କ୍ଲାସ୍‌ରୁମ୍‌ରେ ଛାତ୍ରୀଙ୍କ ବଳାତ୍କାର ଉଦ୍ୟମ ମାମଲା: ଅଧ୍ୟକ୍ଷ, ଅଧ୍ୟାପକ ନିଲମ୍ବିତ

ଯାଜପୁର,୨୩।୧(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ବରୀ ଥାନା ଅଧୀନ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ କଲେଜର ଜଣେ ଛାତ୍ରୀଙ୍କୁ କ୍ଲାସ୍‌ରୁମ୍‌ରେ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଥିଲା ା ଏହି ଘଟଣାକୁ ନେଇ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଥିଲା ା ପରିସ୍ଥିତି ଅଣାୟତ୍ତ ହେବା ପରେ କଲେଜ ଅଧ୍ୟକ୍ଷ ସୁଧୀର କୁମାର ରାଉତ ଏବଂ ଅର୍ଥଶାସ୍ତ୍ର ଅଧ୍ୟାପକ ବିଦ୍ୟାଧର ଧଳଙ୍କୁ ନିଲମ୍ବନ କରାଯାଇଛି। ଏନେଇ ଯାଜପୁର ଉପଜିଲାପାଳ ଅଂଶୁମାନ ଶତପଥୀ ଗୁରୁବାର ନିର୍ଦ୍ଦେଶ ଜାରି କରିଛନ୍ତି।

କଲେଜ ଅଧ୍ୟକ୍ଷ ରାଉତ ଏବଂ ଅଧ୍ୟାପକ ଧଳଙ୍କ ବିରୋଧରେ ସରକାରୀ କାର୍ଯ୍ୟରେ ଅବହେଳା ଏବଂ ବରୀ ଆଇଆଇସିଙ୍କ ରିପୋର୍ଟ ଆଧାରରେ ସେମାନେ ବିନା ଅନୁମତିରେ ଫେରାର ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ନିର୍ଦ୍ଦେଶ ପତ୍ରରେ ଦର୍ଶାଯାଇଛି। ନିଲମ୍ବନ ସମୟରେ ଉଭୟଙ୍କ ମୁଖ୍ୟ କାର୍ଯ୍ୟାଳୟ ବରୀ ରାମଚନ୍ଦ୍ରପୁର ଗୋପବନ୍ଧୁ ଚୌଧୁରୀ ଡିଗ୍ରୀ କଲେଜରେ ଉପସ୍ଥାନ ରହିବ ଏବଂ ସେମାନେ ବିନା ଅନୁମତିରେ ମୁଖ୍ୟ କାର୍ଯ୍ୟାଳୟ ଛାଡି ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି।

ଅନ୍ୟପକ୍ଷେ କଲେଜ ପରିସରରେ ପୀଡ଼ିତା ଏବଂ ମା’ଙ୍କ ଆମରଣ ଅନଶନ ଦ୍ୱିତୀୟ ଦିନରେ ପହଞ୍ଚିଛି। ଗୁରୁବାର ଯାଜପୁର ଏସ୍‌ପି ୟାସ୍‌ ପ୍ରତାପ ଶ୍ରୀମଳ ଏବଂ ଏମ୍‌ପି ରବିନାରାୟଣ ବେହେରା ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାଶୁଝା କରିଛନ୍ତି। ତେବେ ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଆମରଣ ଜାରି ରହିଛି।

ସୂଚନାଯୋଗ୍ୟ, ଗତ ୬ ତାରିଖରେ ଛାତ୍ରୀଙ୍କୁ କ୍ଲାସ୍‌ରୁମରେ ଅଧ୍ୟାପକ ଧଳ ବଳାତ୍କାର ଉଦ୍ୟମ କରିଥିଲେ । ଏନେଇ ୧୫ ତାରିଖରେ ବରୀ ଥାନାରେ ପୀଡ଼ିତା ଛାତ୍ରୀ ଲିଖିତ ଅଭିଯୋଗ କରିଥିଲେ। ତେବେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯିବାରୁ ଗତ ୨୦ ତାରିଖରେ ପୀଡ଼ିତା କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଅଭିଯୋଗ ଭିତ୍ତିରେ ବରୀ ଥାନାରେ ଏକ ମାମଲା(ନଂ.୧୬/୨୦୨୫)ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri