କରୋନା ମହାମାରୀ ଯୋଗୁ ପୃଥିବୀର ସ୍ଥିତି ଅତି ଖରାପ ହେବାକୁ ଯାଉଛି: ଡବ୍ଲ୍ୟୁଏଚ୍ଓ
ଜେନେଭା, ୯।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଧୀରେ ଧୀରେ ପୃଥିବୀର ସ୍ଥିତି ଅତି ଖରାପ ହେବାକୁ ଯାଉଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କୁହାଯାଇଛି।…
CORONAVIRUS UPDATE: ଆଉ ନୂଆ ୧୪୬ ପଜିଟିଭ୍ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧି
ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ପୁଣି ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ…
କରୋନା ଲଢ଼େଇରେ ବିଜୟୀ ହେଉଛନ୍ତି ଯୋଦ୍ଧା: ଯବାନଙ୍କ ସୁସ୍ଥ ହାର ୭୦ ପ୍ରତିଶତରୁ ଅଧିକ
ନୂଆଦିଲ୍ଲୀ, ୯।୬: କରୋନା ମହାମାରୀ ଯୋଗୁ ଭାରତୀୟ ସେନାରେ ମଧ୍ୟ ସଙ୍କଟ ଦେଖାଦେଇଛି। ତେବେ କରୋନା ଲଢ଼େଇରେ ଯବାନମାନେ ବିଜୟୀ ହେବାରେ ଲାଗିଛନ୍ତି। ଆକ୍ରାନ୍ତ ଯବାନଙ୍କ ସୁସ୍ଥ ହେବାର ହାରାହାରି ହାର ୭୦ ପ୍ରତିଶତରୁ ଅଧିକ ରହିଥିବା କୁହାଯାଉଛି। କେନ୍ଦ୍ରୀୟ ସଶସ୍ତ୍ର…
୪ ରାଜ୍ୟରେ ଖୋଲିଲାନି ଧାର୍ମିକ ସ୍ଥଳ
ନୂଆଦିଲ୍ଲୀ,୯ା୬(ପି.ଟି.): ଅନ୍ଲକ୍ ୧ର ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମନ୍ଦିର ଓ ଧର୍ମୀୟ କୀର୍ତ୍ତିରାଜି ଖୋଲିଛି। କେନ୍ଦ୍ରର ଅନୁମତି ସତ୍ତ୍ୱେ ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର ଓ ତାମିଲନାଡୁରେ ଧର୍ମୀୟ ସ୍ଥଳ ବନ୍ଦ ରହିଛି। ସେହିପରି…
୧୦ ରାଜ୍ୟରେ ଘରକୁ ଘର ସର୍ଭେ ଲାଗି ପରାମର୍ଶ
ନୂଆଦିଲ୍ଲୀ,୯ା୬(ପି.ଟି.): କରୋନା ସଂକ୍ରମଣ ବଢ଼ୁଥିବା ୧୦ ରାଜ୍ୟର ୩୮ ଜିଲା ଅନ୍ତର୍ଗତ ୪୫ଟି ପୌରସଂସ୍ଥାରେ ଘରକୁ ଘର ସର୍ଭେ କରିବା ସହ କୋଭିଡ୍-୧୯ ପରୀକ୍ଷା ବଢ଼ାଇବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ପରାମର୍ଶ ଦେଇଛି। ମୃତ୍ୟୁହାର କମାଇବାକୁ ହେଲେ ଉକ୍ତ…
ହସ୍ପିଟାଲ ନିର୍ଦ୍ଦେଶନାମା ରଦ୍ଦ କଲେ ଉପରାଜ୍ୟପାଳ
ନୂଆଦିଲ୍ଲୀ,୯ା୬: କୋଭିଡ୍-୧୯ ଚିକିତ୍ସା ଲାଗି ଦିଲ୍ଲୀର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲ କେବଳ ଦିଲ୍ଲୀବାସୀଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରବିବାର ଜାରି କରିଥିବା ନିର୍ଦ୍ଦେଶନାମାକୁ ଉପରାଜ୍ୟପାଳ ଅନିଲ ବୈଜଲ ରଦ୍ଦ କରିଦେଇଛନ୍ତି। ଅନ୍ୟପକ୍ଷରେ ଉପରାଜ୍ୟପାଳ…
ଇନ୍ଦୋରରେ କରୋନା ସୁସ୍ଥ ହାର ୬୪ ପ୍ରତିଶତରୁ ଅଧିକ: ଶିବରାଜ
