ଗଞ୍ଜାମ

ଅର୍ଜିତ ଶିକ୍ଷା ଜ୍ଞାନକୁ ସମାଜ, ଦେଶର ଉନ୍ନତିରେ ବିନିଯୋଗ କର: ରାଷ୍ଟ୍ରପତି

ବ୍ରହ୍ମପୁର,୧ା୩(ତନୁଶ୍ରୀ ନାହାକ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ବ୍ରହ୍ମପୁର ଆସି ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସେ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। ରାଷ୍ଟ୍ରପତି କହିଥିଲେ, ନିଜ ଦ୍ୱାରା ଅର୍ଜିତ ଜ୍ଞାନକୁ ନିଜର, ନିଜ ପରିବାର, ନିଜେ…

ଆସିଲା ନାବାଳିକା ବଳାତ୍କାର ମାମଲାର ରାୟ: ଦୋଷୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୯ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳର ଏକ ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଭାତ କୁମାର ରାଜଗୁରୁ ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦…

ସହରବାସୀଙ୍କ ପାଇଁ ସୁବିଧା-ସେବା ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୯ା୨(ଦିଲ୍ଲୀପ ସାମଲ): ଲୋକଙ୍କ ସୁବିଧା ପାଇଁ ସହରାଞ୍ଚଳଗୁଡ଼ିକୁ ୫-ଟିରେ ରୂପାନ୍ତରଣ କରାଯାଇଛି। ସହରବାସୀଙ୍କ ନିମନ୍ତେ ବିଭିନ୍ନ ସୁବିଧା ଓ ସେବା ଉତ୍ସର୍ଗ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଛତ୍ରପୁରସ୍ଥିତ ଏନ୍‌ଏସି…

ଅଂଶୁଘାତ ମୁକାବିଲାରେ ମୋବାଇଲ ଆପ୍‌ କରିବ ସଚେତନ

ଛତ୍ରପୁର,୨୮ା୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ଗ୍ରୀଷ୍ମ ପ୍ରବାହର ଉପଯୁକ୍ତ ମୁକାବିଲା ଓ ପରିଚାଳନା ନିମନ୍ତେ ଆଜି ଗଞ୍ଜାମ ଜିଲାରେ ଓଡ଼ିଶା ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ଏକ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଆର୍ଯ୍ୟପଲୀ ବେଳାଭୂମିରେ ପଡ଼ିଛି ଅଲିଭ୍‌ରିଡ୍‌ଲେଙ୍କ ମୃତଦେହ

ଛତ୍ରପୁର,୨୮ା୨(ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ନିକଟ ବେଳାଭୂମିରେ କେତେକ ମୃତ ଅଲିଭ୍‌ରିଡ୍‌ଲେ କଇଁଛ ପଡ଼ିଥିବାର ଦେଖିବାକୁ ମିଳିଛି। ଏନେଇ କିଛି ଅଞ୍ଚଳବାସୀ ସେଠାକୁ ଯାଇ ଦେଖିଥିବା ସୂଚନା ମିଳିଛି। ଅଲିଭ୍‌ରିଡ୍‌ଲେ କଇଁଛର ସୁରକ୍ଷା ଉପରେ ପ୍ରଶ୍ନବାଚୀ…

ଋଷିକୂଲ୍ୟା ନଦୀ କଂସାରୀଗଣ୍ଡରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ: ଖର୍ଚ୍ଚ ହେବ ୧୫୨ କୋଟି

ଛତ୍ରପୁର,୨୮।୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ଋଷିକୁଲ୍ୟା ନଦୀ କଂସାରୀଗଣ୍ଡରେ ବ୍ୟାରେଜ ନିର୍ମାଣର ଶୁଭାରମ୍ଭ ହୋଇଛି। ବୁଧବାର ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ୨୦୨୩ରେ ଏଥିପାଇଁ ମୁଖ୍ୟମନ୍ତ୍ରୀ…

ଇଟାଭାଟିକୁ କାମ କରିବାକୁ ଆସୁଥିଲେ: ଟ୍ରକ୍‌ ଧକ୍କାରେ ଖଣ୍ଡଖଣ୍ଡ ହେଲା ଅଟୋ

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତାର ରାଜପୁର ଗ୍ରାମ ଛକ ନିକଟରେ ମଙ୍ଗଳବାର ଭୋରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପ୍ଲାଷ୍ଟିକ ପାଇପ ବୋଝେଇ ଟ୍ରକ ନଂ. (ଓଡ଼ି ୦୫ ବି ଏଫ -୮୯୨୯) ଧକ୍କାରେ…

ଧାର ଟଙ୍କା ଫେରାଇବାକୁ ମିଳୁଥିଲା ଧମକ: ଜୀବନ ହାରିଦେଲେ ଯୁବକ

ବ୍ରହ୍ମପୁର,୨୫ା୨(ସୁବାସ ଚନ୍ଦ୍ର ପାଢ଼ୀ): ଧାର ଟଙ୍କା ଫେରାଇବାକୁ ଧମକ ମିଳୁଥିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ଏନେଇ ସଦର ଥାନାରେ ମୃତକଙ୍କ ଭାଇଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଙ୍କୁଶପୁର ବଡ଼ସାହିର…

ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ଦେଲେ ରାଜ୍ୟ ସରକାର, ଧନ୍ୟବାଦ ଜଣାଇଲେ ସହରବାସୀ

ଛତ୍ରପୁର,୨୪ା୨(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲାର ଛତ୍ରପୁରକୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରିଛନ୍ତି। ଦୀର୍ଘଦିନ ପରେ ଛତ୍ରପୁରବାସୀଙ୍କ ଦାବିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ଏନେଇ ସହରବାସିନ୍ଦା  ମୁଖ୍ୟମନ୍ତ୍ରୀ ୫-ଟି ଅଧ୍ୟକ୍ଷ, ଛତ୍ରପୁର ବିଧାୟକ…

ବିଲ ମଝିକୁ ଓଲଟିଲା ହାଇଓ୍ବା: ରାତାରାତି ଗାଡ଼ିରୁ ନମ୍ବର ପ୍ଲେଟ୍‌ ଗାଏବ

ପୁରୁଷୋତ୍ତମପୁର,୨୪।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଆସିକା-ହୁମ୍ମା ରାସ୍ତାର ପ୍ରତାପୁର ଛକ ନିକଟରେ ଏକ ବାଲି ବୋଝେଇ ହାଇୱା ଶୁକ୍ରବାର ରାତିରେ ରାସ୍ତାପାର୍ଶ୍ୱ ଏକ ବିଲ ମଝିକୁ ଓଲଟି ପଡ଼ିଛି। ତେବେ ଏଥିରେ କେହି ମୃତାହତ ହୋଇ ନ…

ଏସ୍‌ଆଇଙ୍କ ପୁଅ ପରୀକ୍ଷାରେ କପି କରି ପଡ଼ିଲେ ଧରା, ରାତିରେ କରିଦେଲେ ଏପରି କାଣ୍ଡ

ବ୍ରହ୍ମପୁର,୨୩।୩(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସୂର୍ଯ୍ୟନଗରରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବାଶିଷ ସେଠୀ(୧୭) ବୋଲି ପୋଲିସ କହିଛି। ବେଦ୍ୟନାଥପୁର ଥାନା ପୋଲିସ କେସ୍‌ ନମ୍ବର ୧୦୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ…

ଓଲଟି ପଡ଼ିଲା ବୋରୱେଲ ଖନନ ଗାଡ଼ି

ପୁରୁଷୋତ୍ତମପୁର,୨୨।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ରାଇପୁର ଗ୍ରାମ ନିକଟସ୍ଥ ଏକ ଜମିରେ ଗୁରବାର ରାତିରେ ଏକ ବୋରୱେଲ ଖନନ ଗାଡ଼ି ଓଲଟି ପଡିଛି। ଫଳରେ ଗାଡ଼ି ତଳେ ଚାପିହୋଇ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ସେ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri