ଶ୍ୱଶୁରଙ୍କ ଗୁଳିମାଡ଼ରେ ଚାଲିଗଲା ବୋହୂଙ୍କ ଜୀବନ,ବନ୍ଧୁକ ଜବତ
ଶେରଗଡ଼/ସୋରଡ଼ା,୧୩ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ବଡ଼ଗଡ଼ ଥାନା ବାରଭରଣିଆ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବାପ-ପୁଅଙ୍କ ଗଣ୍ଡଗୋଳରେ ବଳି ପଡ଼ିଛନ୍ତି ବୋହୂ। ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଶ୍ୱଶୁରଙ୍କ ଗୁଳିମାଡ଼ରେ ମୃତ୍ୟୁ ଘଟିଛି ନବବିବାହିତାଙ୍କର। ମୃତକ ହେଲେ ସୋରଡ଼ା…
ଗଞ୍ଜାମରେ ନୂଆ ପଜିଟିଭ୍ ମଧ୍ୟରେ ୧୧ କରୋନା ଯୋଦ୍ଧା, ଟୁଇଟ୍ କରି ସୂଚନା ଦେଲେ ଜିଲାପାଳ
ଛତ୍ରପୁର, ୧୩।୬(ଡି.ଏନ୍.ଏ.)- ଗଞ୍ଜାମ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ଜଣ କରୋନା ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ସେଥିରେ ୧୧ ଜଣ କରୋନା ଯୋଦ୍ଧା ମଧ୍ୟ ଅଛନ୍ତି। ସେମାନେ କରୋନା ପଜିଟିଭ୍ମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଶନିବାର ଅପରାହ୍ନ…
ଛତ୍ରପୁର ବ୍ଲକରୁ ୪ କରୋନା ପଜିଟିଭ ଚିହ୍ନଟ: ନରେନ୍ଦ୍ରପୁର ପଞ୍ଚାୟତ, ଘଡ଼ଘଡ଼ାପଲି ଗାଁ ୧୭ ପର୍ଯ୍ୟନ୍ତ ଶଟ୍ଡାଉନ
ଛତ୍ରପୁର, ୧୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରୁ ଶନିବାର ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଘଡ଼ଘଡ଼ାପଲି ଗାଁର ୩ ଆକ୍ରାନ୍ତ ରହିଥିବା ବେଳେ ନରେନ୍ଦ୍ରପୁର ଗାଁର ଜଣେ ରହିଛନ୍ତି। ପଜିଟିଭ ଚିହ୍ନଟ ପରେ…
ଛତ୍ରପୁର ଏସ୍ଡିପିଓ-ଆଇଆଇସିଙ୍କୁ କରୋନା: ଟୁଇଟ୍ କରି ସୂଚନା ଦେଲେ ଗଞ୍ଜାମ ଏସ୍ପି
ଛତ୍ରପୁର,୧୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲିସ ଅଧୀନ ଛତ୍ରପୁର ଏସ୍ଡିପିଓ ଓ ଥାନା ଆଇଆଇସି କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଶନିବାର ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେମାନଙ୍କ ସେବା…
ଶଟ୍ଡାଉନ୍ରେ ଚାଲିଛି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ
ଗଞ୍ଜାମ,୧୩।୬(ଡି.ଏନ୍.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରୁ ସାନ ବଜ଼ାର ଯାଏ ସୌନ୍ଦର୍ଯ୍ୟ କରଣ ନିମନ୍ତେ ରାସ୍ତା ନିର୍ମାଣ କାର୍ଯ୍ୟ ଗତ କିଛି ଦିନ ହେବ ଆରମ୍ଭ ହୋଇଛି l ବୁଧ, ଗୁରୁ ଓ ଶୁକ୍ରବାର ୩ଦିନ ଧରି ପ୍ରଶାସନ ପକ୍ଷରୁ…
କଳିଙ୍ଗା ଘାଟିରୁ ୭ ଡ଼କାୟତ ଗିରଫ
ଭଞ୍ଜନଗର,୧୨।୬(ଡି.ଏନ.ଏ)- ଭଞ୍ଜନଗର ପୋଲିସ ଗୁରୁବାର ରାତିରେ କଳିଙ୍ଗା ଘାଟିରେ ଡ଼କାୟତି ଯୋଜନା କରୁଥିବା ବେଳେ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪ ବୋମା, ୨ ଖଣ୍ଡା ସମେତ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି। ଗିରଫମାନେ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ…
ଡକାୟତି ଯୋଜନା ପଣ୍ଡ: ୮ ଗିରଫ, ମାରଣାସ୍ତ୍ର ଜବତ
ହିଞ୍ଜିଳିକାଟୁ,୧୨ା୬(ଡି.ଏନ୍.ଏ)-ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋପୀନାଥପୁରଠାରେ ଏକ ରାଜପଥ ଲୁଟେରା ଗ୍ୟାଙ୍ଗ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ପାଇଁ ଯୋଜନା କରୁଥିବାବେଳେ ହିଞ୍ଜିଳି ପୋଲିସ ଏହାକୁ ପଣ୍ଡ କରିଛି। ଏହି ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କଠାରୁ ୨ବାଇକ, ଗୋଟିଏ ପିସ୍ତଲ,…
କୋଭିଡ କଣ୍ଟ୍ରୋଲ ରୁମ୍ରେ କାର୍ଯ୍ୟ କରୁଛନ୍ତି ବିଜୁ ଯୁବ ବାହିନୀ ସଦସ୍ୟ
ଛତ୍ରପୁର,୧୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀମାନେ ଡିଆର୍ଡିଏ କାର୍ଯ୍ୟାଳୟରେ ଥିବା କୋଭିଡ କଣ୍ଟ୍ରୋଲ ରୁମ୍ରେ କାର୍ଯ୍ୟ କରୁଛନ୍ତି। ସେମାନେ ଦୈନିକ ଜିଲାର ସମସ୍ତ କ୍ୱାରାଣ୍ଟାଇନ ସେଣ୍ଟର ଓ ହୋମ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ…
ଗଞ୍ଜାମରେ ପାଳନ ହେବନାହିଁ ରଜ: ମେଳା, ଉତ୍ସବ, ଦୋଳି ଖେଳ ଉପରେ ୧୬ ପର୍ଯ୍ୟନ୍ତ କଟକଣା ଲଗାଇଲେ ଜିଲାପାଳ
ଛତ୍ରପୁର, ୧୨।୬(ଡି.ଏନ୍.ଏ.)- ଓଡ଼ିଆଙ୍କ ଗଣପର୍ବ ରଜ ପାଳନରେ ପ୍ରତିବନ୍ଧକ ସାଜିଛି କରୋନା। ଗଞ୍ଜାମ ଜ଼ିଲାରେ ପର୍ବ, ମହୋତ୍ସବ, ମେଳା ତଥା ଏ ସମ୍ପର୍କୀୟ ଦୋଳି ଓ ଅନ୍ୟ ଖେଳକୁ ବାରଣ କରାଯାଇଛି। ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ଶୁକ୍ରବାର ଏକ…
ଥାନାରେ ଫିନାଇଲ୍ ପିଇ ଅଟକ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି
ଦିଗପହଣ୍ଡି/ପାଟପୁର,୧୨।୬(ଡି.ଏନ୍.ଏ.)- ଗଞ୍ଜାମ ଜିଲା ପାଟପୁର ଥାନାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ହତ୍ୟା ମାମଲାରେ ତଦନ୍ତ ପାଇଁ ଅଟକ ଥିବା ଜଣେ ଯୁବକ ଶୌଚାଳୟକରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣକ ହେଲେ କବିସୂର୍ଯ୍ୟନଗରର ପ୍ରମୋଦ ଦଳାଇ।…
କୋଭିଡ ହସ୍ପିଟାଲରେ ଗଞ୍ଜାମର ୧୪୩ କରୋନା ଆକ୍ରାନ୍ତ, ୫ ମୃତ
ଛତ୍ରପୁର,୧୨।୬(ଡି.ଏନ୍.ଏ.): କୋଭିଡ ହସ୍ପିଟାଲରେ ଗଞ୍ଜାମ ଜିଲାର ୧୪୩ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଅପରପକ୍ଷରେ ଶୁକ୍ରବାର ଗଞ୍ଜାମରେ ଆଉ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ୬୪୧ରେ ପହଁଚିଛି।…
ଗଞ୍ଜାମରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ: ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ଛତ୍ରପୁର,୧୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଆଉ ଜଣେ ୫୫ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିକିତ୍ସାଧୀନ ଅବସ୍ଥାରେ କୋଭିଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ଶ୍ୱାସ…
Archives