ଇନ୍ଦୋର,୮।୬: ମଧ୍ୟ ପ୍ରଦେଶର ଇନ୍ଦୋର ଜିଲାରେ କରୋନା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର ଏକ ବୈଠକର ଆୟୋଜନ କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଇନ୍ଦୋରରେ କରୋନା ସୁସ୍ଥ ହାର ୬୪ ପ୍ରତିଶତରୁ…
କରୋନା ସଂକ୍ରମଣରେ ଟେଲିଭିଜନ ଖବରଦାତାଙ୍କ ମୃତ୍ୟୁ
ହାଇଦ୍ରାବାଦ,୮।୬: ତେଲେଙ୍ଗାନାର ଜଣେ ଟେଲିଭିଜନ ଖବରଦାତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପହିଛି। ୩୩ ବର୍ଷର ଉକ୍ତ ଖବରଦାତା ଜଣକ ଏକ ତେଲଗୁ ଟେଲିଭିଜନ ଚ୍ୟାନେଲରେ କାମ କରୁଥିବା ବେଳେ ରବିବାର ସକାଳେ ତାଙ୍କର ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଜୁନ୍…
ଜନ୍ମ ନେବାର ୧୨ଘଣ୍ଟା ମଧ୍ୟରେ ନବଜାତ ଶିଶୁ କରୋନା ପଜିଟିଭ୍
ଲଣ୍ଡନ,୮।୬: ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ରଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଥମିବାର ନା ନେଉନି। ଇତିମଧ୍ୟରେ ବ୍ରିଟେନରେ କରୋନା ସହ ଜଡିତ ଆଉ ଏକ ନୂଆ…
CORONAVIRUS UPDATE: ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ: ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୧୯୯୩
ଭୁବନେଶ୍ୱର, ୮।୬(ବ୍ୟୁରୋ): ରାଜ୍ୟରେ ସୋମବାର ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧୯୯୩ରେ ପହଞ୍ଚିଛି। ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଯାଜପୁରରୁ ସର୍ବଧିକ ୧୬ଜଣ ରହିଥିବା ବେଳେ ଖୋର୍ଦ୍ଧା ୧୩, କେନ୍ଦ୍ରାପଡ଼ା ୧୧, ଗଞ୍ଜାମ…
କରୋନାରେ ଆକ୍ରାନ୍ତ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ
ଇସ୍ଲାମାବାଦ୍,୮।୬: ପାକିସ୍ତାନରେ କରୋନା କବଳରୁ ସାଧାରଣ ଜନତାଠାରୁ ଆରମ୍ଭ କରି ନେତାମନ୍ତ୍ରୀ ମଧ୍ୟ ବର୍ତ୍ତି ପାରିନାହାନ୍ତି। ଇତିମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମ୍ଏଲ୍-ଏନ୍ ନେତା ଶାହିଦ ଖକାନ ଆବ୍ବାସି ମଧ୍ୟ କରୋନାରେ ପୀଡ଼ିତ ହୋଇଛନ୍ତି। ସୋମବାର ତାଙ୍କର ରିପୋର୍ଟ କରୋନା…
ପାକିସ୍ତାନ ରେଳମନ୍ତ୍ରୀଙ୍କୁ କରୋନା
ଇସ୍ଲାମାବାଦ୍,୮।୬: ସାରା ବିଶ୍ୱ କରୋନା କବଳରୁ ବର୍ତ୍ତି ପାରି ନ ଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଅହମ୍ମଦ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ସୋମବାର ଏନେଇ ରେଲଓ୍ବେ ମନ୍ତ୍ରଣାଳୟ…
Archives


