ରାସ୍ତା ତଳକୁ ଖସିଲା ବାଇକ୍, ଜଣେ ମୃତ
ଝୁମ୍ପୁରା, ୨୮।୧୧ (ଡି.ଏନ.ଏ.)-ବାରିଆ ଥାନାଞ୍ଚଳ ଅନ୍ତର୍ଗତ ବରାହପଶି ଜଙ୍ଗଲ ରାସ୍ତାରେ ଗୁରୁବାର ଅପରାହ୍ନରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯିବାରୁ ହିମାଂଶୁ ମହାନ୍ତ ନାମକ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଜଣେ ଗୁରୁତର…
ଡିଆର୍ଏମ୍ଙ୍କ ରୂପ୍ସା ଜଙ୍କଶନ ପରିଦର୍ଶନ
ରୂପ୍ସା, ୨୮।୧୧ (ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍ର ନୂତନ ରେଳବାଇ ମ୍ୟାନେଜର ମନୋରଞ୍ଜନ ପ୍ରଧାନ ଗୁରୁବାର ବାଲେଶ୍ୱର ଜିଲାର ରୂପ୍ସା ରେଳ ଜଙ୍କଶନ ପରିଦର୍ଶନ କରିଛନ୍ତି। ନିର୍ମାଣାଧିନ ଫୁଟ୍ ଓଭରବ୍ରିଜ ସମ୍ପ୍ରସାରଣ କାର୍ଯ୍ୟ ତଦାରଖ କରିବା ସହ ସେ ଯାତ୍ରୀ ପ୍ରତୀକ୍ଷାଳୟ…
ବନବିଭାଗର ‘ଅପରେଶନ ଗଜେନ୍ଦ୍ର’: ବାହୁଡ଼ିଲେ ଝାଡ଼ଖଣ୍ଡ ହାତୀପଲ
ସଜନାଗଡ଼, ୨୮।୧୧(ଡି.ଏନ.ଏ.)-ଝାଡ଼ଖଣ୍ଡ ଦଲମା ଅଭୟାରଣ୍ୟରୁ ୪ଦିନ ହେଲା ହାତୀପଲ ନୀଳଗିରି ବନାଞ୍ଚଳକୁ ଚାଲି ଆସି ଉପଦ୍ରବ ଚଳାଇଥିଲେ। ଯେତେ ଧାନ ଫସଲ ଖାଇଥିଲେ ତାହାଠାରୁ ଅଧିକ ଦଳିଚକଟି ନଷ୍ଟ କରିଦେଇଛନ୍ତି। ତିନିକୋଶିଆ ଏବଂ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବା ୧୦ରୁ…
ଜିଲା ମୁଖ୍ୟ ଚିକିତ୍ସାଳୟରେ କେନ୍ଦ୍ରାଞ୍ଚଳ ଆର୍ଡିସି: ଚିକିତ୍ସା ସେବାକୁ ପ୍ରାଥମିକତା ଦିଅ
ବାଲେଶ୍ୱର ଅଫିସ,୨୮।୧୧- କେନ୍ଦ୍ରାଞ୍ଚଳ ଆର୍ଡ଼ିସି ଇଂ. ଅନିଲ କୁମାର ସାମଲ ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ଅଚାନକ ଗସ୍ତରେ ଆସି ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ସମସ୍ୟାର ପ୍ରତିକାର…
ସରପଞ୍ଚ ଉପନିର୍ବାଚନକୁ ନେଇ ଉତ୍ତେଜନା: ଭୋଗରାଇ ବ୍ଲକ ପରିସର ରଣକ୍ଷେତ୍ର
ଭୋଗରାଇ,୨୮।୧୧(ଡି.ଏନ.ଏ.)- ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ କାର୍ଯ୍ୟାଳୟ ପରିସର ବୁଧବାର ସନ୍ଧ୍ୟାରେ ରଣକ୍ଷେତ୍ର ପାଲଟିଛି। ବ୍ଲକ ଅଧୀନ ଶ୍ରଦ୍ଧାପୁର ଓ କସବାକମର୍ଦ୍ଦା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପୂର୍ବାହ୍ନରେ ଉପନିର୍ବାଚନ ହୋଇଥିଲା। ମଧ୍ୟାହ୍ନ ୧୨ଟା ସମୟରେ ମତଦାନ ଶେଷ ହେବାରୁ ଭୋଟ…
ଗୁଳି ଫୁଟାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍ ଉଦ୍ୟମ
ବାହାନଗା/ସୋର, ୨୮।୧୧(ଡି.ଏନ୍.ଏ.)- ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନାୟକ ବନ୍ଧ ଛକରେ ବୁଧବାର ମଧ୍ୟାହ୍ନରେ ୩ ଜଣ ଡକାୟତ ବାଇକ୍ରେ ଆସି ଗୁଳି ଫୁଟାଇ ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍ ଉଦ୍ୟମ କରିଥିବା ନେଇ…
ନ୍ୟାୟ ପାଇଁ ଦିବାରାତ୍ର ଅନଶନରେ ଛାତ୍ରୀଛାତ୍ର
ବାଲେଶ୍ୱର ଅଫିସ,୨୮।୧୧- ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ରାଜ୍ୟର ଫକୀରମୋହନ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଭଳି ୪ଗୋଟି ବିଶ୍ୱବିଦ୍ୟାଳୟର ବିଏଡ୍-ଏମ୍ଏଡ୍ ଛାତ୍ରୀଛାତ୍ରମାନେ ଶିକ୍ଷକ ପ୍ରବେଶିକା ପରୀକ୍ଷା (ଓଟିଇଟି, ସିଟିଇଟି, ଓଏସ୍ଏସ୍ଟିଇଟି) ଦେଇପାରୁ ନ ଥିବାରୁ…
ପ୍ରଯୁକ୍ତି କୌଶଳ ଶିଖାଇଲା ଆତ୍ମନିଯୁକ୍ତି ବାଟ
ଖଇରା, ୨୭।୧୧(ଡି.ଏନ.ଏ.)-ଆଧୁନିକ ପ୍ରଯୁକ୍ତି କୌଶଳ ଶିଖି ଏହାକୁ କାର୍ଯ୍ୟରେ ଲଗାଇଲେ, ଆତ୍ମନିଯୁକ୍ତି ସୁଯୋଗ ଆପଣାଛାଏଁ ହାତରେ ପହଞ୍ଚିଯିବ । ଏକଥା କହନ୍ତି, ବାଲେଶ୍ୱର ଜିଲା ଅଧୀନ ଖଇରା ଅଞ୍ଚଳର ୧୭ ବର୍ଷର କିଶୋର ଅଜୟ ସାହୁ। ତାଙ୍କ ଦେହ ଅସୁସ୍ଥ ରହିବାରୁ…
ତାମିଲନାଡୁରୁ ଅପହୃତା ନାବାଳିକା ଉଦ୍ଧାର
ରୂପ୍ସା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ପରିକ୍ଷୀ ଫାଣ୍ଡି ଅଞ୍ଚଳର ଜଣେ ଅପହୃତା ନାବାଳିକାଙ୍କୁ ପୋଲିସ ତାମିଲନାଡୁରୁ ଉଦ୍ଧାର କରିଛି। ୧୦ଦିନ ପୂର୍ବରୁ ନାବାଳିକା ଜଣକ ଟ୍ୟୁଶନ ଯାଉଥିବା ବେଳେ କମର୍ଦ୍ଦା ଥାନା ଅଞ୍ଚଳର ଯୁବକ ବିବେକ ବେହେରା ଅପହରଣ କରିନେଇଥିବା ଅଭିଯୋଗ…
ବନ୍ଧୁକ ଦେଖାଇ ଗହଣା ଲୁଟ୍ ଘଟଣା: ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଠାବ, କାର୍ ଜବତ
ରୂପ୍ସା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍ସା ଥାନା ତାହାରପୁର ଗ୍ରାମର ଗହଣା ଦୋକାନୀ ମୃତ୍ୟୁଞ୍ଜୟ ଗିରିଙ୍କ ଗହଣା ଦୋକାନରୁ ୩୦ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି। ବସ୍ତା ଥାନା ଆଇଆଇସି ଧନେଶ୍ୱର ସାହୁ ଯୋଜନା ପ୍ରସ୍ତୁତ…
ଉତ୍ତରାଧିକାରୀ ପ୍ରମାଣପତ୍ର ଖାରଜ ଘଟଣା: କାଗଜପତ୍ର ଯାଞ୍ଚ କଲା ଭିଜିଲାନ୍ସ ଟିମ୍
ଖଇରା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଆଳଦା ମୌଜାରେ ଜମି କିଣାବିକାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଅଡୁଆସୂତା ଭଳି ଛନ୍ଦି ହେବାରେ ଲାଗିଛି ା ଘଟଣାର ତଦନ୍ତ ପାଇଁ ଜିଲା ଭିଜିଲାନ୍ସ ବିଭାଗର ଏକ ଟିମ୍ ଡିଏସ୍ପି ଏସ୍.କେ…
୧.୨୦ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ: ଅଭିଯୁକ୍ତ ଗିରଫ
ରୂପ୍ସା, ୨୫।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ଜଣେ ବ୍ରାଉନ୍ସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ବ୍ୟବସାୟୀ ହେଲେ ନିଶାକର ପାତ୍ର। ତାଙ୍କଠାରୁ ୧୨ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି। ଏହାର ମୂଲ୍ୟ…
Archives


