ଗଞ୍ଜାମ

ଦମ୍ପତିଙ୍କୁ ଖୁଣ୍ଟରେ ବାନ୍ଧି ବିଷ୍ଠା ଖୁଆଇବା ଘଟଣା:ଉଭୟ ପକ୍ଷର ୭ କୋର୍ଟ ଚାଲାଣ

ପୁରୁଷୋତ୍ତମପୁର,୨ା୭(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ଥାନା ରାଣୀଗାଁରେ ଗୁଣି ଗାରେଡି ସନ୍ଦେହରେ କେତେଜଣ ଲୋକ ରବିବାର ଏକ ଦମ୍ପତିଙ୍କୁ ଖୁଣ୍ଟିରେ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗି ବିଷ୍ଠା ଖୁଆଇବା ଘଟଣାରେ ଚାପା ଉତ୍ତେଜନା ଲାଗିରହିଛି। ଗାଁରେ ପୋଲିସ ପଇଁତରା ମାରିବା ସହ…

ଆୟ ବହିର୍ଭୂତ ସମ୍ପତ୍ତି :ଜେଲ ଗଲେ ପୌର ନିର୍ବାହୀ ଅଧିକାରୀ

ଫୁଲବାଣୀ ଅଫିସ/ବ୍ରହ୍ମପୁର ଅଫିସ, ୨ା୭-ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ଘଟଣାରେ ଛନ୍ଦି ହୋଇ ପଡିଥିବା ଫୁଲବାଣୀ ପୌର ପରିଷଦ ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କୁ ସୋମବାର ଭିଜିଲାନ୍ସ ବିଭାଗ କୋର୍ଟ ଚାଲାଣ କରିଛି ା ସେଠାରେ ଜାମିିନ ନାମଞ୍ଜୁର ହେବାରୁ ତାଙ୍କୁ…

ବିସିିସି ବ୍ୟାଙ୍କ କୃଷି ଋଣ ଦେବ ୨୪୫ କୋଟି

ବ୍ରହ୍ମପୁର ଅଫିସ,୨ା୭-ଚଳିତ ବର୍ଷର ଖରିଫ ଧାନ ଫସଲ ପାଇଁ ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ଗଞ୍ଜାମ ଓ ଗଜପତି ଜିଲାର ଚାଷୀଙ୍କୁ ୨୪୫ କୋଟି ଟଙ୍କା କୃଷିଋଣ ଲଗାଣ କରିବା ଲାଗି ସରକାର ଟାର୍ଗେଟ ଦେଇଛନ୍ତି। ତନ୍ମଧ୍ୟରୁ ଗଞ୍ଜାମ ଜିଲା…

ବନ୍ଦ ହୋଇପାରେ ୨ଶହ ଘରୋଇ ସ୍କୁଲ

ବ୍ରହ୍ମପୁର ଅଫିସ୍‌,୨ା୭-ଭିତ୍ତିଭୂମି ନ ଥିବା ଘରୋଇ ସ୍କୁଲଗୁଡ଼ିକର ଅଡ଼ୁଆ ବଢ଼ିବାରେ ଲାଗିଛି। ଯେଉଁ ଘରୋଇ ସ୍କୁଲର ଆବଶ୍ୟକ ଭିତ୍ତିଭୂମି ନାହିଁ, ସେଗୁଡ଼ିକୁ ବନ୍ଦ କରିଦେବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ କଠୋର ହେବାରେ ଲାଗିଛି । ତେବେ ସୋମବାର ବିଭାଗ ପକ୍ଷରୁ…

ଗାଇଡ୍‌ଲାଇନ ଜାରି କଲା ଜିଲା ସ୍ବାସ୍ଥ୍ୟ ବିଭାଗ

ଫୁଲବାଣୀ ଅଫିସ, ୨ା୭-କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଲକରେ ଦୁଇ ଦିନ ତଳେ ଖଟିଆରେ ମୃତଦେହ ବୁହାଯିବା ଘଟଣା ପରେ ଜିଲା ପ୍ରଶାସନର ଚେତା ପଶିଛି ା ସୋମବାର ଜିଲା ସ୍ବାସ୍ଥ୍ୟ ବିଭାଗ ଡାକ୍ତରଖାନାରୁ ମୃତଦେହ ନେବା ପାଇଁ ଗାଇଡଲାଇନ ଜାରି କରିଛି…

ଯୌତୁକ ପାଇଁ ସ୍ତ୍ରୀଙ୍କୁ ପୋଡି ମାରିବା ଅଭିଯୋଗ: ସ୍ବାମୀ କୋର୍ଟଚାଲାଣ

ପୁରୁଷୋତ୍ତମପୁର,୨ା୭(ଡି.ଏନ.ଏ.): ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗ୍ରାମରେ ଯୌତୁକ ପାଇଁ ସ୍ତ୍ରୀଙ୍କୁ କିରୋସିନ ଢାଳି ନିଅଁା ଲଗାଇ ପୋଡି ମାରିବା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଉକ୍ତ ଗ୍ରାମର ସମ୍ବାରିଆ ଦାସ। ମାମଲା ନଂ. ୧୪୭/୧୯ ରେ…

ଅନ୍‌ଲାଇନରେ ୩ ଲକ୍ଷ ଟଙ୍କା ଗାଏବ

ପାତ୍ରପୁର,୨ା୭(ଡ଼ି.ଏନ୍‌.ଏ.): ଜରଡ଼ା ଥାନା ଗୁଣ୍ଡ୍ରା ଗ୍ରାମର ଜଣେ ବ୍ୟକ୍ତି ବ୍ୟାଙ୍କ ଆକାଉଣ୍ଟରୁ ଅନ୍‌ ଲାଇନ୍‌ରେ ୩ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଗୁଣ୍ଡ୍ରା ଗ୍ରାମର ନାଗରାମପଲ୍ଲୀ ଧର୍ମା ଦୁଇବର୍ଷ ତଳେ ଛତିଶଗଡ଼ଠାରେ ଦିନ ମଜୁରିଆ ଭାବେ କାମ କରିବା…

ବଢୁଛନ୍ତି ରୋଗୀ, ନାହିଁ ଡାଏଲିସିସ୍‌ ମେଶିନ୍‌

ବ୍ରହ୍ମପୁର ଅଫିସ୍‌,୨ା୭-ଗଞ୍ଜାମ ଏବଂ ଏହାର ଆଖାପାଖ ଜିଲାଗୁଡ଼ିକରେ ବିଗତ କିଛି ବର୍ଷ ହେଲା କିଡ୍‌ନୀ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଦକ୍ଷିଣ ଓଡ଼ିଶାର ଏକ ମାତ୍ର ରେଫରାଲ୍‌ ହସ୍‌ପିଟାଲ୍‌ ବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ…

ଟ୍ରେଡ୍‌ ଲାଇସେନ୍ସ ଫି ସଂଶୋଧନ ଦାବି, ଜିଲାପାଳଙ୍କୁ ଭେଟିଲେ ବ୍ୟବସାୟୀ ସଂଘ

ଛତ୍ରପୁର,୧। ୭(ଡି.ଏନ.ଏ)-ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନଏସି ପକ୍ଷରୁ ନିର୍ଦ୍ଧାରିତ ଟ୍ରେଡ୍‌ ଲାଇସେନ୍ସ ଫି’କୁ ସଂଶୋଧନ କରିବାକୁ ସମସ୍ତ ବ୍ୟବସାୟୀ ସଂଘ ଦାବି କରିଛନ୍ତି। ସୋମବାର ଛତ୍ରପୁରର ସମସ୍ତ ସଂଘର କର୍ମକର୍ତ୍ତାମାନେ ଅଭିଯୋଗ ଶୁଣାଣି ବେଳେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ…

ଗାଡ଼ି ଧକ୍କାରେ ବୃଦ୍ଧା, ମୃତଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ଦିଗପହଣ୍ଡି/ ପାଟପୁର,୧।୭(ଡି.ଏନ.ଏ.)-ଦିଗପହଣ୍ଡି-ରାୟଗଡ଼ା ମୁଖ୍ୟରାସ୍ତା ଡେଙ୍ଗାଓସ୍ତା ଛକ ନିକଟରେ ସୋମବାର ଏକ ଗାଡ଼ି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ସେ ଜଣକ ହେଲେ ପାଟପୁର ଥାନା ଡେଙ୍ଗାଓସ୍ତା ଗ୍ରାମ ରତ୍ନମଣିପୁର ସାହିର ରାଧା ସାହୁ। ପାଟପୁର ପୋଲିସ ମୃତଦେହ ଜବତ କରି…

ଜମି ଦଖଲକୁ ନେଇ ଗ୍ରାମବାସୀ-ତହସିଲ ପ୍ରଶାସନ ମୁହଁ।ମୁହିଁ

ଧରାକୋଟ,୧।୭(ଡି.ଏନ.ଏ.)-ଧରାକୋଟ ତହସିଲ ପୁଟୁ ଗ୍ରାମବାସୀଙ୍କ ଅଧୀନରେ ରହିଥିବା ପୁଟୁ ମୌଜାର ଗୁହାରିଆ ପଡ଼ିଆର ୫ ଏକର ପରିତ୍ୟକ୍ତ ବେଦଖଲି ରୟତି କିସମରେ ରହିଥିବା ଜମିକୁ ନେଇ ଧରାକୋଟ ତହସିଲ ଓ ପୁଟୁ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। କେଉଁ ଆବାହମାନ କାଳରୁ ଗ୍ରାମବାସୀ…

ଭାଜପା ପକ୍ଷରୁ ଉପଜିଲାପାଳଙ୍କୁ ଦାବିପତ୍ର

ଭଞ୍ଜନଗର,୧।୭(ଡି.ଏନ.ଏ)-ଭାଜପା ଭଞ୍ଜନଗର ନିର୍ବାଚନମଣ୍ଡଳୀ ପକ୍ଷରୁ ସୋମବାର ୮ଦଫା ଦାବୀନେଇ ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲର ଅନେକ ଡାକ୍ତର ସରକାରୀ ସେବା ଛାଡ଼ି ଅଧିକାଶଂ ସମୟ ଘରୋଇ ଚିକିତ୍ସାରେ ବ୍ୟସ୍ତ ରହୁଛନ୍ତି। ଫଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri