Posted inଜାତୀୟ

ଆଇଏଏସ୍‌ ଅଫିସର, ଆର୍‌ଜେଡି ନେତାଙ୍କ ନାଁରେ ମାମଲା

ପାଟନା,୧୨।୧: ଜଣେ ମହିଳା ଆଇନଜୀବୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ଗଣବଳାତ୍କାର କରିବା ଅଭିଯୋଗରେ ବିହାରର ବରିଷ୍ଠ ଆଇଏଏସ୍‌ ଅଫିସର ସଞ୍ଜୀବ ହଂସ ଏବଂ ପୂର୍ବତନ ଆର୍‌ଜେଡି ବିଧାୟକ ଗୁଲାବ ଯାଦବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇନଜୀବୀ ବଳାତ୍କାର ସମ୍ପର୍କରେ ମୁହଁ ଖୋଲିଲେ ତାଙ୍କୁ ବ୍ଲାକ୍‌ମେଲ ଏବଂ ହତ୍ୟା କରାଯିବ ବୋଲି ସେମାନେ ଧମକ ଦେଇଥିଲେ। ଦାନାପୁର ସିଭିଲ କୋର୍ଟର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ନବୀନ କୁମାର ଶ୍ରୀବାସ୍ତବଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ପାଟନାର ରୁପାସପୁର ଥାନାରେ ୧୯୯୭ ବ୍ୟାଚ୍‌ର ବିହାର କ୍ୟାଡର ଆଇଏଏସ୍‌ ଅଫିସର ଏବଂ ପୂର୍ବତନ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ପାଟନା ମହିଳା ଥାନା ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦାଏର ନ କରିବାରୁ ଆଇନଜୀବୀ ୨୦୨୧ ନଭେମ୍ବରରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ସଞ୍ଜୀବ ଏବେ ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ସଚିବ ଏବଂ ବିଏସ୍‌ପିଏଚ୍‌ସିଏଲ୍‌ର ସିଏମ୍‌ଡି ଅଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଲାଗି ଗୁଲାବଙ୍କୁ ଗତବର୍ଷ ମାର୍ଚ୍ଚରେ ୬ ବର୍ଷ ପାଇଁ ଆର୍‌ଜେଡିରୁ ନିଲମ୍ବନ କରାଯାଇଥିଲା।

ଅଭିଯୋଗ ଅନୁଯାୟୀ ମହିଳା ଆଇନଜୀବୀ ରାଜ୍ୟ ମହିଳା କମିଶନ ସଦସ୍ୟ ହେବାକୁ ଚାହୁଁଥିବାରୁ ତତ୍କାଳୀନ ବିଧାୟକ ଗୁଲାବଙ୍କୁ ୨୦୧୬ରେ ଭେଟିଥିଲେ। ଗୁଲାବ ତାଙ୍କୁ ନିଜ ବାସଭବନକୁ ଡାକି ବନ୍ଧୁକ ଦେଖାଇ ବଳାତ୍କାର କରିଥିଲେ। ୨୦୧୭ରେ ବିଧାୟକ ପୀଡ଼ିତାଙ୍କୁ ପୁଣେରେ ସଞ୍ଜୀବଙ୍କ ସହ ପରିଚିତ କରାଇଥିଲେ। ସେଠାରେ ଗୁଲାବ ଓ ସଞ୍ଜୀବ ତାଙ୍କୁ ନିଶା ଦେଇ ଗଣବଳାତ୍କାର କରିବା ସହ ଭିଡିଓ ପ୍ରସ୍ତୁତ କରିଥିଲେ। ଉକ୍ତ ଭିଡିଓ ଦେଖାଇ ସେମାନେ ପୀଡ଼ିତାଙ୍କୁ ବ୍ଲାକ୍‌ମେଲ କରି ଅନେକ ଥର ବଳାତ୍କାର କରିଥିଲେ। ପ୍ରାଥମିକ ତଦନ୍ତରୁ ଅଭିଯୋଗ ସତ ପ୍ରମାଣିତ ହୋଇଥିବା ଏସ୍‌ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri