ଦାଦନଙ୍କୁ ୨ ମାସ ମାଗଣା ଖାଦ୍ୟଶସ୍ୟ
ନୂଆଦିଲ୍ଲୀ,୨୧ା୫(ଆଇଏଏନ୍ଏସ୍): କରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶ ଲକ୍ଡାଉନରେ ରହିଥିବାରୁ କାମଧନ୍ଦା ହରାଇ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧା ଓ ଆର୍ଥତ୍କ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ‘ଆତ୍ମନିର୍ଭର ଭାରତ’ ପ୍ୟାକେଜରେ ପ୍ରବାସୀ ଶ୍ରମିକ ତଥା ବିଭିନ୍ନ ରାଜ୍ୟରେ…
CORONAVIRUS UPDATE: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାା ୧୧୦୦ ଟପିଲା
ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ଥମିବାରେ ନା ନେଉନି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ଆଉ ୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବୁଧବାର ଅପରାହ୍ନରେ କଳାହାଣ୍ଡିରେ ସର୍ବାଧିକ ୧୧ଜଣ…
ଅଭିଯୁକ୍ତଙ୍କୁ ଗିରଫ ବେଳେ ଏସ୍ଓପି ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୨୧।୫(ବ୍ୟୁରୋ): ଜଣେ ୩୬ ବର୍ଷୀୟ କନଷ୍ଟେବଳଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତତ୍ପର ହୋଇଉଠିଛି କମିଶନରେଟ ପୋଲିସ। ଏବେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବା ବେଳେ ଏସ୍ଓପି (ସ୍ପେଶଲ ଅପରେଶନ ପ୍ରୋସିଜିଓର) ପାଳନ କରିବା ପାଇଁ ପୋଲିସ କମିଶନର…
କଣ୍ଟେନମେଣ୍ଟ ଜୋନ୍ରୁ ହଟିଲା ରେଣୁକା ଗଳି
ପୁରୀ ଅଫିସ,୨୧।୫: ପୁରୀ ସହରସ୍ଥ ରେଣୁକା ଗଳି ଅଞ୍ଚଳରୁ ଗତ ୧୦ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗୋଟିଏ ପରିବାର ଦୁଇ ସଦସ୍ୟ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ଅଞ୍ଚଳକୁ ବିଶୋଧନ କରାଯାଇଥିଲା।…
୨୩.୫ଲକ୍ଷ ଶ୍ରମିକଙ୍କୁ ନିଜ ରାଜ୍ୟରେ ଛାଡ଼ିଛି ୧୭୭୩ ଟ୍ରେନ
ଭୁବନେଶ୍ୱର,୨୧।୫(ବ୍ୟୁରୋ): ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରୀଛାତ୍ର ଓ ଅସହାୟ ବ୍ୟକ୍ତିଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ଟ୍ରେନ୍ ସେବାର ବ୍ୟବସ୍ଥା କରିଛି ଭାରତୀୟ ରେଳ ମନ୍ତ୍ରଣାଳୟ। ମେ’ ୧ରୁ ସେବା…
ହାତ ଦେଖାଇଲେ ଆପେ ସ୍ପ୍ରେ ହେବ ସାନିଟାଇଜର
କଟକ ଅଫିସ,୨୧।୫: କରୋନା ମୁକାବିଲା ପାଇଁ ଦେଶର ବିଭିନ୍ନ କ୍ଷେତ୍ରରୁ ପ୍ରୟାସ ଚାଲିଛି। ଏହି କ୍ରମରେ କରୋନା ଲଢ଼େଇରେ ସାମିଲ ହୋଇଛି କଟକସ୍ଥିତ ଖପୁରିଆ ସରକାରୀ ଆଇଟିଆଇ। ପୂର୍ବରୁ ଭ୍ରାମ୍ୟମାଣ କୋଭିଡ୍ ନମୁନା ସଂଗ୍ରହ ମେଶିନ ଓ କୋଭିଡ ହସ୍ପିଟାଲରେ କାର୍ଯ୍ୟ…
କଟକ ପୋଲିସକୁ ଘାରିଲା କରୋନା ଭୟ
କଟକ ଅଫିସ୍,୨୧।୫: ଭୁବନେଶ୍ୱରରେ ଜଣେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଏହାକୁ ନେଇ କମିଶନରେଟ୍ ପୋଲିସର ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଛନକା ପଶିଛି। ଉଭୟ ଭୁବନେଶ୍ୱର ଓ କଟକ ସହରରେ ପୋଲିସ କର୍ମଚାରୀ, ଅଧିକାରୀଙ୍କ ନମୁନା…
ଘୁଞ୍ଚିଲା ୟୁପିଏସ୍ସି ପରୀକ୍ଷା: ଜୁନ୍ ୫ ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି
ଭୁବନେଶ୍ୱର,୨୦ା୫(ବ୍ୟୁରୋ): କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ଦ୍ୱାରା ହେବାକୁ ଥିବା ସମସ୍ତ ପରୀକ୍ଷା ଓ ସାକ୍ଷାତ୍କାରକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଉଠିବା ପରେ ବୁଧବାର ଆୟୋଗ ପକ୍ଷରୁ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଏନେଇ ନିଷ୍ପତ୍ତି…
ମହାରାଷ୍ଟ୍ର, ଆନ୍ଧ୍ରରୁ ପହଞ୍ଚିଲା ୨ ଶ୍ରମିକ ସ୍ପେଶାଲ ଟ୍ରେନ୍
ବଲାଙ୍ଗୀର ଅଫିସ, ୨୦ା୫: ବଲାଙ୍ଗୀର ରେଲୱେ ଷ୍ଟେସନ୍ରେ ବୁଧବାର ଦୁଇଟି ଶ୍ରମିକ ସ୍ପେଶାଲ ଟ୍ରେନ୍ ଆସି ପହଞ୍ଚିଛି। ମହାରାଷ୍ଟ୍ରର ମୁମ୍ବାଇ ଉପନଗର ଲୋକମାନ୍ୟ ତିଲକ ଟର୍ମିନସଠାରୁ ଆସିଥିବା ଏହି ଟ୍ରେନ୍ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପହଞ୍ଚିଥିଲା। ଏହି ଟ୍ରେନ୍ରେ ବଲାଙ୍ଗୀର…
ସହର ଭିତରେ ପ୍ରବାସୀଙ୍କ ଭିଡ, ବଢୁଛି ସଂକ୍ରମଣ ଭୟ
ବଲାଙ୍ଗୀର ଅଫିସ, ୨୦ା୫: ବଲାଙ୍ଗୀର ସହରର ବିଭିନ୍ନ ରାସ୍ତାରେ ରାଜ୍ୟ ବାହାର ପ୍ରବାସୀ ଖୋଲାଖୋଲି ବୁଲୁଥିବା ଦେଖାଯାଉଛି। ପ୍ରତିଦିନ ଶତାଧିକ ପ୍ରବାସୀ ବସ୍ ଓ ଅନ୍ୟ ଯାନବାହନରେ ବଲାଙ୍ଗୀର ସହରରେ ପହଞ୍ଚୁଛନ୍ତି। ସେମାନଙ୍କୁ ଆଣୁଥିବା ବସ୍ ଓ ଯାନବାହନଗୁଡିକ କୌଣସି ନିର୍ଦ୍ଦିଷ୍ଟ…
ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଉଥିବା ଯୁବକ ଅଟକ
ଖଇରା,୨୦।୫(ଡି.ଏନ.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ବଡ ଜୟିପୁର ହାଇସ୍କୁଲର ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ବା ସଙ୍ଗରୋଧ କେନ୍ଦ୍ରରୁ ଲୁଚି ଘରକୁ ପଳାଇ ଯାଉଥିବା ଜଣେ ପ୍ରବାସୀଙ୍କୁ ଗ୍ରାମବାସୀ କାବୁକରି ପୁଣି କେନ୍ଦ୍ରକୁ ଫେରାଇ ନେଇଛନ୍ତି । ଉକ୍ତ ଯୁବକ…
ହାଟଡିହୀ ଫେରିଲେ ୧୦୩୯ ପ୍ରବାସୀ
ହାଟଡିହୀ,୨୦।୫(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନରେ ୩୧ଟି ପଞ୍ଚାୟତ ଅଛି। ବାହାର ରାଜ୍ୟରେ ରହି କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆ ଫେରୁଛନ୍ତି। ଚଳିତ ମାସ ଗତ ୧୮ ତାରିଖ ସୁଦ୍ଧା ୧୦୩୯ ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ସୂଚନା ମିଳିଛି।…
Archives


