ମଟନ ନାମରେ ବିକ୍ରି ହେଉଛି ବିଲେଇ ମାଂସ, କିଲୋ ପିଛା ଦାମ୍‌ ରହିଛି…

ବେଜିଂ,୨୭ା୧୦: ଦୁନିଆର ଅନେକ ଦେଶରେ ପଶୁ ଖାଇବାର ଏକ ଧାରା ରହିଛି। ଚିକେନ-ମଟନ ବ୍ୟତୀତ ଗୋ’ ମାଂସ, ହରିଣ ପରି ପଶୁମାନଙ୍କ ମାଂସ ଲୋକେ ଖାଇଥାନ୍ତି। କିନ୍ତୁ ଯେତେବେଳେ ପଶୁ ମାଂସ ଖାଇବା କଥା ଉଠେ ସେତେବେଳେ ଚାଇନା ନାଁ ପ୍ରଥମେ ଆସେ। ଏଠାକାର ଲୋକମାନେ ସାପ, ବିଛାଠାରୁ ଆରମ୍ଭ କରି କୁକୁର ଏବଂ ବିଲେଇ ପର୍ଯ୍ୟନ୍ତ ସବୁକିଛି ଖାଆନ୍ତି। ବିଲେଇମାନଙ୍କ ସହ ଜଡ଼ିତ ଏକ ଖବର ଆଜିକାଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚାଇନାରେ ୧୦୦୦ ବିଲେଇଙ୍କୁ ଉଦ୍ଧାର କରାଯାଇଛି। ଏଠାରେ ବିଲେଇମାନଙ୍କୁ ହତ୍ୟା କରାଯାଇ ଜନସାଧାରଣଙ୍କୁ ବିକ୍ରି କରାଯାଉଥିଲା। ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ବିଲେଇ ମାଂସକୁ ଚିକେନ-ମଟନ ମାଂସ ଭାବରେ ବ୍ୟବହାର କରାଯାଉଥିଲା।

ଏକ ରିପୋର୍ଟ ଅନୁଯାୟୀ, ଝାଙ୍ଗଜିଆଙ୍ଗ ପୋଲିସ ନିକଟରେ କିଛି ପ୍ରାଣୀ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଶହ ଶହ ବିଲେଇଙ୍କୁ ଟ୍ରକ୍‌ରେ ବୋଝେଇ କରି ମାରିବାକୁ ନିଆଯାଉଥିଲା। ଖବର ପାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟ୍ରକଗୁଡ଼ିକୁ ଜବତ କରିଛି। କାର୍ଯ୍ୟକର୍ତ୍ତାମାନେ ଶ୍ମଶାନ ନିକଟରେ ଅନେକ ବନ୍ଦ ବାକ୍ସ ପାଇଥିଲେ, ଯେଉଁଥିରେ ବିଲେଇମାନେ ଥିଲେ। ପ୍ରାୟ ୬ ଦିନ ଧରି ପ୍ରାଣୀ କାର୍ଯ୍ୟକର୍ତ୍ତାମାନେ ସେହି ଟ୍ରକଗୁଡ଼ିକୁ ଫଲୋ କରିଥିଲେ ଏବଂ ଯେତେବେଳେ ସେମାନେ ଜାଣିଲେ ଯେ, ବିଲେଇମାନଙ୍କୁ ଟ୍ରକ୍‌ରେ ମାରିବା ପାଇଁ ନିଆଯାଉଛି, ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।

ରିପୋର୍ଟରେ ଦର୍ଶାଯାଇଛି, ବିଲେଇମାନଙ୍କୁ ଆଟାଟୋରିରେ ହତ୍ୟା କରିବା ପରେ ଦେଶର ଦକ୍ଷିଣ ଭାଗକୁ ସେମାନଙ୍କ ମାଂସ ଯୋଗାଇ ଦିଆଯାଉଥିଲା ଯେଉଁଠାରେ ଏହାକୁ ଘୁଷୁରି କିମ୍ବା ମଟନ ଭାବରେ ବିକ୍ରି କରାଯାଇଥିଲା। ପୋଲିସ ପ୍ରାୟ ୧୦୦୦ ବିଲେଇଙ୍କୁ ଉଦ୍ଧାର କରିଛି। ଜଣେ ପ୍ରାଣୀ କାର୍ଯ୍ୟକର୍ତ୍ତା କହିଛନ୍ତି, ଏହି ବେପାରରେ ୧ ପାଉଣ୍ଡ ବିଲେଇ ମାଂସ ଅର୍ଥାତ୍‌ ପ୍ରାୟ ୪୫୦ ଗ୍ରାମ ମାଂସର ଦାମ୍‌ ୩୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା। ଏହି ପ୍ରକ୍ରିୟା ପରେ ଏକ ବିଲେଇର ଓଜନ ପ୍ରାୟ ୪ରୁ ୫ପାଉଣ୍ଡ ଅଟେ।

ରିପୋର୍ଟ ଅନୁଯାୟୀ, ପୋଲିସ ଏବଂ ପଶୁ କାର୍ଯ୍ୟକର୍ତ୍ତାମାନେ ବିଲେଇମାନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳକୁ ପଠାଇଛନ୍ତି। ଯଦି ବିଲେଇମାନଙ୍କୁ ହତ୍ୟା କରିବା ଏବଂ ମାଂସ ବିକ୍ରି କରିବାର ଯୋଜନା ସଫଳ ହୋଇଥାନ୍ତା, ତେବେ ଅଭିଯୁକ୍ତମାନେ ୧୭ ଲକ୍ଷରୁ ଅଧିକ ରୋଜଗାର କରିଥାନ୍ତେ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କେହି ଗିରଫ ହୋଇଛନ୍ତି କି ନାହିଁ ତାହା ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ କିମ୍ବା ବିଲେଇମାନେ କାହାର ଗୃହପାଳିତ ଅଟନ୍ତି କି ନାହିଁ ତାହା ମଧ୍ୟ ଜଣାପଡ଼ିନାହିଁ। ଚାଇନାରେ ଏଭଳି ଘଟଣା ସାମ୍ନାକୁ ଆସିବା ପ୍ରଥମ ଘଟଣା ନୁହେଁ। କୁକୁରମାନଙ୍କୁ ଜୀବନ୍ତ ଦଗ୍ଧ କରାଯାଇ ଏଠାରେ ୟୁଲିନ ପର୍ବ ପାଳନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri