ଅପରାଧ

ପଟ୍ଟନାୟକିଆ ଟ୍ରିପଲ ମର୍ଡର ଘଟଣା ଫେରାର ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ

ପୁରୀ ଅଫିସ,୨୦ା୭: ପୁରୁୀ-ଭୁବନେଶ୍ୱର ଜାତୀୟ ରାଜପଥ ସତ୍ୟବାଦୀ ଥାନା ପଟ୍ଟନାୟକିଆ ଛକରେ ଗତ ୧୪ତାରିଖରେ ଘଟିଥିଲା ଟ୍ରିପଲ ମର୍ଡର। ଦୁର୍ବୃତ୍ତମାନେ ସଦାନନ୍ଦପୁର ଗ୍ରାମର ଦୁଇ ଭାଇ ପୂର୍ଣ୍ଣ, କୃଷ୍ଣ ଓ ଦାଦା ପୁଅ ଭାଇ ପଞ୍ଚୁଆଙ୍କୁ ଗୋଡାଇ ହାଣି ହତ୍ୟା କରିଥିଲେ।…

ସୁନା ଚେନ୍‌ ଲୁଟ୍‌ ଘଟଣା, ୪ ଗିରଫ: ୬ ସୁନା ଚେନ, ଏକ ଅଟୋ, ବାଇକ୍‌ ଜବତ

ଫୁଲନଖରା,୧୯।୭(ଡି.ଏନ୍‌.ଏ.)- କଟକ ସଦର ପୋଲିସ ଫୁଲନଖରା ଓଭରବ୍ରିଜଠାରୁ ଗୋପାଳପୁର ମଧ୍ୟରେ ନିୟମିତ ରାସ୍ତାରେ ସୁନାଚେନ ଚୋରି କରୁଥିବା ଦୁଇ ଲୁଟେରାଙ୍କୁ ଓ ଚୋରି ସୁନା କିଣୁଥିବା ଦୁଇ ଦୋକାନୀଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିିିଛି। ସେମାନେ ହେଲେ ବାରଙ୍ଗ ଥାନା…

ନକଲି ମୋବିଲ କାରଖାନା ଠାବ: ୨ ଗିରଫ

ବାଲେଶ୍ୱର ଅଫିସ,୧୯।୭: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ଆରଡ଼ି ବଜାର ମଜିତ୍‌ ଗଳି ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ପୋଲିସ ଚଢ଼ାଉ କରି ନକଲି ମୋବିଲ କାରଖାନା ଠାବ କରିଛି। ଏଥିରେ ୨ଜଣଙ୍କୁ ଗିରଫ କରାଯିବା ସହ ୫ ଲକ୍ଷ ଟଙ୍କାର…

ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣା ସହ ଲିଙ୍କ୍‌ ସନ୍ଦେହ : ଅଜୟ ମୃତ୍ୟୁ ମାମଲାର ପୁନଃ ତଦନ୍ତ ଆରମ୍ଭ

ପୁରୀ ଅଫିସ, ୧୯ା୭ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅଧୀନ ପଟ୍ଟନାୟିକିଆ ଛକରେ ଗତ ୧୫ତାରିଖ ଅପରାହ୍ନ ୪ଟାରେ ଟ୍ରିପଲ ମର୍ଡର ଘଟିଥିଲା। ସ୍ଥାନୀୟ ସଦାନନ୍ଦପୁର ଗ୍ରାମର ଦୁଇ ଭାଇ ପୂର୍ଣ୍ଣ ଓ କୃଷ୍ଣ ବେହେରା ଏବଂ ଦାଦା…

ଜ୍ୱାଇଁଙ୍କୁ ଶ୍ୱଶୁରଙ୍କ ଛୁରାମାଡ

ଦିଗପହଣ୍ଡି,୧୮ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟଁା ଛକ ନିକଟରେ ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଜ୍ୱାଇଁଙ୍କୁ ଶ୍ବଶୁର ଛୁରାମାଡ କରିଛନ୍ତି। ଆହତ ଯୁବକ ଜଣକ ହେଲେ ଦିଗପହଣ୍ଡି ଥାନା କଲ୍ୟାଣପୁର ଗ୍ରାମର ସଞ୍ଜୟ ଗୌଡ। ସଞ୍ଜୟ ରାସ୍ତା ଉପରେ ଠିଆହୋଇଥିବାବେଳେ…

ପୂର୍ବଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ : ଜଣଙ୍କୁ ହତ୍ୟା

ଠାକୁରମୁଣ୍ଡା,୧୮।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତ ନଦା ଗ୍ରାମରେ ବୁଧବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଜଣଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ସେହି ଗ୍ରାମର ନାରାୟଣ ପାତ୍ର ବୋଲି ଜଣାପଡ଼ିଛି। ପ୍ରକାଶ ଯେ,…

୧୫ ଗ୍ରାମ୍‌ ବ୍ରାଉନସୁଗାର ଜବତ : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଖୋର୍ଦ୍ଧା ଅଫିସ,୧୭।୭: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଭାଲିଆବାଡିରେ ଅବକାରୀ ସ୍କ୍ବାଡ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏଥିରେ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ନିରାକାରପୁର ଷ୍ଟେଶନବଜାରର ଅବିନାଶ…

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର: ଅଭିଯୁକ୍ତ ଶିକ୍ଷକ ଗିରଫ

ସମ୍ବଲପୁର, ୧୭।୭(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାରଲୋକଙ୍କ ଅଭିଯୋଗକ୍ରମେ ବାଉରୀଗୁଡ଼ା ସ୍କୁଲର ଶିକ୍ଷକ ପୁରୁଷୋତ୍ତମ ଖର୍ସେଲଙ୍କୁ ପୋଲିସ ଗିରଫ କରିଛି। ଏନେଇ ଥାନାରେ ମାମଲା(ନଂ ୧୬୩/୧୯) ରୁଜୁ…

କାର୍‌ରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର, ଗୁଳିଭରା ପିସ୍ତଲ ଜବତ: ୩ ଗିରଫ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଏକ ଆନ୍ତଃରାଜ୍ୟ ଚୋରା ବ୍ରାଉନସୁଗାର ର଼୍ୟାକେଟକୁ ଧରିଛି। ର଼୍ୟାକେଟରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା କାର୍‌ରୁ ୧୩୦ ଗ୍ରାମର ବ୍ରାଉନସୁଗାର, ପିସ୍ତଲ ଓ ଦୁଇ ରାଉଣ୍ଡ୍‌ ଗୁଳି…

ପାରିବାରିକ ଅଶାନ୍ତି: ସ୍ତ୍ରୀକୁ ଠେଙ୍ଗାରେ ପିଟି ମାରିବା ପରେ ଟାଙ୍ଗିଦେଲେ ସ୍ବାମୀ

କୋରାପୁଟ,୧୬ା୭(ସ୍ବ.ପ୍ର.): ଦମ୍ପତିଙ୍କ ଭିତରେ ପାଟିତୁଣ୍ଡ ଚାଲେ। କିନ୍ତୁ ମଙ୍ଗଳବାର ଏହି ପାରିବାରିକ ଅଶାନ୍ତି ଉଗ୍ର ରୂପ ନେଇଥିଲା। କ୍ରୋଧରେ ଉନ୍ମତ୍ତ ସ୍ବାମୀ ଠେଙ୍ଗାରେ ସ୍ତ୍ରୀଙ୍କୁ ପିଟିପିଟି ମାରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ରଶି ଲଗାଇ ମୃତଦେହକୁ ଘରେ ଟାଙ୍ଗିଦେଇଛନ୍ତି।…

ଧରାପଡିଲେ ଚୋରଗ୍ୟାଙ୍ଗ: ୯ ଗିରଫ, ୩୯ ମୋବାଇଲ, ୩ ବାଇକ ଜବତ

ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଏକ ଚୋରଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ୯ଜଣ ଚୋର ଅଛନ୍ତି। ସେମାନଙ୍କଠାରୁ ୩୯ ମୋବାଇଲ, ୩ ବାଇକ୍‌ ଜବତ କରାଯାଇଥିବା ମଙ୍ଗଳବାର ଅପରାହ୍ନରେ ଆୟୋଜିତ ଖବରଦାତା ସମ୍ମିଳନୀରେ…

ଲକ୍ଷାଧିକ ଟଙ୍କାର ଜିଞ୍ଜର ସହ ପିକଅପ୍‌ ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ବିଭାଗ ସୋମବାର ପୂର୍ବାହ୍ନ ସମୟରେ ଶିଳ୍ପାଞ୍ଚଳ ଥାନା ବାମପଦା ଛକରେ ଗୋଟିଏ ପିକଅପ୍‌ ଭ୍ୟାନ୍‌ (ନଂ. ଓଡ଼ି୦୧ୟୁ୪୨୨୨)ରେ ଯାଉଥିବା ୨୫ପେଟି ଜିଞ୍ଜର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?