ଗଞ୍ଜାମ

୩ଶହ ଲିଟର ଦେଶୀମଦ ଜବତ, ୩ କୋର୍ଟଚାଲାଣ

ଗୋପାଳପୁର,୨୧ା୫- ଏକ ପିକଅପ୍‌ ଭ୍ୟାନ (ନଂ.ଓଡି୦୭ଡି-୨୦୧୫) ହରିପୁର ରାସ୍ତା ଦେଇ ଗୋପାଳପୁର ଯାଉଥିବାବେଳେ ଜିଲା ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଓ ଗୋପାଳପୁର ଅବକାରୀ କର୍ମଚାରୀ ନାରାୟଣପୁର ଛକ ନିକଟରେ ଚଢ଼ାଉ କରିଥିଲେ। ଭ୍ୟାନ୍‌ରୁ ୩୦୦ ଲିଟର ଦେଶୀ ମଦ ଜବତ କରିବା…

କୃଷିଋଣ ଛାଡ଼ ପାଇଁ ରାଜ୍ୟପାଳଙ୍କୁ କଂଗ୍ରେସର ନିବେଦନ

ବୁଗୁଡ଼ା,୨୧ା୫(ଡି.ଏନ୍‌.ଏ.)- ବୁଗୁଡ଼ା ବ୍ଲକର କୃଷକମାନଙ୍କ କୃଷିଋଣ ଛାଡ଼ ଏବଂ ଋଣ ନବୀକରଣ କୋହଳ କରିବାକୁ ଗୁରୁବାର ସ୍ଥାନୀୟ ବ୍ଲକ କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ତନ୍ମୟ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଲକ୍‌ଡାଉନ ଅଞ୍ଚଳର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି।…

ଶିକ୍ଷାକେନ୍ଦ୍ରକୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ନ କରିବାକୁ ଦାବି

ବୁଗୁଡ଼ା,୨୧ା୫(ଡି.ଏନ.ଏ.)- ବୁଗୁଡ଼ା ସହରର ସାହି ମଧ୍ୟରେ ଅବସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ନ କରିବାକୁ ଗୁରୁବାର ସାହିବାସିନ୍ଦା ବୁଗୁଡ଼ା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଉକ୍ତ ଅନୁଷ୍ଠାନଟି ସାହି ମଝିରେ…

ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନ, ୬ହଜାର ଜରିମାନା ଆଦାୟ

ବୁଗୁଡ଼ା,୨୧ା୫(ଡି.ଏନ.ଏ.)- ବୁଗୁଡ଼ା ସହରରେ ସାବିତ୍ରୀ ବ୍ରତ ପାଇଁ କିଣାକିଣି କରିବାକୁ ଗୁରୁବାର ଲୋକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା ଏବଂ ଛେପ ନ ପକାଇବା ଆଦି ନିୟମକୁ ସମସ୍ତେ ଭୁଲିଯାଇଥିଲେ। ଏହି ଅବସରରେ…

ବାଳସୁଧାର ଗୃହରୁ ଅନ୍ତେବାସୀ ଚମ୍ପଟ ଘଟଣା: ୩ ଜଣଙ୍କୁ ଧରିଲା ପୋଲିସ, ୪ ଜଣଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ , ୨୧।୫ : ଗଞ୍ଜାମ ଜିଲା ବ୍ରହ୍ମପୁର ଏସ୍‌ପି ଓ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରରେ ବାଳସୁଧାର ଗୃହ ରହିଛି । ତେବେ ଗତ ୩ ଦିନ ତଳେ ଉକ୍ତ ବାଳାଶ୍ରମରେ ରହୁଥିବା ପ୍ରାୟ…

ବ୍ରହ୍ମପୁର ଆଇଟିଆଇ ପ୍ରସ୍ତୁତ କଲା ସବୁଠୁ ଶସ୍ତା ଅଟୋମେଟିକ୍‌ ହ୍ୟାଣ୍ଡ ସାନିଟାଇଜର: ଭାରତର ସମସ୍ତ ଆଇଟିଆଇକୁ ଫେସ୍‌ ସିଲ ପ୍ରସ୍ତୁତି ତାଲିମ ଦେବ

ବ୍ରହ୍ମପୁର ଅଫିସ,୨୧ା୫: କରୋନା ମୁକାବିଲା ପାଇଁ ବ୍ରହ୍ମପୁର ଆଇଟିଆଇ ସ୍ବୟଂଚାଳିତ ଓ ପଦଚାଳିତ ସାନିଟାଇଜର ମେଶିନ ତିଆରି କରିଛି। ଇଲେକ୍ଟ୍ରିକାଲ ଓ ପ୍ଲମ୍ବର ସ୍କାର୍ପ ସାମଗ୍ରୀକୁ ବିନିଯୋଗ କରି ୭ଟି ମଡେଲର ଅଟୋମେଟିକ୍‌ ହ୍ୟାଣ୍ଡ ସାନିଟାଇଜର ଡିସ୍ପେନସିଭ୍‌ ମେଶିନ ପ୍ରସ୍ତୁତ କରାଯାଇଛି।…

ଛତ୍ରପୁର ବିଡିଓଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ; ଏନ୍‌ଏସ୍‌ଏ ଲଗାଇବାକୁ ଓଏଏସ୍‌ ସଂଘର ଦାବି

ଛତ୍ରପୁର, ୨୧।୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ଆକ୍ରମଣ ଓ ହତ୍ୟା ଧମକ ମାମଲାରେ ସମ୍ପୃକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ପଞ୍ଚାୟତ ଅଧୀନ ତେଲୁଗୁନୂଆଗାଁର ବାପି ଦାସ…

ମହିଳାଙ୍କୁ ମେଡିକାଲ ନେବା ସମୟରେ ଓଲଟିଲା ଅଟୋ, ଆଶାକର୍ମୀଙ୍କ ସମେତ ୪ ଆହତ

ଛତ୍ରପୁର,୨୧ା୫(ଡି.ଏନ୍‌.ଏ.): ବ୍ରହ୍ମପୁର ବଡ଼ ମେଡିକାଲକୁ ଜଣେ ମହିଳାଙ୍କୁ ନେଇ ଯାଉଥିବା ବେଳେ ଗୁରୁବାର ପୂର୍ବାହ୍ନରେ ଏକ ଅଟୋ ଛତ୍ରପୁରସ୍ଥିତ ଡିଆରଡିଏ କାର୍ଯ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ୪ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ଅଟୋ…

CORONAVIRUS UPDATE: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର,୨୧।୫: ରାଜ୍ୟରେ ଗୁରୁବାର ସକାଳେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ୮୫ ବର୍ଷୀୟ ହୋଇଥିବା ବେଳେ ସେ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛିି।  ତେବେ ଏହାକୁ ମିଶାଇ ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ରେ…

କ୍ରିକେଟ ନ ଖେଳିବାକୁ ତାଗିଦ୍‌ କରିବାରୁ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର

ଗଞ୍ଜାମ,୨୧ା୫(ଡି.ଏନ୍‌.ଏ.)-କଟକଣା ସତ୍ତ୍ୱେ କ୍ରିକେଟ ଖେଳୁଥିବା କେତେଜଣ ଅମାନିଆ ଯୁବକଙ୍କୁ ଛତ୍ରପୁର ବିଡିଓ ଓ ତହସିଲଦାର ତାଗିଦ କରିବାରୁ ସେମାନେ ଦୁର୍ବ୍ୟବହାର କରିଥିବା ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।…

୫୧ ବସ୍ତା ଗୁଟ୍‌ଖା ଜବତ, ଜଣେ ଅଟକ

ଶେରଗଡ,୨୧ା୫(ଡି.ଏନ୍‌.ଏ.)- ଶେରଗଡ ପୋଲିସ ଓ ପ୍ରଶାସନ ତହସିଲ ରୋଡରେ ଥିବା ଏକ ଘରୁ ବିପୁଳ ପରିମାଣର ଗୁଟ୍‌ଖା ଓ ଖଇନି ଜବତ କରିଛି। ଜଣେ ବ୍ୟକ୍ତିଙ୍କ ଘରେ ବିପୁଳ ପରିମାଣର ଗୁଟ୍‌ଖା ମହଜୁଦ୍‌ ଥିବା ଖବର ପାଇ ଶେରଗଡ ତହସିଲଦାର ଡ.…

ପାଚେରି ଡେଇଁ ଧାରଣାରେ ବସିଲେ ଅନ୍ତେବାସୀ

ଶେରଗଡ଼,୨୧ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଠୁରୁବୁରାଇ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ବୁଧବାର ବାସିଖାଦ୍ୟ ଦିଆଯାଇଥିବାରୁ ଅନ୍ତେବାସୀମାନେ ପାଚେରୀ ଡେଇଁ ରାସ୍ତା ଅବରୋଧ କରିଥିଲେ। ଖବରପାଇ ପ୍ରଶାସନ ଓ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri