ବରଗଡ଼

ବିଷ ପିଆଇ ହତ୍ୟା ଅଭିଯୋଗ ପରେ ମାଟି ତଳୁ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରୁନି ପୋଲିସ, ବରଗଡ଼ ଏସ୍‌ପିଙ୍କୁ ଭେଟିଲେ ପରିବାରଲୋକେ

ବରଗଡ଼ ଅଫିସ୍‌,୨।୮- ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଅମ୍ବାମୁଣ୍ଡା ଗ୍ରାମରେ ଜଣେ ବୃଦ୍ଧଙ୍କ ମୃତ୍ୟୁର ୩ ମାସ ପରେ ତାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗ ଅଣାଯିବା ପରେ ପୋଲିସ ମାଟୁତଳୁ ତାଙ୍କ ମୃତଦେହ ଉଦ୍ଧାର…

ବରଗଡ଼ରେ ମାତିଛନ୍ତି ଚୋର: ଘରେ କେହି ନ ଥିବା ବେଳେ ନେଇଗଲେ ନଗଦ ଟଙ୍କା, ସୁନାଗହଣା; ଟାଉନ ଥାନା ପୋଲିସର ତନାଘନା

ବରଗଡ଼ ଅଫିସ୍‌,୨।୮- ବରଗଡ଼ ସହରରେ ଗତ କିଛିମାସ ହେଲା ଚୋରମାନେ ସକ୍ରିୟ ହୋଇପଡ଼ିଛନ୍ତି। ପୋଲିସକୁ ଚ୍ୟାଲେଞ୍ଜ କରି ସହରରେ ଗୋଟିଏ ପରେ ଗୋଟିଏ ଚୋରି ଘଟୁଛି । ଦିନ ଦ୍ୱିପ୍ରହରରେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍‌ ହେଉଥିବାବେଳେ ବିଳମ୍ବିତ ରାତ୍ରିରେ ଘରେ…

ଡଙ୍ଗାଘାଟ ପରିଦର୍ଶନ କଲେ ବିଡିଓ

ପଦ୍ମପୁର, ୧।୮ (ଡି.ଏନ.ଏ): ପଦ୍ମପୁର ଉପଖଣ୍ଡ ଲଖମରା ଓ ଚର୍ଦାପାଲି ଗ୍ରାମପଞ୍ଚାୟତ ମଝିରେ ଅଙ୍ଗନଦୀ ପ୍ରବାହିତ ହେଉଛି । ବର୍ଷା ଦିନରେ ଏହି ନଦୀରେ ବନ୍ୟାଜଳ ଆସିଲେ ଚର୍ଦାପାଲି ଗ୍ରାମପଞ୍ଚାୟତର ଗୁଣ୍ଡିଚାଡିହି, ଚର୍ଦାପାଲି, ଚଙ୍ଗରିଆ, ଲୁହୁରାକୋଟ, ଲହଣ୍ଡିପୁର ବାହ୍ୟ ଜଗତରୁ ବିଚ୍ଛିନ୍ନ…

ଜବରଦଖଲରେ ରାଜାରାଜୁଡା ଅମଳର ବାବୁରକଟା

ଜାମଟିକ୍ରା,୧।୮(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଳକ ବୁଗବୁଗା ପଞ୍ଚାୟତର ଜାମଟିକ୍ରା ଉପକଣ୍ଠରେ ଥିବା ୧୦୨ ଏକର ବିଶିଷ୍ଟ ବାବୁରକଟା ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି । ସେହିପରି ରାଜାରାଜୁଡା ଅମଳର ଏହି ବିରାଟ କଟାର ଜରାଜୀର୍ଣ୍ଣ ଅବସ୍ଥା ଯୋଗୁ ସ୍ଥାନୀୟ ଅଞ୍ଚଳରେ…

ସମଲପୁରୀ ଦିନ୍‌ ପାଳନ ଅବସରରେ ଶୋଭାଯାତ୍ରା

ବରଗଡ଼ ଅଫିସ,୧।୮: ବରଗଡ଼ ଜିଲା ଭେଡେନର ମନୋହର ସାଂସ୍କୃତିକ ସଂସଦ ଏବଂ ଶ୍ରୀଧର ସାହିତ୍ୟ ସଂସଦ ପକ୍ଷରୁ ଗୁରୁବାର ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍‌ରେ ସମଲପୁରୀ ଦିନ୍‌ ପାଳନ କରାଯାଇଛି। ଏଥିସହିତ କବି ସତ୍ୟନାରାୟଣ ବହିଦାର ଓ ଶ୍ରୀଧର ପ୍ରଧାନ…

ବରଗଡ଼ ରେଳଷ୍ଟେଶନରୁ ଶିଶୁ ଉଦ୍ଧାର ଘଟଣା, ୩ ଦିନ ପରେ ମଧ୍ୟ ମିଳୁନି ପରିଚୟ

ବରଗଡ଼ ଅଫିସ, ୨୯।୭: ବରଗଡ଼ ରେଳଷ୍ଟେଶନ ପ୍ଲାଟଫର୍ମରୁ ଅସହାୟ ଅବସ୍ଥାରେ ବୁଲୁଥିବା ଜଣେ ଶିଶୁଙ୍କୁ ଗତ ୨୭ ତାରିଖରୁ ଆର୍‌ପିଏଫ୍‌ ପକ୍ଷରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଶିଶୁକୁ ସ୍ଥାନୀୟ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରାଯାଇଛି। ମାତ୍ର ଶିଶୁଟି କିଛି…

ଗଣ୍ଠିଆପାଲିରେ ଅବାଧ ମଦ କାରବାର : ଜିଲାପାଳଙ୍କଠାରେ ଫେରାଦ ହେଲେ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା

ବରଗଡ଼ ଅଫିସ,୨୯।୭ : ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଗଣ୍ଠିଆପାଲି ଗ୍ରାମରେ ଅବାଧରେ ଚୋରାମଦ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମର ୧୦ଟି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଜିଲାପାଳ କାର୍ଯ୍ୟାଳୟକୁ ଆସି ଫେରାଦ ହୋଇଛନ୍ତି ଜିଲାପାଳ…

ଲଗାଣବର୍ଷାରେ ବରଗଡ଼ – ଅମ୍ବାପାଲି ବିଚ୍ଛିନ୍ନ : ବଢୁଛି ଜିରାନଦୀ ଜଳସ୍ତର

ବରଗଡ଼ ଅଫିସ,୨୯।୭: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରବିବାର ବିଳମ୍ବିତ ରାତିରୁ ତୁହାକୁ ତୁହା ବର୍ଷା ଲାଗିରହିଛି । ସେହିପରି ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଏଥିପାଇଁ ବରଗଡ଼ ସହର ଦେଇ ଯାଇଥିବା ଜିରାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ତେବେ ଜିରାନଦୀର…

୪ ବର୍ଷୀୟା ଭଉଣୀକୁ ବଳାତ୍କାର: ବଡ଼ଭାଇ ଗିରଫ

ସରଣ୍ଡା,୨୭।୭(ଡି.ଏନ୍‌.ଏ.): ନିଜର କାମପିପାସା ମେଣ୍ଟାଇବା ପାଇଁ ନାବାଳିକା ଭଉଣୀକୁ ବଳାତ୍କାର କରିଛନ୍ତି ବଡ଼ଭାଇ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଙ୍ଗା ଅଞ୍ଚଳରେ। ପୋଲିସ ଅଭିଯୁକ୍ତ ଭାଇଙ୍କୁ ଗିରଫକରି ଶନିବାର କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ସେ…

ଭିଏଲ୍‌ଡବ୍ଲ୍ୟୁଙ୍କ ବାଇକ୍‌ ଚୋରି ଅଭିଯୋଗରେ ଜଣେ ଗିରଫ

ଭଟଲି,୨୭।୭(ଡି.ଏନ୍‌.ଏ): ବରଗଡ଼ ଜିଲା ଭଟଲି ଥାନା କମଗାଁ ପଞ୍ଚାୟତ ଭିଏଲ୍‌ଡବ୍ଲ୍ୟୁ ସୌଭାଗ୍ୟ ପଧାନଙ୍କ ବାଇକ୍‌ ଚୋରି ଅଭିଯୋଗରେ ଭଟଲି ପୋଲିସ ଶନିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଚଣା ଦୀପ(୨୧)। ଏ ନେଇ ଭଟଲି ଥାନାରେ କେସ୍‌ ନଂ.୧୪୭/୧୯ରେ…

ୱାରେଣ୍ଟି କୋର୍ଟ ଚାଲାଣ

ଭଟଲି,୨୭।୭(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟଲି ଥାନା ପୋଲିିସ ଜଣେ ପୁରୁଣା ୱାରେଣ୍ଟିଙ୍କୁ ଶନିବାର କୋର୍ଟ ଚାଲାଣ କରିଛି ା ଅଭିଯୁକ୍ତ ଜଣକ ହେଲେ ଲଟିପାଲି ଗ୍ରାମର ଟିକେଶ୍ୱର ବରିହା(୩୮)। ସୂଚନାଯୋଗ୍ୟ, ଟିକେଶ୍ୱରଙ୍କ ନାମରେ ପୂର୍ବରୁ ବିଭିନ୍ନ ଚୋରି ମାମଲାରେ ଓ୍ବାରେଣ୍ଟ ଥିଲା।…

ଦିବ୍ୟାଙ୍ଗ ବୁରୁଧ୍‌କୁଁ ଉଧାର କଲେ ସ୍ବେଚ୍ଛାସେବୀ

ବିଜେପୁର, ୨୭।୭ (ଡି.ଏନ.ଏ): ବରଗଡ଼ ଜିଲା ବିଜେପୁର ବ୍ଲକ ଅଧୀନ ଖରମୁଣ୍ଡା ଗଁା ପାସର ମାମା ଛକ୍‌ରେ ଦିବ୍ୟାଙ୍ଗ ବୁରୁଧ୍‌ ବିରଞ୍ଚତ୍ ତାଣ୍ଡି ଅସାହା ହେଇ ପଡ଼ିରହିଥିଲେ। ଇ ଖବରଟା ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଉତାରୁ ବରଗଡ଼ ଜିଲାର ସ୍ବେଚ୍ଛାସେବୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri