କରୋନା ଭାଇରସ୍‌

ବଢ଼ିବନି ବିଦ୍ୟୁତ୍‌ ଶୁଳ୍କ, ଉପଭୋକ୍ତା ଆଶ୍ୱସ୍ତ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ଚଳିତବର୍ଷ ବିଦ୍ୟୁତ ଶୁଳ୍କ ବଢ଼ିବ ନାହିଁ। କରୋନା(କୋଭିଡ୍‌-୧୯) ମହାମାରୀ ମୁକାବିଲା କରୁଥିବା ରାଜ୍ୟବାସୀଙ୍କ ଉପରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆର୍‌ସି) ଏବେ ଆଉ ଶୁଳ୍କ ବୋଝ ଲଦିବାକୁ ଚାହୁଁ ନାହାନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଇଆର୍‌ସି ବିଦ୍ୟୁତ ଦରକୁ…

ଗଣମାଧ୍ୟମ କର୍ମଚାରୀଙ୍କୁ ସଂକ୍ରମଣ ଭୟ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): କୋଭିଡ୍‌-୧୯ ମୁକାବିଲା କ୍ଷେତ୍ରରେ ସ୍ବାସ୍ଥ୍ୟ କର୍ମୀ, ପୋଲିସ ଏବଂ ସଫେଇ କର୍ମଚାରୀଙ୍କ ଭଳି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ନିଜ ଜୀବନ ବିପନ୍ନ କରି ଜନସାଧାରଣଙ୍କ ପାଖରେ ଖବର ପହଞ୍ଚାଉଛନ୍ତି। କରୋନା ପ୍ରଭାବିତ ଅଞ୍ଚଳରୁ ଖବର ଆଣିବା ସମୟରେ ଖବରଦାତା, ଫଟୋଗ୍ରାଫର…

ବେସରକାରୀ ଡାକ୍ତରଖାନା କର୍ମଚାରୀ ପାଇବେ ବୀମା ସୁବିଧା

ଭୁବନେଶ୍ୱର,୨୩ା୪(ବ୍ୟୁରୋ): କରୋନା ରୋକିବା ପାଇଁ ଆଗଧାଡିରେ କାର୍ଯ୍ୟରତ ଡାକ୍ତର, ସ୍ବାସ୍ଥ୍ୟ, କର୍ମୀ ଓ ପାରାମେଡିକାଲ କର୍ମଚାରୀଙ୍କ ସକାଶେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି। କର୍ତ୍ତବ୍ୟ ସମ୍ପାଦନ ବେଳେ ଯଦି କାହାର ମୃତ୍ୟୁ ହୁଏ…

ପଞ୍ଚାୟତରେ ହେବ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ପଞ୍ଚାୟତସ୍ତରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି। ପଞ୍ଚାୟତୱାରୀ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି। ଇତି ମଧ୍ୟରେ ରାଜ୍ୟର ୬୭୯୮ ପଞ୍ଚାୟତରେ ୨,୨୨,୯୬୩ ଶଯ୍ୟା ପ୍ରସ୍ତୁତ କରାଯାଇଛି। ରାଜ୍ୟ ବାହାରେ ଶ୍ରମିକ, କର୍ମଚାରୀ, ଛାତ୍ରୀଛାତ୍ର ମଧ୍ୟ…

ବିଧାନସଭାରେ ଖୋଲିଲା ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିିବା ପାଇଁ ଲକ୍‌ଡାଉନ ଜାରି ରହିଛି। ଓଡ଼ିଆ ଶ୍ରମିକ, କର୍ମଚାରୀ ଏବଂ ଛାତ୍ରୀଛାତ୍ରମାନେ ଭାରତର ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେମାନେ ଫେରିବା ସମ୍ଭବ ହେଉନାହିଁ। ସେମାନଙ୍କୁ ଯୋଗାଯୋଗ କରି ଯଥାସମ୍ଭବ ସହଯୋଗ କରିବା ପାଇଁ ଓଡ଼ିଶା…

ଔଷଧ କିଣିଥିବା ଲୋକଙ୍କ ତଥ୍ୟ ଦେବେ ଦୋକାନୀ ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦ୍ଦେଶନାମା

ଛତ୍ରପୁର,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଣି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି ଜିଲାର ସମସ୍ତ ଘରୋଇ ଔଷଧ ଦୋକାନୀ ସେମାନଙ୍କ ଦୋକାନରୁ ଔଷଧ କିଣିଥିବା ଲୋକଙ୍କ ତଥ୍ୟ…

ଉଦ୍‌ଘାଟିତ ହେଲା ଝାରସୁଗୁଡ଼ା କୋଭିଡ୍‌ ହସ୍ପିିଟାଲ

ଝାରସୁଗୁଡ଼ା ଅଫିସ,୨୩ା୪-ଝାରସୁଗୁଡା ସହର ମଙ୍ଗଳବଜାରସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ବୁଧବାର କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟିତ ହୋଇଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବରଗଡ ଏମ୍‌ପି ସୁରେଶ ପୁଜାରୀ, ବ୍ରଜରାଜନଗର ବିଧାୟକ କିଶୋର…

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ

ନୂଆଦିଲ୍ଲୀ,୨୩।୪:ବେସାମରିକ ବିମାଳ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏଥିଲାଗି ରାଜୀବ ଗାନ୍ଧୀ ଭବନ ସ୍ଥିତ ମୁଖ୍ୟାଳୟକୁ ୩ ଦିନ ଲାଗି ସିଲ୍‌ କରି ଦିଆଯାଇଛି। ଏଠାରେ କାମ କରୁଥିବା ପଜିଟିଭ୍‌ କର୍ମଚାରୀଜଣଙ୍କ ୧୫ ଏପ୍ରିଲ ଯାଏ ଅଫିସ…

ଭିଡିଓ କନଫେରେନ୍ସିଂରେ ସରପଞ୍ଚଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ବନ୍ତ, ୨୨।୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ମୁକାବିଲା ପାଇଁ ଗତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ଅର୍ପଣ କରିଛନ୍ତି। ନିଜ ନିଜ ପଞ୍ଚାୟତରେ କରୋନା ମୁକାବିଲା କିପରି କରାଯାଇପାରିବ ସେନେଇ ସମସ୍ତ ସରପଞ୍ଚଙ୍କୁ ବୁଧବାର…

୩୩୧ ରିପୋର୍ଟକୁ ଅପେକ୍ଷା

ବାରିପଦା ଅଫିସ, ୨୨ା୪: ଓଡ଼ିଶାରେ ଚିହ୍ନଟ ହୋଇଥିବା ଅଧିକାଂଶ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ ଥିବା ଜଣାପଡ଼ିବା ପରେ ମୟୂରଭଞ୍ଜ ଜିଲାର ବିଭିନ୍ନ ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ବାଲେଶ୍ୱରରୁ ପଜିଟିଭି ବାହାରିବା ପରେ ପଡ଼ୋଶୀ ଜିଲା ମୟୂରଭବାସୀ…

ସାନିଟାଇଜ୍‌ ହେଲା ଡାକ୍ତରଖାନା

ବାହାନଗା, ୨୨ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକର ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କିଛି ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ୍‌ କରାଯାଇଛି। ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଚାଲିଆସୁଥିବାରୁ ଏହାକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ…

ଭୁବନେଶ୍ୱରରୁ ହଟିଲା ଆବଦ୍ଧାଞ୍ଚଳ କଟକଣା

ଭୁବନେଶ୍ୱର, ୨୨ା୪(ବ୍ୟୁରୋ):  ଭୁବନେଶ୍ବରର ସମସ୍ତ କଣ୍ଟେନମେଣ୍ଟ ଜୋନ୍‌ ତଥା ଆବଦ୍ଧାଞ୍ଚଳ ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରୁ ଆବଦ୍ଧାଞ୍ଚଳ କଟକଣା ହଟାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ସଂଖ୍ୟା ୧୩୯୩୮ରେ ଏହା ସ୍ପଷ୍ଟ କରାଯାଇଛି। ଆଗାମୀ ୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri