କରୋନା ଭାଇରସ୍‌

ରାଜଭବନ ପାଲଟିଛି କରୋନା ହଟସ୍ପଟ୍‌: ୮୪ କର୍ମଚାରୀ ଆକ୍ରାନ୍ତ

ଚେନ୍ନାଇ,୨୩।୭: ତାମିଲନାଡୁରେ ରାଜ୍ୟପାଳଙ୍କ ବାସଭବନରେ କରୋନା ସଂକ୍ରମଣ ଏବେ ଆତଙ୍କ ସୃଷ୍ଟି କରିଛି। ଚେନ୍ନାଇରେ ଥିବା ରାଜଭବନ କରୋନା ହଟସ୍ପଟ୍‌ ପାଲଟିଛି। ଏଠାରେ ଥିବା ୧୪୭ କର୍ମଚାରୀଙ୍କ ମଧ୍ୟରୁ ୮୪ଜଣଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରାଜଭବନର ସୁରକ୍ଷାକର୍ମୀ…

କରୋନା ପ୍ରଭାବ: ୨୦୨୦ ନୋବେଲ ପୁରସ୍କାର ସମ୍ମାନ ସମାରୋହ ସ୍ଥଗିତ

ଷ୍ଟକହୋମ,୨୩।୦୭: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ସ୍ବିଡେନରେ ଷ୍ଟକହୋମ ସିଟି ହଲରେ ଆୟୋଜିତ ହେବାକୁ ଥିବା ନୋବେଲ ପୁରସ୍କାର ସମ୍ମାନ ସମାରୋହକୁ ସ୍ଥଗିତ ରଖାଯାଇଛି। ତେବେ ନୂଆ ତାରିଖ କେବେ ଘୋଷଣା ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ୬୪…

ମାସ୍କ ନ ପିନ୍ଧିଲେ ଦେବାକୁ ପଡ଼ିବ ୧ ଲକ୍ଷ ଜରିମାନା, ୨ ବର୍ଷ ଜେଲ

ରାଞ୍ଚି,୨୩।୭: କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ଲୋକଙ୍କ ଅବହେଳା ଯୋଗୁ ଏହି ସଂକ୍ରମଣ ଦିନକୁ ଦିନ ଆହୁରି ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଝାଡ଼ଖଣ୍ଡ…

ସ୍ମାର୍ଟ ହେଲମେଟ୍‌: ମିନିଟ୍‌ରେ ୨୦୦ ଲୋକଙ୍କର କରୁଛି ଥର୍ମାଲ ସ୍କାନିଂ

ମୁମ୍ବାଇ,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ଅଧିକରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ମହାରାଷ୍ଟ୍ର ମୁମ୍ବାଇରେ ସ୍ମାର୍ଟ ହେଲମେଟ୍‌ର ପ୍ରଚଳନ କରାଯାଇଛି। ଏହାକୁ ପିନ୍ଧି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ବୁଲି…

ସାମ୍ନାକୁ ଆସିଲା କୋଭିଡ ହସ୍ପିଟାଲର ଅବ୍ୟବସ୍ଥା

ଅହମଦାବାଦ,୨୩।୭: ଲୋକଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ତାହା କେତେଦୂର ଫଳପ୍ରଦ ହେଉଛି ତା’ର ତଦାରଖ କରିବା ପାଇଁ କେହି ନାହାନ୍ତି। ହେଲେ କରୋନା ସଙ୍କଟରେ ଗୁଜରାଟରୁ ଆସିଥିବା ଏକ ଭିଡିଓ ଏବେ ସରକାରଙ୍କ…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୩ ବିଦେଶୀ ମହିଳା ହେଲେ ଗର୍ଭବତୀ: ପ୍ରଶାସନର ଅକଲ ଗୁଡୁମ୍‌

ରାଞ୍ଚି,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୩ ଜଣ ମହିଳା ଗର୍ଭବତୀ ହେବା ଖବର ନେଇ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ରାଜନୈତିକସ୍ତରରେ ଚର୍ଚ୍ଚା ଜାରି ରହିଛି। ଏହି ଘଟଣା ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଛି।…

କରୋନାକୁ ନାହିଁ ଭୟ: ଏବେ ୩୦ ମିନିଟ୍‌ରେ ମିଳିବ ରିପୋର୍ଟ

ନୂଆଦିଲ୍ଲୀ,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ଆଇସିଏମ୍‌ଆର୍‌ ପକ୍ଷରୁ ଏକ ରାପିଡ୍‌ ଆଣ୍ଟିଜେନ୍‌ କରୋନା ଟେଷ୍ଟିଂ କିଟ୍‌କୁ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି। ଏହାକୁ ମାଇଁଲ୍ୟାବ୍‌ ଡିସକଭରିି ସଲ୍ୟୁସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏହାର ନାମ ପାଥୋକ୍ୟାଚ୍‌ କୋଭିଡ-୧୯…

ଭଦ୍ରକରେ ଆଜି ୩୦ ନୂଆ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ରେ ପହଞ୍ଚିଲା

ଭଦ୍ରକ ଅଫିସ,୨୩ା୭: ଗୁରୁବାର ଭଦ୍ରକ ଜିଲାରେ ୩୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ରେ ପହଞ୍ଚିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୨ ଜଣ…

ଚାଷ ଜମିରେ କରୋନା ସଚେତନତା ବାର୍ତ୍ତା ଲେଖିଲେ ସଚିନ

କୋହ୍ଲାପୁର,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରି ସ୍ଥଳେ ମାସ୍କ୍‌ ପିନ୍ଧିବା, ନିୟମିତ ସମୟ ଅନ୍ତରରେ ହାତ ଧୋଇବା, ସାମାଜିକ ଦୂରତା ଆଦି ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି। ମହାରାଷ୍ଟ୍ର କୋହ୍ଲାପୁରର ସାଲଗାଓଁରେ ଜଣେ ଚାଷୀ…

ବରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ ଛୁଇଁଲା

ବରଗଡ଼ ଅଫିସ,୨୩ା୭: ଜିଲାରେ ଗୁରୁବାର ପୁଣି ୨୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୨୪ ଜଣ ରହିଥିବାବେଳେ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଏବଂ ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମର ଜଣେ…

ପୁଣି ୬ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ଆଉ ୬ ଜଣଙ୍କ ଜୀବନ ଯାଇଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ଏହି ୬ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୫ ଜଣ ଥିବା ବେଳେ ଖୋର୍ଦ୍ଧାରୁ ଜଣେ ଅଛନ୍ତି। ଏନେଇ…

CORONAVIRUS UPDATE: ରାଜ୍ୟରେ ୨୧୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧,୨୬୪ ଚିହ୍ନଟ; ଜାଣନ୍ତୁ କେଉଁ ଜିଲାରେ କେତେ

ଭୁବନେଶ୍ୱର,୨୩ା୭(ବ୍ୟୁରୋ) : ଗୁରୁବାର ରାଜ୍ୟରୁ ପୁଣି ୧୨୬୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ୨୭ଟି ଜିଲାରୁ ଏହି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୦୯୯କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri