ନୂଆପଡ଼ା,୧।୧୧: ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି। କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଅଧାରରେ ମାମଲା ରୁଜୁ କରାଯାଇଛି। BNS ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫) ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ମାମଲା ହୋଇଛି। ଶୁକ୍ରବାର ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସରେ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଭାଜପାରେ କାହିଁକି ବୁଲୁଛୁ କହି ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଏନେଇ ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିନାହିଁ ।