ମଟନ ନାମରେ ବିକ୍ରି ହେଉଛି ବିଲେଇ ମାଂସ, କିଲୋ ପିଛା ଦାମ୍‌ ରହିଛି…

ବେଜିଂ,୨୭ା୧୦: ଦୁନିଆର ଅନେକ ଦେଶରେ ପଶୁ ଖାଇବାର ଏକ ଧାରା ରହିଛି। ଚିକେନ-ମଟନ ବ୍ୟତୀତ ଗୋ’ ମାଂସ, ହରିଣ ପରି ପଶୁମାନଙ୍କ ମାଂସ ଲୋକେ ଖାଇଥାନ୍ତି। କିନ୍ତୁ ଯେତେବେଳେ ପଶୁ ମାଂସ ଖାଇବା କଥା ଉଠେ ସେତେବେଳେ ଚାଇନା ନାଁ ପ୍ରଥମେ ଆସେ। ଏଠାକାର ଲୋକମାନେ ସାପ, ବିଛାଠାରୁ ଆରମ୍ଭ କରି କୁକୁର ଏବଂ ବିଲେଇ ପର୍ଯ୍ୟନ୍ତ ସବୁକିଛି ଖାଆନ୍ତି। ବିଲେଇମାନଙ୍କ ସହ ଜଡ଼ିତ ଏକ ଖବର ଆଜିକାଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚାଇନାରେ ୧୦୦୦ ବିଲେଇଙ୍କୁ ଉଦ୍ଧାର କରାଯାଇଛି। ଏଠାରେ ବିଲେଇମାନଙ୍କୁ ହତ୍ୟା କରାଯାଇ ଜନସାଧାରଣଙ୍କୁ ବିକ୍ରି କରାଯାଉଥିଲା। ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ବିଲେଇ ମାଂସକୁ ଚିକେନ-ମଟନ ମାଂସ ଭାବରେ ବ୍ୟବହାର କରାଯାଉଥିଲା।

ଏକ ରିପୋର୍ଟ ଅନୁଯାୟୀ, ଝାଙ୍ଗଜିଆଙ୍ଗ ପୋଲିସ ନିକଟରେ କିଛି ପ୍ରାଣୀ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଶହ ଶହ ବିଲେଇଙ୍କୁ ଟ୍ରକ୍‌ରେ ବୋଝେଇ କରି ମାରିବାକୁ ନିଆଯାଉଥିଲା। ଖବର ପାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟ୍ରକଗୁଡ଼ିକୁ ଜବତ କରିଛି। କାର୍ଯ୍ୟକର୍ତ୍ତାମାନେ ଶ୍ମଶାନ ନିକଟରେ ଅନେକ ବନ୍ଦ ବାକ୍ସ ପାଇଥିଲେ, ଯେଉଁଥିରେ ବିଲେଇମାନେ ଥିଲେ। ପ୍ରାୟ ୬ ଦିନ ଧରି ପ୍ରାଣୀ କାର୍ଯ୍ୟକର୍ତ୍ତାମାନେ ସେହି ଟ୍ରକଗୁଡ଼ିକୁ ଫଲୋ କରିଥିଲେ ଏବଂ ଯେତେବେଳେ ସେମାନେ ଜାଣିଲେ ଯେ, ବିଲେଇମାନଙ୍କୁ ଟ୍ରକ୍‌ରେ ମାରିବା ପାଇଁ ନିଆଯାଉଛି, ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।

ରିପୋର୍ଟରେ ଦର୍ଶାଯାଇଛି, ବିଲେଇମାନଙ୍କୁ ଆଟାଟୋରିରେ ହତ୍ୟା କରିବା ପରେ ଦେଶର ଦକ୍ଷିଣ ଭାଗକୁ ସେମାନଙ୍କ ମାଂସ ଯୋଗାଇ ଦିଆଯାଉଥିଲା ଯେଉଁଠାରେ ଏହାକୁ ଘୁଷୁରି କିମ୍ବା ମଟନ ଭାବରେ ବିକ୍ରି କରାଯାଇଥିଲା। ପୋଲିସ ପ୍ରାୟ ୧୦୦୦ ବିଲେଇଙ୍କୁ ଉଦ୍ଧାର କରିଛି। ଜଣେ ପ୍ରାଣୀ କାର୍ଯ୍ୟକର୍ତ୍ତା କହିଛନ୍ତି, ଏହି ବେପାରରେ ୧ ପାଉଣ୍ଡ ବିଲେଇ ମାଂସ ଅର୍ଥାତ୍‌ ପ୍ରାୟ ୪୫୦ ଗ୍ରାମ ମାଂସର ଦାମ୍‌ ୩୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା। ଏହି ପ୍ରକ୍ରିୟା ପରେ ଏକ ବିଲେଇର ଓଜନ ପ୍ରାୟ ୪ରୁ ୫ପାଉଣ୍ଡ ଅଟେ।

ରିପୋର୍ଟ ଅନୁଯାୟୀ, ପୋଲିସ ଏବଂ ପଶୁ କାର୍ଯ୍ୟକର୍ତ୍ତାମାନେ ବିଲେଇମାନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳକୁ ପଠାଇଛନ୍ତି। ଯଦି ବିଲେଇମାନଙ୍କୁ ହତ୍ୟା କରିବା ଏବଂ ମାଂସ ବିକ୍ରି କରିବାର ଯୋଜନା ସଫଳ ହୋଇଥାନ୍ତା, ତେବେ ଅଭିଯୁକ୍ତମାନେ ୧୭ ଲକ୍ଷରୁ ଅଧିକ ରୋଜଗାର କରିଥାନ୍ତେ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କେହି ଗିରଫ ହୋଇଛନ୍ତି କି ନାହିଁ ତାହା ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ କିମ୍ବା ବିଲେଇମାନେ କାହାର ଗୃହପାଳିତ ଅଟନ୍ତି କି ନାହିଁ ତାହା ମଧ୍ୟ ଜଣାପଡ଼ିନାହିଁ। ଚାଇନାରେ ଏଭଳି ଘଟଣା ସାମ୍ନାକୁ ଆସିବା ପ୍ରଥମ ଘଟଣା ନୁହେଁ। କୁକୁରମାନଙ୍କୁ ଜୀବନ୍ତ ଦଗ୍ଧ କରାଯାଇ ଏଠାରେ ୟୁଲିନ ପର୍ବ ପାଳନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri