କରୋନା ଭାଇରସ୍‌

ସାଇକେଲ୍‌ରେ ମୁମ୍ବାଇରୁ ଗୋରଖପୁର ଯାତ୍ରା

ମୁମ୍ବାଇ,୨୪।୪: ଦେଶରେ ଲକ୍‌ଡାଉନ୍‌ ଯୋଗୁ ଏକପ୍ରକାର ସବୁ ଠପ୍‌ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମସ୍ତ ପ୍ରବାସୀଙ୍କୁ ଯିଏ ଯେଉଁଠାରେ ଅଛି ସେଠାରେ ରହିବାକୁ ନିବଦେନ କରିଥିଲେ। ମହାରାଷ୍ଟ୍ର ସରକାର ସମସ୍ତ ପ୍ରବାସୀ ଶ୍ରମିକଙ୍କ ପାଇଁ…

ଚିନ୍ତା ବଢ଼ାଇଲେଣି ପଶ୍ଚିମବଙ୍ଗ ଫେରନ୍ତା: ଆକ୍ରାନ୍ତ ମାମଲାରେ ଯାଜପୁର, ବାଲେଶ୍ୱରକୁ ଟପିଲା ଭଦ୍ରକ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଗୋଟିଏ ଦିନରେ ଭଦ୍ରକ ଜିଲାରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଦ୍ୱାରା ଜିଲାରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ପ୍ରଥମେ ରାଜ୍ୟରେ ଖୋର୍ଦ୍ଧା ଅଧିକ ସଂକ୍ରମିତ ଜିଲା ଭାବେ ରେଡ୍‌ ଜୋନ୍‌ରେ ଥିବା ବେଳେ ଏବେ…

CORONAVIRUS UPDATE: ଭଦ୍ରକରେ ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟରେ ପୁଣି ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲାର। ଏହାକୁ ମିଶାଇ ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌…

କରୋନା ପଜିଟିଭ୍‌ ପରେ ବି କମି ନାହିଁ ମନୋବଳ: ଯୋଗ, ବ୍ୟାୟାମ କରୁଛନ୍ତି ପୋଲିସକର୍ମୀ

ନୂଆଦିଲ୍ଲୀ,୨୪।୪: ସାରା ବିଶ୍ୱ କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହୋଇପଡ଼ିଛି। ସମସ୍ତେ ଏହି ସଂକ୍ରମଣକୁ ନେଇ ଭୟଭୀତ ହୋଇପଡ଼ିଥିବା ବେଳେ ଏହାରି ଭିତରେ ଦିଲ୍ଲୀ ପୋଲିସର ମନୋବଳ ବେଶ୍‌ ପ୍ରଶଂସନୀୟ। କରୋନା ପଜିଟିଭ୍‌ ହେବା ପରେ ବି ସେମାନଙ୍କ ଉତ୍ସାହରେ ନା…

ଅନ୍ୟ ରାଜ୍ୟରେ ଫସିରହିଥିବା ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଯୋଜନା କରୁଛନ୍ତି ସରକାର

ଲକ୍ଷ୍ନୌ,୨୪।୪: ରାଜସ୍ଥାନ କୋଟାରେ ଫସିଥିବା ଛାତ୍ରଙ୍କୁ ଆଣିବା ପରେ ଏବେ ଅନ୍ୟ ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ଆଣିବା ପାଇଁ ଉତ୍ତରପ୍ରଦେଶ ସରକାର ଯୋଜନା କରୁଛନ୍ତି। ଶୁକ୍ରବାର କରୋନା ମୁକାବିଲା ପାଇଁ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ସୂଚନା ଦେଇଛନ୍ତି।…

ଶେରଗଡ଼ରେ ପହଞ୍ଚିଲେ ୧୬ଜଣ ବାହାର ରାଜ୍ୟ ଫେରନ୍ତା: ତଦାରଖ କଲେ ବିଡିଓ, ତହସିଲଦାର

ଶେରଗଡ଼, ୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଗୁରୁବାର ସନ୍ଧ୍ୟାରେ ବାହାର ରାଜ୍ୟରୁ ୧୬ଜଣ ବ୍ୟକ୍ତି ଆସି ପହଞ୍ଚିଛନ୍ତି। ସେମାନଙ୍କୁ ନିକଟସ୍ତ ଉଚ୍ଚ ବିଦ୍ୟାଳୟ ଆଇସୋଲେଶନ ଗୃହରେ ରଖାଯାଇଛି। ଏ ନେଇ ବିଡିଓ ସୁରଞ୍ଜନ କୁମାର ସାହୁ ଓ ତହସିଲଦାର ଡ.…

କର୍ନାଟକରେ ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିଥିବା ୫ଜଣ ବ୍ୟକ୍ତି କରୋନା ପଜିଟିଭ୍‌: ଜେଲରୁ ଗଲେ ହସ୍ପିଟାଲ

ବେଙ୍ଗାଲୁରୁ,୨୪।୪: ବେଙ୍ଗାଲୁରୁର ପଦାରାୟଣପୁରା ଅଞ୍ଚଳର ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗତ ସପ୍ତାହରେ ୫ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ୫ଜଣଙ୍କର କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ରିପୋର୍ଟ ଆସିବା ପରେ ସେମାନଙ୍କୁ ଜେଲରୁ ସିଧା ହସ୍ପିଟାଲକୁ ପଠାଯାଇଛି। ସୂଚନା ମୁତାବକ…

କୋଟାରୁ ଫେରିବା ପାଇଁ ଅନଶନରେ ବିହାର ଛାତ୍ରୀ

କୋଟା,୨୪।୪: କରୋନା ଭାଇରସ୍‌ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ଯିଏ ଯେଉଁଠାରେ ଅଛନ୍ତି ସେଠାରେ ହିଁ ଫସି ହୋଇରହିଛନ୍ତି। ଇତିମଧ୍ୟରେ ରାଜସ୍ଥାନ କୋଟାରେ ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶ ପରୀକ୍ଷା ପାଇଁ କୋଚିଂ ନେଉଥିବା ପ୍ରାୟ ୪୦ହଜାର…

ଦିଲ୍ଲୀ ଜଗଜୀବନ ହସ୍ପିଟାଲର ଡାକ୍ତର ସମେତ ୭ଜଣ ଷ୍ଟାଫ୍‌ ସଂକ୍ରମିତ

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଶୁକ୍ରବାର ଦିଲ୍ଲୀ ବାବୁ ଜଗଜୀବନ ରାମ ହସ୍ପିଟାଲର ଡାକ୍ତର ସମେତ ୭ଜଣ ଷ୍ଟାଫ୍‌ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଉକ୍ତ ହସ୍ପିଟାଲରେ ଆଉ ୭ଜଣ ଜଣ ସ୍ବାସ୍ଥ୍ୟକର୍ମୀ…

ଭଦ୍ରକ ଜିଲା ସଟ୍‌ଡାଉନ୍‌: କୁଲଣାଠାରେ ମଞ୍ଜୁରୀରୋଡ-ଛତାବର ମୁଖ୍ୟ ରାସ୍ତା ସିଲ, ୪ ପଞ୍ଚାୟତ ଲୋକେ ହିନସ୍ତା

ଭଣ୍ଡାରିପୋଖରୀ,୨୪।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ୍‌ ଭାବେ ଘୋଷଣା କରାଯାଇଛି। ପଞ୍ଚାୟତର ୨୩ଟି ସ୍ଥାନରେ ବିଭିନ୍ନ ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ମଞ୍ଜୁରୀରୋଡ ଅଞ୍ଚଳକୁ ସଂଯୋଗ…

ଦିଲ୍ଲୀ ପାଇଁ ଖୁସି ଖବର: ପ୍ରଥମ ପର୍ଯ୍ୟାୟରେ ସଫଳ ହେଲା ପ୍ଳାଜମା ଥେରାପି

ନୂଆଦିଲ୍ଲୀ,୨୪।୪: କରୋନା ଭାଇରସ୍‌ ମହାସଙ୍କଟରେ ଗତି କରୁଥିବା ଦିଲ୍ଲୀ ପାଇଁ ଖୁସି ଖବର। ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଥେରାପି ସଫଳ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏନେଇ ସୂଚନା ଦେଇଛନ୍ତି। ମଙ୍ଗଳବାର ୪ କରୋନା ସଂକ୍ରମିତ ରୋଗୀଙ୍କୁ…

କରୋନାରେ ହଲିଉଡ୍‌ ରାପର ଫ୍ରେଡ୍‌ ଗଡ୍‌ସନଙ୍କ ନିଧନ

ନ୍ୟୁୟର୍କ: ହଲିଉଡ୍‌ ରାପର ଫ୍ରେଡ୍‌ ଗଡ୍‌ସନଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଫ୍ରେଡ୍‌ ୩୫ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଛନ୍ତି। ଫ୍ରେଡ୍‌ଙ୍କ ବନ୍ଧୁ ଡିଜେ ସେଲ୍‌ଫଙ୍କ ଦ୍ୱାରା ସୋସିଆଲ ମିଡିଆରେ ଏହି ସୂଚନା ଦିଆଯାଇଛି। ସୋସିଆଲ ମିଡିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri