ବାଲେଶ୍ୱର

ହିତାଧିକାରୀଙ୍କୁ ମିଳିନି ହଜାରେ ଟଙ୍କା ସହାୟତା

ବାରିପଦା ଅଫିସ, ୧୨ା୪- ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ରାଶନ କାର୍ଡ଼ଧାରୀମାନଙ୍କୁ ୧ ହଜାର ଟଙ୍କା ଲେଖାଏ କରୋନା ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲାର ବିିଭନ୍ନ ପଞ୍ଚାୟତରେ ଟଙ୍କା ବଣ୍ଟନ…

ଚାଲି ଚାଲି ଗାଁକୁ ଫେରୁଛନ୍ତି ଶ୍ରମଜୀବୀ

ଆରଡି, ୧୨ା୪(ଡି.ଏନ.ଏ.)-ନିଜ ଭିଟାମାଟି ଛାଡି ଅନ୍ୟ ଜିଲାରେ କାମ କରୁଥିବା ଆଦିବାସୀ ସମ୍ପ୍ରଦାୟର ଶ୍ରମଜୀବୀମାନେ ଲକଡାଉନ ଯୋଗୁ ଏବେ କାମଧନ୍ଦା ନ ପାଇ ଦିନକୁ ଦି ଓଳି ଖାଇବାକୁ ପାଉନାହାନ୍ତି। ସେମାନେ ନିଜ ନିଜ ଗଁାକୁ ବାହୁଡିବା ଆରମ୍ଭ କରିଛନ୍ତି। ରବିବାର…

୨ ଶିକାରୀ ଗିରଫ,ବନ୍ଧୁକ ଜବତ

କେନ୍ଦୁଝର,୧୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଓଗାଁ ରେଞ୍ଜ ହରିଚନ୍ଦନପୁର ସେକ୍ସନ ଅଧୀନସ୍ଥ ରେବଣା ସଂରକ୍ଷିତ ପିଠାଗୋଳା-ମରାଗୋଳା ମଧ୍ୟବର୍ତ୍ତୀ ଜଙ୍ଗଲରେ ଚଢ଼ାଉ କରି ବନ ବିଭାଗ ୨ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ଅଭିଯୁକ୍ତ ଦ୍ୱୟ ହେଲେ ପିଠାଗୋଳା…

ଅମାନିଆଙ୍କୁ ରାସ୍ତାରେ ଆଣ୍ଠେଇଲେ ବାହାନଗା ତହସିଲଦାର

ବାହାନଗା, ୧୨।୪(ଡି.ଏନ.ଏ.): କରୋନା ମୁକାବିଲା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକ୍‌ଡାଉନ୍‌ ହେତୁ ଘରେ ରହିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବାଇକ୍‌ର ବ୍ୟବହାର ଉପରେ ରୋକ ଲଗାଯାଇଛି। ଅନେକ ସ୍ଥାନରେ ଏଥିନେଇ ଜରିମାନା…

ଘୁଷୁରିକିଳା ଗ୍ରାମରେ ଅଗ୍ନିକାଣ୍ଡ

ସଜନାଗଡ଼, ୧୨।୪(ଡି.ଏନ.ଏ.)-ନୀଳଗିରି ବ୍ଲକ ଅଧୀନ ଆରବନ୍ଧ ପଞ୍ଚାୟତର ଘୁଷୁରିକିଳା ଗ୍ରାମରେ ଶନିବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ୨ ବଖରା ଜଳିଯାଇଛି। କ୍ଷତିଗ୍ରସ୍ତ ହୋଇଛନ୍ତି ଘୁଷୁରିକିଳା ଗ୍ରାମର ବାଈଧର ଟୁଡୁ। ଅଗ୍ନିକାଣ୍ଡରେ ତାଙ୍କର ଟଙ୍କାପଇସା, ଧାନଚାଉଳ, ଲୁଗାପଟା, ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ…

ଔପଦା ଡାକ୍ତରଖାନା ହେଲା ସାନିଟାଇଜ୍‌

ଔପଦା,୧୨।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ମହକୁମାର ୧୯୪୨ ମସିହା ଠାରୁ ସ୍ଥାପିତ ବହୁ ପୁରାତନ ଔପଦା ଡାକ୍ତରଖାନାରୁ ଦୀର୍ଘଦିନରୁ ପଡ଼ିରହିଥିବା ଅଳିଆ ଆବର୍ଜନାକୁ ସଫା କରାଯାଇଛି। ଅଳିଆ ସଫା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଡାକ୍ତରଖାନାକୁ ସାନିଟାଇଜ୍‌…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ,୧୨।୪- କରୋନା ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା ପାଇଁ ବାଲେଶ୍ୱର ଜିଲା ରେମୁଣା ସ୍ଥିତ ସିଦ୍ଧେଶ୍ୱର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସ୍ବୟଂ ସହାୟିକା ଗୋଷ୍ଠୀର…

ନିରାଡମ୍ବରରେ ପାଳନ ହେଲା ମହାନୀଳପର୍ବ

ଭୋଗରାଇ, ୧୨।୪(ଡି.ଏନ.ଏ.)-କରୋନା ଯୋଗୁ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା ଓ ଲକ୍‌ଡାଉନ ଅବଧି ବୃଦ୍ଧି ଯୋଗୁ ମହାଦେବଙ୍କ ମହାନୀଳପର୍ବ ପ୍ରଭାବିତ ହୋଇଛି। ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଚନ୍ଦନେଶ୍ୱରଠାରେ ଉପବୀତଧାରୀଙ୍କ ଭିଡ…

ନିୟମ ଉଲ୍ଲଂଘନ ନେଇ ଗ୍ରସୋରି ଦୋକାନ ସିଲ୍‌

ସଜନାଗଡ଼, ୧୧।୪(ଡି.ଏନ.ଏ.): କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତ୍ୱ ଓ ମୁହଁରେ ମାସ୍କ ଲଗାଇବା ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ମାତ୍ର ବିଭିନ୍ନ ସ୍ଥାନରେ ଏହାକୁ ଅମାନ୍ୟ କରାଯାଉଛି। ଫଳରେ କରୋନା ଭୂତାଣୁ ବ୍ୟାପିବାର ଯଥେଷ୍ଟ ଆଶଙ୍କା…

ଜିଲା ଯୋଗାଣ ଓ ଖାଉଟି ବିଭାଗ ପକ୍ଷରୁ ବିଭିନ୍ନ ଗୋଦାମରେ ଚଢ଼ାଉ

ବାହାନଗା,୧୧।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକର ବିଭିନ୍ନ ଗୋଦାମ ଉପରେ ଜିଲା ଯୋଗାଣ ଓ ଖାଉଟି ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଛି। କରୋନା ଭାଇରସ୍‌ ସଂକ୍ରମଣ ନ ହେବା ପାଇଁ ସରକାର ଗତ ୨୨ତାରିଖଠାରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ…

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

ବାଲେଶ୍ୱର ଅଫିସ, ୧୦।୪: ବାଲେଶ୍ବର ସଦର ଥାନା ଶୋଇପୁରରୁ ଶନିବାର ପୂର୍ବାହ୍ନରେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଶେଖପାଟଣା ଅଞ୍ଚଳର ଚକ୍ରଧର ବାରିକ। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାରକରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ…

୯ ବିଦେଶ ଫେରନ୍ତାଙ୍କ ରକ୍ତ ନମୁନା ସଂଗ୍ରହ

ସୋର, ୧୧ା୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ତଥା ବିଦେଶରୁ ବାଲେଶ୍ୱର ଜିଲା ସୋର ଅଞ୍ଚଳକୁ ଫେରିଥିବା ୩୭ ଜଣ କ୍ୱାରାଣ୍ଟାଇନରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏହି ୯…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri