ୨ଟି କ୍ୱାରାଣ୍ଟାଇନ ସେଣ୍ଟରରୁ ଜଣେ ଗର୍ଭବତୀ ଓ ୫ ଜଣ ଅସୁସ୍ଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri