ଗୋଟିଏ ଦିନରେ ୧୧୯୭ କରୋନା ଟେଷ୍ଟ: ସବୁ ରିପୋର୍ଟ ନେଗେଟିଭ୍
ଭୁବନେଶ୍ୱର,୧୬।୪(ବ୍ୟୁରୋ): ସାରା ଦେଶରେ କରୋନା ଭାଇରସ୍ କାୟା ମେଲାଇ ଚାଲିଛି। ରାଜ୍ୟରେ ମଧ୍ୟ ଏହାର ପ୍ରକୋପ ଜାରି ରହିଛି। ଇତିମଧ୍ୟରେ ବୁଧବାର ଏକ ଖୁସି ଖବର ସାମ୍ନାକୁ ଆସିଛି। ଯାହା ରାଜ୍ୟବାସୀଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ସୂଚନା ମୁତାବକ ବୁଧବାର…
ଓଡ଼ିଶାରେ ସଂକ୍ରମଣ ହାର ସର୍ବନିମ୍ନ: ପ୍ରତି ୧୦୦ ନମୁନାରେ ୧.୦୮% ପଜିଟିଭ୍
ଭୁବନେଶ୍ୱର, ୧୫।୪(ବ୍ୟୁରୋ): ମହାମାରୀ କରୋନା ପାଇଁ ସାରା ଭାରତ ବର୍ତ୍ତମାନ ଲକ୍ଡାଉନରେ ରହିଛି। ଏହାସତ୍ତ୍ୱେ ଦେଶରେ ଦିନକୁ ଦିନ କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ଜାତୀୟ ସ୍ଥିତି ତୁଳନାରେ ଓଡ଼ିଶାରେ…
ରଥଯାତ୍ରା ପାଇଁ ଖୁବ୍ଶୀଘ୍ର ନିଷ୍ପତ୍ତି: ବିନା ଭକ୍ତରେ ହୋଇପାରେ ଚନ୍ଦନ ଯାତ୍ରା
ଭୁବନେଶ୍ୱର, ୧୫।୪(ବ୍ୟୁରୋ): ଜୁନ୍ ୨୩ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଦିନ ପାଖେଇ ଆସୁଥିବାବେଳେ ରଥ ନିର୍ମାଣ ପାଇଁ ପୁରୀରେ ରଥକାଠ ପହଞ୍ଚତ୍ସାରିଛି। କିନ୍ତୁ କରୋନା ବିରୋଧରେ ଲଢ଼େଇ ଚାଲିଥିବାରୁ ରଥଯାତ୍ରା ହେବ କି ନାହିଁ ତାହାକୁ ନେଇ ଏବେ ବିଚାରବିମର୍ଷ ଚାଲିଛି। କରୋନା…
୫୦୦ ଟଙ୍କା ପାଇଁ ଭୁଲିଗଲେ ସାମାଜିକ ଦୂରତା
ଯାଜପୁର ଅଫିସ,୧୫ା୪: ଯାଜପୁର ଜିଲାରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଲେଣି। ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମଙ୍ଗଳବାରଠାରୁ ଆଉ ଜଣେ କରୋନା ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। କରୋନା ଭୂତାଣୁ ଯେପରି ଅଧିକ ସଂକ୍ରମଣ ନ ହେବ…
ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ସହ ବରୀର ୪ଜଣଙ୍କ ଲିଙ୍କ
ବରୀ,୧୫।୪(ସ୍ବ.ପ୍ର): ଯାଜପୁରର ଦ୍ୱିତୀୟ କରୋନା ପଜେଟିଭଙ୍କ ସହିତ ବରୀ ବ୍ଲକ ଗୋଳକୁଣ୍ଡ ଗ୍ରାମର ୪ଜଣଙ୍କର ଲିଙ୍କ ଥିବା ଜଣାପଡିଛି। ଏନେଇ ବରୀ ଅଞ୍ଚଳବାସୀ ଅଧିକ ସଚେତନ ହୋଇପଡ଼ିଛନ୍ତି। ଯାଜପୁର ଜିଲା ଯାଜପୁର ବ୍ଲକ ଅନ୍ତର୍ଗତ ଜାଫରପୁର ପଞ୍ଚାୟତ ସାନତ୍ରିଲୋଚନପୁର ଗ୍ରାମରୁ ମଙ୍ଗଳବାର…
ସ୍ଥାନାନ୍ତର ହେବ ଜାରକା ମାଛ ମାର୍କେଟ
ଧର୍ମଶାଳା,୧୫।୪(ଡିଏନଏ): ଧର୍ମଶାଳା ବ୍ଲକ ଜାରକା ଗୋପବନ୍ଧୁ ଛକ ନିକଟରେ ଚାଲିଥିବା ନିତିଦିନିଆ ମାଛ ମାର୍କେଟ ସ୍ଥାନାନ୍ତର କରାଯିବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି କରାଯାଇଛି। ମାଛ ମାର୍କେଟଗୁଡିକରେ ଅଧିକ ଲୋକଙ୍କ ଗହଳି ଜମୁଥିବାରୁ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବପର…
ଗୀତ ଗାଇ ସଚେତନ କଲେ ଥାନାଧିକାରୀ
ବିଞ୍ଝାରପୁର,୧୫ା୪(ଡି.ଏନ.ଏ): କରୋନା ମହାମାରୀ ଏବେ ସମଗ୍ର ବିଶ୍ୱରେ ତାଣ୍ଡବ ରଚିବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକମୂଳକ ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି। ଏହି ସଚେତନତା ବାର୍ତ୍ତାକୁ ଘରେଘରେ ପହଞ୍ଚାଇବାକୁ ବିଞ୍ଝାରପୁର…
ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ
ଭଦ୍ରକ ଅଫିସ, ୧୫ା୪: ଭଦ୍ରକ ଜିଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ପୁରୁଣାବଜାର ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ଏହି ଅଞ୍ଚଳରୁ କଟକଣା ବୁଧବାର ହଟାଇ ଦିଆଯାଇଥିଲେ ମଧ୍ୟ ଲକ୍ଡାଉନ ଜାରି…
ମୟୂରଭଞ୍ଜରେ କୋଭିଡ଼ ହସ୍ପିିଟାଲ
ବାରିପଦା ଅଫିସ, ୧୫ା୪: କରୋନା ଆକ୍ରାନ୍ତଙ୍କ ପାଇଁ ମୟୂରଭଞ୍ଜ ଜିଲାରେ କୋଭିଡ଼ -୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ବାରିପଦାଠାରୁ ୭ କି.ମି ଦୂର ବାଙ୍କିଶୋଳଠାରେ ଥିବା ଆଦାନୀ କିସ୍ ଆବସିକ ବିଦ୍ୟାଳୟ କ୍ୟାମ୍ପସରେ ଏହା ବୁଧବାର କାର୍ଯ୍ୟକ୍ଷମ ହୋଇଛି। ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ…
୭ ରକ୍ତ ନମୁନା ନେଗେଟିଭ
ପାଟଣା, ୧୫ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକକୁ ଫେରିଥିବା ୨ ବିଦେଶ ଫେରନ୍ତାଙ୍କୁ ମିଶାଇ ମୋଟ ୩୩୮ ଜଣଙ୍କ ହୋମ କ୍ୱାରାଣ୍ଟାଇନ ଶେଷ ହୋଇଛି। ସମସ୍ତେ ସୁସ୍ଥ ଥିବା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସୁପ୍ରକାଶ ଶତପଥୀ ପ୍ରକାଶ କରିଛନ୍ତି।…
ଲକଡାଉନ୍ ବେଳେ ମଦ ଦୋକାନ ସିଲ୍ ଭଙ୍ଗାଗଲା
ଯୋଡ଼ା,୧୫।୪(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡା ସହରର ବାଂଶପାଣି ରୋଡ୍ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରେ ସିଲ୍ ଭଙ୍ଗାଯାଇଛି। ଅବକାରୀ ବିଭାଗର ଜଣେ ଅଧିକାରୀ ଏକୁଟିଆ ଆସି ଏହି ଦୋକାନରେ ପୂର୍ବରୁ ଥିବା ସିଲକୁ ଭାଙ୍ଗି ପୁଣି ସିଲ୍ କରୁଥିବା…
ସୋନପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ର
ସୋନପୁର,୧୫।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ କରୋନା ପ୍ରତିରୋଧ ପାଇଁ ପ୍ରଥମ ପର୍ଯ୍ୟାୟରେ ସୋନପୁର ସରକାରୀ ଆଇଟିଆଇକୁ ଅସ୍ଥାୟୀଭାବେ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ବୁଧବାରଠାରୁ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇଛି। ଅପରାହ୍ନରେ ଜିଲାପାଳ ମୋନିଷା ବାନାର୍ଜୀ ସାମାଜିକ ଦୂରତ୍ୱ ଅବଲମ୍ବନ କରି…
Archives


