ଅପରାଧ

ଶ୍ୱଶୁରଘର ଅଞ୍ଚଳରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ବାପା

ଧାମନଗର, ୧।୬ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀନଗରୀ ନିକଟ ରେବ ନଦୀ କୂଳରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ଶନିବାର ସକାଳେ ବଣଘେରା ସ୍ଥାନରେ ମୃତଦେହ ଦେଖି…

ଆସିକା ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲା: ପୋଲିସ ଏନ୍‌କାଉଣ୍ଟରରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ, ମାଷ୍ଟରମାଇଣ୍ଡଙ୍କୁ ଖୋଜୁଛି ପୋଲିସ

ବ୍ରହ୍ମପୁର ଅଫିସ,୧ା୬- ଆସିକା କଂଗ୍ରେସ ବିଧାୟକ ର୍ପ୍ରାଥୀ ମନୋଜ ଜେନାଙ୍କୁ ଗତ ୨୨ ତାରିଖ ରାତ୍ର ସାଢ଼େ ୯ଟା ବେଳେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ଲାଞ୍ଜିପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ଗୁଳିମାଡ଼ ଓ ତଣ୍ଟି କାଟି…

ବଧୂହତ୍ୟା ଘଟଣା: ସ୍ବାମୀ, ଶାଶୁ, ନଣନ୍ଦଙ୍କୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା ଅଫିସ, ୧।୬: ଖୋର୍ଦ୍ଧାର ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟରେ ଜଙ୍କିଆ ମାନପୁର ଗାଁର ବିଳାସିନୀ ରାଉତରାୟ ହତ୍ୟାକାଣ୍ଡ ଘଟଣାର ରାୟ ଶନିବାର ପ୍ରକାଶ ପାଇଛି। ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ ଧନୁର୍ଦ୍ଧର ସେନାପତି ଏହି ଘଟଣାର ବିଚାରକରି ବିଳାସିନୀଙ୍କ…

ହିଞ୍ଜିଳି ଥାନା ଅଞ୍ଚଳରୁ ଘନ ଘନ ଚୋରି

ହିଞ୍ଜିଳିକାଟୁ,୩୧।୫(ଡି.ଏନ୍‌.ଏ.) : ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରୁ ଗତ ୨ଦିନରେ ଏକାଧିକ ଚୋରି ଅଭିଯୋଗ ହୋଇଛି। ଗୁରୁବାର ରାତିରେ ରାମଚନ୍ଦ୍ରପୁର ଗ୍ରାମର ହେମନ୍ତ ସେଠିଙ୍କ ପରିବାର ଲୋକେ ଘରେ ଶୋଇଥିବାବେଳେ ଲୁଟେରାମାନେ ଘରେ ପଶି ଆଲମିରା ଭାଙ୍ଗି ୬ ତୋଳା…

ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଗିରଫ

ଭୋଗରାଇ,୩୧।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା କମର୍ଦା ଥାନା ଅଧୀନ କମର୍ଦା ବଜାରରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିକୁ ସନ୍ଦେହ କରି ଜଣେ ସ୍ବାମୀ ସ୍ତ୍ରୀଙ୍କୁ ଧାରୁଆ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିବା ସୂଚନା ମିଳିଛି।…

ଦୁଇ ପୃଥକ ଅପହରଣ ମାମଲା: ୪ ଗିରଫ

ଭବାନୀପାଟଣା, ୩୧।୫ (ଡି.ଏନ୍‌.ଏ.): ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ଦୁଇଟି ଅପହରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଭବାନୀପାଟଣା ସହରରେ ଗତ କିଛି ଦିନ ତଳେ ବିବାହର ପ୍ରଲୋଭନ ଦେଖାଇ ବେନ୍ଦାଝୋଲା ଗ୍ରାମର ମାନସ ନାଏକ ସାଥୀ…

୧୨ ଚୋରା ବାଇକ ଜବତ: ୨ ଗିରଫ

କଟକ ରୋଡ଼, ୩୧।୫(ଡି.ଏନ୍‌.ଏ.): ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରୁଥିବା ଏକ ଗ୍ୟାଙ୍ଗର ୨ ଅଭିଯୁକ୍ତଙ୍କୁ ବଡ଼ଗଡ଼ ପୋଲିସ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଅଞ୍ଚଳର ପିଣ୍ଟୁ ବେହେରା ଓ କଟକ…

ଘରୁ ଚାଲିଥିଲା ଗଞ୍ଜେଇ ବେପାର: ସୋଲପଟା ଗ୍ରାମରେ ଯାଜପୁର ରୋଡ୍‌ ଅବକାରୀ ବିଭାଗର ଚଢ଼ାଉ; ୮୮ କେଜି ଗଞ୍ଜେଇ ସହ ମହିଳା ଗିରଫ

ଯାଜପୁର ରୋଡ୍‌,୩୧।୫(ନି.ପ୍ର.): ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ରୋଡ୍‌ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ପାଣିକୋଇଲି ଥାନା ସୋଲପଟା ଗ୍ରାମରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ୮୮କେଜି ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ…

ଲୁହାଛଡ ଚୋରି ଅଭିଯୋଗ: ଦୁଇ ଧରାପଡ଼ିଲେ

ହେମଗିର, ୩୦।୫ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଲଇକେରା ଗ୍ରାମର ଦୁଇଜଣ ଲୁହାଛଡ ଚୋରି ଅଭିଯୋଗରେ ପୋଲିସ ଦ୍ୱାରା ଧରାପଡ଼ିଛନ୍ତି। ସେମାନେ ହେଲେ ଲଇକେରା ଗ୍ରାମର ଜଣେ ଯୁବକ ସାବିନ ବାଗ (୧୯) ଓ ଜଣେ ନାବାଳକ(୧୭)। ୨୯ ତାରିଖ…

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୩ ଗିରଫ

ବଇଣ୍ଡା,୩୦।୫(ଡି.ଏନ.ଏ.)-ଆଠମଲ୍ଲିକ ଅବକାରୀ ବିଭାଗ ଗୁରୁବାର ଠାକୁରଗଡ଼ ଥାନା ଗୋପିନାଥପୁର ଗ୍ରାମରେ ଚଢାଉ କରି ୪୦ ଲିଟର ଦେଶୀ ମଦ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନରେନ୍ଦ୍ର ବେହେରା, ସୁମିତ୍ରା ମାଝି, ଶୁକଦେବ ପ୍ରଧାନ।…

ଅବୈଧ ପ୍ରେମ ସମ୍ପର୍କକୁ ନେଇ ଶିକ୍ଷକଙ୍କୁ ହତ୍ୟା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

ମୁନିଗୁଡ଼ା,୩୦।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ଗ୍ରାମ ବଂଶଧରା ପୋଲ ତଳୁ ଗତ ୨୦ ତାରିଖରେ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ କରିବା ସହ ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ…

ଦୁର୍ଗମ ଅଞ୍ଚଳରେ ଚାଲିଥିଲା ମଦ ଭାଟି: ଅବକାରୀ ବିଭାଗର ଚଢ଼ାଉ, ଦୁଇ ଗିରଫ

ଦିଗପହଣ୍ଡି,୩୦।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବିଛାପାଟ ଗ୍ରାମ ନିକଟ ଦୁର୍ଗମ ଅଞ୍ଚଳରେ ଚାଲିଥିବା ବେଆଇନ ଦେଶୀ ମଦଭାଟି ଉପରେ ଗୁରୁବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଘଟଣାରେ ଭାଟିରେ ମଦ ପ୍ରସ୍ତୁତ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?