Cash Deposit Limit: ବ୍ୟାଙ୍କ ଆକାଉଣ୍ଟରେ ଏକାଥରେ କେତେ ଟଙ୍କା ଜମା କରିପାରିବେ? ଟ୍ୟାକ୍ସ ନୋଟିସ୍‌ ଚାହୁଁ ନ ଥିଲେ…

ନୂଆଦିଲ୍ଲୀ,୨୭।୬: ଯେତେବେଳେ କୌଣସି ବ୍ୟକ୍ତି ସମ୍ପତ୍ତି କାରବାର, ବିବାହ, ବ୍ୟବସାୟିକ ଦେୟ କିମ୍ବା କୌଣସି ଜରୁରୀକାଳୀନ ପରିସ୍ଥିତିରେ ଏକ ବଡ଼ ପରିମାଣର ନଗଦ ପାଆନ୍ତି, ସେତେବେଳେ ପ୍ରଶ୍ନ ଉଠେ- କ’ଣ ଏହି ରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇପାରିବ? ଉତ୍ତର ହେଉଛି ହଁ। ହେଲେ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ସହିତ। ଯଦି ଆପଣ ଏହି ନିୟମଗୁଡ଼ିକୁ ପାଳନ କରନ୍ତି ନାହିଁ, ତେବେ ଆପଣ ଆୟକର ବିଭାଗର ନଜରକୁ ଆସିପାରନ୍ତି ଏବଂ ନୋଟିସ କିମ୍ବା ଜରିମାନାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ସେଭିଂ ଆକାଉଣ୍ଟ(ସଞ୍ଚୟ ଖାତା)ରେ ସୀମା କେତେ?
ଆୟକର ନିୟମ ଅନୁଯାୟୀ, ଯଦି ଆପଣ ଏକ ଆର୍ଥିକ ବର୍ଷ (ଏପ୍ରିଲ ୧ ରୁ ମାର୍ଚ୍ଚ ୩୧) ମଧ୍ୟରେ ଆପଣଙ୍କ ସଞ୍ଚୟ ଖାତାରେ ୧୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ଜମା କରନ୍ତି, ତେବେ ଏହା ରିପୋର୍ଟିଂ ବର୍ଗରେ ଆସେ। ବ୍ୟାଙ୍କ ଏହି କାରବାର ବିଷୟରେ ଆୟକର ବିଭାଗକୁ ସୂଚନା ଦିଏ। ଯଦିଓ ଏହି ନିୟମ ଟିକସ ଫାଙ୍କିବାକୁ ରୋକିବା ପାଇଁ, ଅନେକ ଲୋକ ଏହା ବିଷୟରେ ଅଜ୍ଞ।

କରେଣ୍ଟ ଆକାଉଣ୍ଟ(ଚଳିତ ଖାତା) ପାଇଁ ନିୟମ କ’ଣ?
ଯଦି ଆପଣଙ୍କ ଆକାଉଣ୍ଟ ଏକ ଚଳିତ ଅର୍ଥାତ ବ୍ୟବସାୟିକ ଖାତା, ତେବେ ଏହି ସୀମା ପ୍ରତିବର୍ଷ ୫୦ ଲକ୍ଷ ଟଙ୍କା ସ୍ଥିର କରାଯାଇଛି। ଏହାଠାରୁ ଅଧିକ ନଗଦ ଜମା ଉପରେ ବିଭାଗ ମଧ୍ୟ ସତର୍କ ହୋଇଯାଏ। ସେଥିପାଇଁ ବ୍ୟବସାୟୀମାନେ ସେମାନଙ୍କର କାରବାରର ସମ୍ପୂର୍ଣ୍ଣ ରେକର୍ଡ ରଖିବା ଉଚିତ।

ଏକାଥରକେ କେତେ ଟଙ୍କା ଜମା କରାଯାଇପାରିବ?
ବ୍ୟାଙ୍କଗୁଡ଼ିକ ଏକାଥରକେ ନଗଦ ଜମା କରିବା ପାଇଁ କୌଣସି ସୀମା ସ୍ଥିର କରିନାହାନ୍ତି, କିନ୍ତୁ ଯଦି ଆପଣ ଏକାଥରକେ ୨ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ଜମା କରନ୍ତି, ତେବେ ପାନ୍‌ କାର୍ଡ ଦେଖାଇବା ବାଧ୍ୟତାମୂଳକ। ପାନ୍‌ ବିନା, ବ୍ୟାଙ୍କ ଏହି କାରବାର କରେ ନାହିଁ।

ଆୟକର ନୋଟିସ କିପରି ଆସିପାରେ?
ଯଦି ଆପଣଙ୍କର ଜମା ଆପଣଙ୍କ ଆୟ ପ୍ରୋଫାଇଲ ସହିତ ମେଳ ଖାଉ ନାହିଁ, କିମ୍ବା ଉତ୍ସ ସ୍ପଷ୍ଟ ନୁହେଁ, ତେବେ ଆୟକର ବିଭାଗ ସନ୍ଦେହ କରିପାରେ। ଏପରି ପରିସ୍ଥିତିରେ, ନୋଟିସ ଏବଂ ଜରିମାନା ହେବାର ସମ୍ଭାବନା ରହିଛି।

କିପରି ସୁରକ୍ଷିତ ରହିବେ?
-ଡିଜିଟାଲ ପେମେଣ୍ଟକୁ ପ୍ରାଥମିକତା ଦିଅନ୍ତୁ
-ପ୍ରତ୍ୟେକ ନଗଦ କାରବାରର ଉତ୍ସ ଏବଂ ପ୍ରମାଣ ସୁରକ୍ଷିତ ରଖନ୍ତୁ
-ପାନ୍‌ ନମ୍ବର ଆପଣଙ୍କ ପାଖରେ ରଖନ୍ତୁ
-ନିର୍ଦ୍ଧାରିତ ସୀମା ଅତିକ୍ରମ କରନ୍ତୁ ନାହିଁ

ଏହି ନିୟମଗୁଡ଼ିକ ବିଷୟରେ ସଚେତନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଦ୍ୱାରା ଆପଣ ଯେକୌଣସି ଆଇନଗତ ଜଟିଳତାକୁ ଏଡାଇ ପାରିବେ ଏବଂ ଆପଣଙ୍କର ଆର୍ଥିକ କାରବାର ସ୍ବଚ୍ଛ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri