ବାଲେଶ୍ୱର

ଜବରଦଖଲ ଉଚ୍ଛେଦ ଦାବିରେ ଧାରଣା

ଜଳେଶ୍ୱର, ୧୦।୮-ଜଳେଶ୍ୱର ବ୍ଲକ ଆରୁହା ପଞ୍ଚାୟତର ନିମପୁର ଗ୍ରାମର ଶ୍ମଶାନ ଜାଗାକୁ ଗ୍ରାମ ବାହାରୁ ଆସିଥିବା କେତେକ ଆଦିବାସୀ ଅସ୍ଥାୟୀ ଚାଳିଆ କରି ରହିଛନ୍ତି। ଏହାକୁ ବିରୋଧ କରି ଗ୍ରାମବାସୀ ଶୁକ୍ରବାର ତହସିଲ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି। ଗ୍ରାମର ଶ୍ମଶାନ ଜାଗାରୁ…

କାରଖାନାରେ ଶ୍ରମିକ ଅଶାନ୍ତି, ଆଲୋଚନା ପରେ ସ୍ବାଭାବିକ ହେଲା

ରେମୁଣା, ୧୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଧୀନ ଗଣେଶ୍ୱରପୁର ଶିଳ୍ପାଞ୍ଚଳସ୍ଥିତ ଆଲୁମ ଏକ୍ସଟ୍ରୁସିଅନସ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେଇଥିଲା। କାରଖାନା ସମ୍ମୁଖରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଗୁରୁବାର ରାତିରେ ପ୍ରତ୍ୟାହୃତ ହୋଇଛି। ଶ୍ରମିକଙ୍କ ନିମନ୍ତେ ହକ୍‌…

ଛାତ୍ରୀଛାତ୍ରଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗ : ଦୁର୍ବୃତ୍ତଙ୍କ ଗିରଫ ଦାବି କଲେ ଏସ୍‌ଏଚ୍‌ଜି ମହିଳା

ବାଲେଶ୍ୱର ଅଫିସ, ୧୦ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିର ସୁବର୍ଣ୍ଣପୁର ଗଁ। ପାଖରେ ଥିବା ସମୁଦ୍ରକୂଳକୁ ଯାଇଥିବା ୨ଜଣ କଲେଜ ଛାତ୍ରୀ ଓ ଛାତ୍ରଙ୍କୁ ଦୁର୍ବୃତ୍ତମାନେ ସେମାନଙ୍କ ସହ ଅସଦାଚରଣ କରିବା ସହ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଥାନାରେ…

ମୂକ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଫେରାର

ନୀଳଗିରି, ୯।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳର ଜଣେ ମୂକ ଯୁବତୀ ବଳାକତ୍ାର ଶୀକାର ହୋଇଥିବା ଗୁରୁବାର ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ମାମଲା (ନଂ. ୧୭୯/୧୯) ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ନଳିତା…

ବାଇକ୍‌ ଚୋରି ର଼୍ୟାକେଟ୍‌ ଠାବ: ଶଳା, ଭିଣୋଇ ଗିରଫ: ୩ ବାଇକ୍‌ ଜବତ

ବାଲେଶ୍ୱର ଅଫିସ, ୯।୮-ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ କିଛି ଦିନ ହେଲା ବାଇକ୍‌ ଚୋରି ପୋଲିସର ନିଦ ହଜାଇ ଦେଇଥିଲା। ପୋଲିସ ଏହି ଚୋରି ର଼୍ୟାକେଟକୁ ଠାବ କରିବାରେ ସଫଳ ହୋଇଛି। ଏହି ଚୋରିରେ ସମ୍ପୃକ୍ତ ଶଳା, ଭିଣୋଇଙ୍କୁ ପୋଲିସ…

ରୋଗୀ ମୃତ୍ୟୁକୁ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ବାଲେଶ୍ୱର ଅଫିସ, ୯।୮-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଗୁରୁବାର ମଧ୍ୟରାତ୍ରରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ଉପଜିଲାପାଳ ନୀଲୁ ମହାପାତ୍ର ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ଘଟଣା ଶାନ୍ତ ପଡ଼ିଥିଲା।…

ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼

ବାଲେଶ୍ୱର ଅଫିସ,୯।୮: ବାଲେଶ୍ୱର ଜିଲା ଜଳେଶ୍ୱର ରେଳ ଷ୍ଟେଶନରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି। ରେଳ ପୋଲିସ ଉପସ୍ଥିତିରେ ଯାତ୍ରୀମାନେ ଜଣେ ଲୋକଙ୍କୁ ଚୋର ଭାବି ନିସ୍ତୁକ ମାଡ଼ ମାରିଥିଲାବେଳେ ପୋଲିସ ଜଣକ ଦର୍ଶକ ସାଜିଥିଲେ। ଖବର ଅନୁଯାୟୀ, ଜଳେଶ୍ୱର…

‘ମିଶନ ବିୟୁଟି ସିଟି’ ତ୍ୱରାନ୍ବିତ: ଓଟି ରୋଡ୍‌ରୁ ହଟିଲା ଜବରଦଖଲ

ବାଲେଶ୍ୱର ଅଫିସ, ୯।୮-ବାଲେଶ୍ୱର ସହରରେ ବିଭିନ୍ନ ସ୍ଥାନରେ ଜବରଦଖଲ ଓ ହୋର୍ଡ଼ିଂ ଉଚ୍ଛେଦ ଗତ ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗୁରୁବାର ପୂର୍ବାହ୍ନ ୧୧ଟାରେ ରେମୁଣା ତହସିଲଦାର ସଞ୍ଜୟ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ଓଟି ରୋଡ୍‌ର ତାମୁଳିଆ ଫାଟକଠାରୁ ଲକ୍ଷ୍ମୀନାରାୟଣ…

ମଧ୍ୟାହ୍ନଭୋଜନ ଚାଉଳ ଚୋରି ଅଭିଯୋଗ

ରେମୁଣା, ୯।୮(ଡି.ଏନ.ଏ.)-ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନଭୋଜନ ପାଇଁ ଯୋଗାଇ ଦିଆଯାଉଥିବା ୫୦ କିଲୋ ଚାଉଳ ବ୍ୟାଗ୍‌ରୁ ୫ରୁ ୧୦ କିଲୋ ପର୍ଯ୍ୟନ୍ତ ଯୋଗାଣକାରୀ ସଂସ୍ଥା ଦ୍ୱାରା ହେରଫେର ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା। ଗୁରୁବାର ବାଲେଶ୍ୱର ଜିଲା ରେମୁଣା ଥାନା ମନ୍ଦାରପୁର…

ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ନିରପେକ୍ଷ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ

ବାଲିଆପାଳ, ୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଇଡକୋଛକ ସ୍ଥିତ ରାଜଧାନୀ ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଢାବା ମାଲିକ ସାବୁଦ୍ଦିନ ଶାହାଙ୍କୁ ପୋଲିସ ଗିରଫ ନ କରିବା ବିଡମ୍ବନା। ଏହି ଘଟଣାରେ ସମ୍ପୃକ୍ତ ନ ଥିବା ନିରୀହ ଲୋକଙ୍କୁ ପୋଲିସ…

ଗୋରୁଙ୍କୁ ବ୍ୟାପୁଛି ଅଜଣା ଚର୍ମ ରୋଗ: ବିଶେଷଜ୍ଞ ଦଳ ଦ୍ୱାରା ରକ୍ତ ନମୁନା ସଂଗ୍ରହ

ବାଲେଶ୍ୱର ଅଫିସ, ୮।୮-ବାଲେଶ୍ୱର ଜିଲାର ରେମୁଣା ଓ ଖଇରା ବ୍ଲକରେ ଗୋରୁମାନଙ୍କୁ ଅଜଣା ଚର୍ମ ରୋଗ ବ୍ୟାପିଥିବା ଖବର ପାଇ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ନିତ୍ୟାନନ୍ଦ ଦାସ ଭୁବନେଶ୍ୱରସ୍ଥିତ ରାଜ୍ୟ ପ୍ରାଣୀ ରୋଗ ଗବେଷଣା କେନ୍ଦ୍ରକୁ ଜଣାଇଥିଲେ। ଗୁରୁବାର…

୬ ଶିଶୁ ଶ୍ରମିକ ଉଦ୍ଧାର

ବାଲିଆପାଳ, ୮।୮(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ବାଲିଆପାଳ ବଜାର ଏବଂ କାଳିପଦା ଅଞ୍ଚଳରେ ଚାଇଲ୍ଡଲାଇନ ଏବଂ ଶ୍ରମ ବିଭାଗ ପକ୍ଷରୁ ଗୁରୁବାର ମିଳିତ ଭାବେ ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇ ୬ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜିଲା ଶ୍ରମ ଅଧିକାରୀ କୁବେର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri