ରେମୁଣା ଡାକ୍ତରଖାନାରେ ଅବ୍ୟବସ୍ଥା ନେଇ ଉତ୍ତେଜନା: ତାଲା ପକାଇଲେ, ସିସି କ୍ୟାମେରା ଭାଙ୍ଗିଲେ
ରେମୁଣା, ୫ା୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ନେଇ ଶୁକ୍ରବାର ବିଳମ୍ବିତ ରାତିରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାରେ ଭଙ୍ଗାରୁଜା କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନାରେ ଲାଗିଥିବା ସିସି କ୍ୟାମେରା ଭାଙ୍ଗିବା ସହ ଆଉଟଡୋରକୁ ତାଲା ପକାଇ ଦେଇଥିଲେ। ଆଇଆଇସି…
ଷ୍ଟେଶନରୁ ପିଲା ଚୋରି
ବାଲେଶ୍ୱର ଅଫିସ, ୫।୧୦: ବାଲେଶ୍ୱର ରେଳଷ୍ଟେଶନ ୧ ନଂ. ପ୍ଲାଟଫର୍ମରୁ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମା’ ପାଖରେ ଶୋଇଥିବା ଏକ ୩ମାସର ପୁଅକୁ ଚୋରି କରିନେଇଥିବା ରେଳବାଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ମାମଲା (ନଂ. ୬୨/୧୯) ରୁଜୁ…
ଘରେ କେହି ନ ଥିବା ସୁଯୋଗରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ
ବସ୍ତା, ୫।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏହି ଥାନା ଅଞ୍ଚଳର ଜନୈକା ଆଦିବାସୀ ନାବାଳିକା ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ନିକଟସ୍ଥ ପୋଷ୍ଟ ଅଫିସର…
ଖନ୍ତାପଡା ଛକରେ ବ୍ୟବସାୟୀଙ୍କୁ ଗୁଳି: ୨ ଦୁର୍ବୃତ୍ତ ଫେରାର
ରେମୁଣା, ୫ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ଶେରଗଡ ଛକରେ ଶନିବାର ଅପରାହ୍ନ ୩ଟା ବେଳେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରାଯାଇଛି। ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ…
୧୫ ଘଣ୍ଟା ପରେ ଜୁସ୍ ପିଇ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ
ବାଲେଶ୍ୱର ଅଫିସ/ସଜନାଗଡ଼, ୫।୧୦(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦ ଘଟଣାକୁ ନେଇ ତହସିଲଦାରଙ୍କ ସହ ଯୁକ୍ତିତର୍କ ପରେ ଅନଶନରେ ବସିଥିବା ବିଧାୟକ ସୁକାନ୍ତ ନାୟକ ଏଥିରୁ ଓହରି ଯାଇଛନ୍ତି। ସେ ପ୍ରାୟ ୧୫…
ବାହାନଗା ତହସିଲ ପକ୍ଷରୁ ଉଚ୍ଛେଦ ଆରମ୍ଭ
ବାହାନଗା, ୫ା୧୦(ଡି.ଏନ.ଏ.)-ଘରୁ ବାହାରିବା ଲାଗି ରାସ୍ତା ନ ଥିବାରୁ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଓଡଶାଳ ପଞ୍ଚାୟତର ଝଳଝଳିଆ ଗ୍ରାମର ୩ ପରିବାର ଗତ ୩୦ ତାରିଖରେ ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ। ଶୁକ୍ରବାର ତହସିଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…
୨ ମୋଟରସାଇକେଲ ଲୁଟ୍, ଥାନାରେ ଅଭିଯୋଗ
ବାହାନଗା, ୪ା୧୦(ଡି.ଏନ.ଏ.)-୧୬ ନମ୍ବର ଜାତୀୟ ରାଜପଥ ଉପରୁ ପୃଥକ ସ୍ଥାନରୁ ଦୁଇ ଯୁବକଙ୍କଠାରୁ ୨ ମୋଟରସାଇକେଲ ଲୁଟ୍ ହେବା ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି। ଏକ ପ୍ରାଣୀ ଖାଦ୍ୟ କମ୍ପାନୀର କର୍ମଚାରୀ ଅଜିତ କୁମାର ମହନ୍ତ ନିଜ ମୋଟରସାଇକେଲ…
ଭତ୍ତା ବଣ୍ଟନରେ ଅନିୟମିତତା ଅଭିଯୋଗ: ଖଇରା ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ
ଖଇରା,୪।୧୦(ଡି.ଏନ୍.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଓ ଭତ୍ତା ବଣ୍ଟନରେ ଅନିୟମିୟତା ଅଭିଯୋଗରେ ଭିଜିଲାନ୍ସ ଡିଏସ୍ପି ଏସ୍. କେ. ସାମନ୍ତରାୟ ଓ ଇନ୍ସପେକ୍ଟର ଏସ୍ ହେମ୍ବ୍ରମଙ୍କ ନେତୃତ୍ୱରେ ତିନି…
ସର୍ପାଘାତରେ ଯୁବକ ମୃତ
ଖଇରା,୪।୧୦(ଡି.ଏନ୍.ଏ): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଆଳଦା ଗ୍ରାମର ଜଣେ ବ୍ୟକ୍ତିଙ୍କର ସର୍ପାଘାତରେ ଶୁକ୍ରବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ବିଜୟ କୁମାର ମହାରଥା(୪୫)। ପ୍ରକାଶ ଯେ, ବିଜୟ ଗୁରୁବାର ରାତିରେ ଶୋଇଥିବା ବେଳେ ଏକ ସାପ ତାଙ୍କୁ…
ଉଚ୍ଛେଦକୁ ନେଇ ନୀଳଗିରି ବିଧାୟକ-ତହସିଲଦାର ମୁହାଁମୁହିଁ: ପ୍ରତିବାଦରେ ଅନଶନରେ ବସିଲେ ବିଧାୟକ
ସଜନାଗଡ଼, ୪।୧୦(ଡି.ଏନ୍.ଏ): ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରୀତା ଟୁଡ଼ୁଙ୍କ ମଧ୍ୟରେ ଶୁକ୍ରବାର ମୁହାଁମୁହିଁ ହୋଇଛି। ତହସିଲ କଚେରି ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦକୁ ନେଇ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି। ଏ ନେଇ…
ରାଇଜିନ୍ ଟେକ୍ କମ୍ପାନୀରୁ ଠକେଇ ମାମଲା, ୩ ଗିରଫ
ସଜନାଗଡ, ୪ା୧୦(ଡି.ଏନ.ଏ.)-ଦିଲ୍ଲୀର ନୋଏଡାସ୍ଥିତ ରାଇଜିନ୍ ଟେକ୍ ପ୍ରାଇଭେଟ୍ କମ୍ପାନୀରେ ନାମକ ଏକ ସଫ୍ଟୱେୟାର କମ୍ପାନୀର ଏଜେଣ୍ଟ ହୋଇ ଅଭିନବ ଉପାୟରେ ବହୁ ରିଟେଲରଙ୍କଠାରୁ ୮ ଲକ୍ଷ ଟଙ୍କା ହଡ଼ପ ଘଟଣାର ପର୍ଦ୍ଦାଫାଶ ହୋଇଛି। ବରହମପୁର ଓ ନୀଳଗିରି ପୋଲିସ ମିଳିତ ଉଦ୍ୟମରେ…
କୋଟି କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ବାକି
ରେମୁଣା, ୪।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବାଲଗୋପାଲପୁରସ୍ଥିତ ବୃହତ୍ ଶିଳ୍ପାନୁଷ୍ଠାନ ବାଲେଶ୍ୱର ଆଲଏଜର ଭାଗ୍ୟ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି। ବିଦ୍ୟୁତ୍ ଯୋଗାଣକାରୀ କମ୍ପାନୀ ‘ନେସ୍କୋ’ କାରଖାନାକୁ ମଙ୍ଗଳବାର ସନ୍ଧ୍ୟାରୁ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦେଇଛି। କାରଖାନା ବ୍ୟବହାର କରୁଥିବା ବିଦ୍ୟୁତ୍ ବାବଦ…
Archives


