ଗଞ୍ଜାମ,୧୪ା୯(ବିଦ୍ୟାଧର ସାହୁ): ପୂର୍ବକାଳରେ ଚାଷକାର୍ଯ୍ୟ ନିମନ୍ତେ ଶଗଡ଼ ବଳଦର ନିହାତି ଆବଶ୍ୟକତା ଥିଲା। ଜମିରେ ହଳଠାରୁ ଅମଳ ପର୍ଯ୍ୟନ୍ତ ଶଗଡ଼ ବଳଦ ଦ୍ୱାରା ଚାଷକାର୍ଯ୍ୟ ସମ୍ପନ୍ନ ହୋଇଥାଏ। ବର୍ତ୍ତମାନ ବିଜ୍ଞାନ ଯୁଗରେ ଚାଷକାର୍ଯ୍ୟ ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରପାତି ମିଳିବା ଓ ଯେକୌଣସି କାର୍ଯ୍ୟ ଶୀଘ୍ର ହେଉଥିବା ଯୋଗୁ ବଳଦ ଶଗଡ଼ଠାରୁ ଲୋକେ ମୁହଁ ଫେରାଉଛନ୍ତି। କିନ୍ତୁ ଗଞ୍ଜାମ ସହରରେ ଏବେ ବି ବଳଦଗାଡ଼ିର ଚାହିଦା ଥିବା ଦେଖିବାକୁ ମିଳିଛି। କିଛି ସମାଗ୍ରୀ ଯଥା ଇଟା, ବାଲି, ଗୋଡ଼ି ଶଗଡ଼ରେ ଲୋକେ ଆଣି ନିଜର କାମ ତୁଲାଇଥାନ୍ତି। ପୂର୍ବରୁ ପୁଇଁତୋଳା ଗ୍ରାମରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଶଗଡ଼ ଥିଲା। ବର୍ତ୍ତମାନ ଦୁଇରୁ ତିନି ଲୋକଙ୍କ ଘରେ ଶଗଡ଼ ଥିବା ବେଳେ ଗୌଡ଼ ସାହିରେ ମଧ୍ୟ କିଛି ଶଗଡ଼ ବଳଦ ଲୋକେ ବ୍ୟବହାର କରୁଥିବା ଜଣାପଡ଼ିଛି।