କରୋନା ଭାଇରସ୍‌

CORONAVIRUS UPDATE: ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ହେଲା ୧୭୬

ଭୁବନେଶ୍ୱର,୫।୫:(ବ୍ୟୁରୋ)- ମଙ୍ଗଳବାର ରାତିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି। ପଜିଟିଭ୍ ଚିହ୍ନଟ ହୋଇଥିବା ୫୮ ବର୍ଷୀୟ ବ୍ୟକ୍ତି ଯାଜପୁର ଜିଲାର ଏବଂ ସେ କୋଲକାତା ଫେରନ୍ତା ବୋଲି…

CORONAVIRUS UPDATE: ବାଲେଶ୍ୱରରୁ ଆଉ ଜଣେ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ୧୭୫ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୫।୫(ବ୍ୟୁରୋ): ବାଲେଶ୍ୱରରୁ ଆଉ ଜଣେ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ୨୪ରେ ପହଞ୍ଚିଛି। ସେହିଭଳି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫କୁ ବୃଦ୍ଧି ପାଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ…

ଜୀବନ-ଜୀବିକା ମଧ୍ୟରେ ସନ୍ତୁଳନ ଜରୁରୀ, କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତିତ ସବୁଠି ଚାଲିବ ଅର୍ଥନୈତିକ କାର୍ଯ୍ୟ: ଏସ୍‌ଆର୍‌ସି

ଭୁବନେଶ୍ୱର,୫।୫(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ସମ୍ପ୍ରତି ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏବେ ଏହାର ତୃତୀୟ ପର୍ଯ୍ୟାୟରେ ମେ’ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଯାଇଛି। ଏହି ସମୟରେ ବିଭିନ୍ନ କଟକଣାକୁ କୋହଳ କରାଯାଇଥିବା ବେଳେ ନୂତନ ଗାଇଡ୍‌ଲାଇନ୍‌ ନେଇ…

CORONAVIRUS UPDATE: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ; ୧୭୪ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ରାଉରକେଲାର ୪୯ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ରେ ପହଞ୍ଚିଛି। ତେବେ ବ୍ୟକ୍ତିଜଣଙ୍କ ପଶ୍ଚିମବଙ୍ଗରୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ପଜିଟିଭ୍‌…

ପ୍ରବାସୀ ଶ୍ରମିକଙ୍କ ପାଇଁ ଆଉ ଏକ ନିୟମ: ଫେରିବା ପୂର୍ବରୁ ସରପଞ୍ଚଙ୍କୁ ସମସ୍ତ ତଥ୍ୟ ଦେବା ଜରୁରୀ

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷକରି ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ(ଶ୍ରମିକ)ମାନେ ଚିନ୍ତାର କାରଣ ପାଲଟିଛନ୍ତି। ସମ୍ପ୍ରତି ସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ…

ଡରାଇଲା କରୋନା: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ମୃତ୍ୟୁ

ନୂଆଦିଲ୍ଲୀ,୫।୫: କରୋନା ସଂକ୍ରମଣ ବେଳକୁ ବେଳ ଦେଶରେ ଭୟଙ୍କର ରୂପ ନେବାକୁ ଯାଉଛି। କେତେଜଣ ବିଶେଷଜ୍ଞଙ୍କ କହିବା କଥା ହେଲା ଜୁନ୍‌ ମାସ ବେଳକୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ପାର କରିଯାଇପାରେ। ତେବେ ଗତ ୨୪ ଘଣ୍ଟା…

ବାଲେଶ୍ୱରରେ ଆଉ ୨ ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି

ଭୁବନେଶ୍ୱର, ୫।୫(ବ୍ୟୁରୋ): ବାଲେଶ୍ୱରରେ ଆଉ ୨ କରୋନା ପଜିଟିଭ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଦ୍ୱୟ ୫୦ ବର୍ଷର ମହିଳା ଓ ୨୬ ବର୍ଷର ଯୁବକ। ଉଭୟ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା। ଏହାକୁ ମିଶାଇ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି…

CORONAVIRUS UPDATE: ଆଉ ୩ କରୋନା ପଜିଟିଭ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଲା

ଭୁବନେଶ୍ୱର, ୫।୫(ବ୍ୟୁରୋ): ରାଜ୍ୟରେ ଆଉ ୩ କରୋନା ପଜିଟିଭ ମଙ୍ଗଳବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ବାଲେଶ୍ୱର ଜିଲାର। ସେମାନଙ୍କ ମଧ୍ୟରେ ଜଣେ ମହିଳା…

କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ମଧ୍ୟରେ ଗଣ୍ଡଗୋଳ: ୩ ଆହତ; ତଦନ୍ତ ଚାଲିଥିବା କହିଲେ ଏସ୍‌ପି

ଛତ୍ରପୁର, ୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଜମାଗୋରଡ଼ା ଆଦର୍ଶ ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଏ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲିଥିବା ଗଞ୍ଜାମ ଏସ୍‌ପି…

୬ ରାଜ୍ୟର ୬ଟି ଗ୍ରୀନ୍‌ଜୋନ୍‌ ଉପରେ ନଜର ରଖିବ ଡ୍ରୋନ୍‌

ନୂଆଦିଲ୍ଲୀ,୫।୫: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ସେହିପରି ସଂକ୍ରମଣ ଆଧାରରେ ବିଭିନ୍ନ ଅଞ୍ଚଳକୁ ରେଡ୍‌ ଜୋନ୍‌, ଅରେଞ୍ଜ୍‌ ଜୋନ୍‌ ଏବଂ ଗ୍ରୀନ୍‌ ଜୋନ୍‌ ଭାବେ ବର୍ଗୀକୃତ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ: କ୍ୱାରାଣ୍ଟାଇନରେ ନ ରହିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୫।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପରେ ପ୍ରବାସୀ ଓଡ଼ିଆଙ୍କୁ କଡ଼ା ଚେତାବନୀ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ସେ କହିଛନ୍ତି ଯେ, ସମସ୍ତ ପ୍ରବାସୀ ଓଡ଼ିଆ ୧୪ ଦିନ କ୍ୱାରାଣ୍ଟାଇନ କେନ୍ଦ୍ର…

ଆଇଟିବିପିର ୪୫ ଯବାନ କରୋନା ପଜିଟିଭ

ନୂଆଦିଲ୍ଲୀ,୫।୫: ଦେଶରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ଚାଲିଛି। ମଙ୍ଗଳବାର ସକାଳ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ଅତିକ୍ରମ କରି ସାରିଥିବା ବେଳେ ଏଥିରୁ ବାଦ୍‌ ପଡି ନାହାନ୍ତି ଦେଶର ସୁରକ୍ଷା ପାଇଁ ନିୟୋଜିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri