କ୍ୟାରଟ୍‌ଲେନ୍‌ର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର,୧୧।୪: ଭାରତର ଅଗ୍ରଣୀ ଓମ୍‌ନି ଚ୍ୟାନେଲ ଜୁଏଲେରି ବ୍ରାଣ୍ଡ୍‌ କ୍ୟାରଟ୍‌ଲେନ୍‌ର ଆଉ ଏକ ଏକ୍ସକ୍ଲୁସିଭ ଆଉଟଲେଟ ସୋମବାର ଓଡ଼ିଶା ବଜାରରେ ଶୁଭାରମ୍ଭ କରାଯାଉଛି। ଏପରିକି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ସୌଭାଗ୍ୟନଗରଠାରେ କ୍ୟାରଟ୍‌ଲେନ୍‌ର ଏକ୍ସକ୍ଲୁସିଭ ଆଉଟଲେଟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ କ୍ୟାରଟ୍‌ଲେନ୍‌ର ଆରବିଏମ ଦୀପାଞ୍ଜନ ସେନଗୁପ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଉଟଲେଟର ସ୍ବତ୍ୱାଧିକାରୀ ମାଣିକ ହଂସ ଏବଂ ଲିପ୍ସା ହଂସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷ କରି ଏଠାରେ ବ୍ରାଣ୍ଡର ଭିନ୍ନ ଭିନ୍ନ ଡିଜାଇନର ଗହଣା ଉପଲବ୍ଧ ରହିଛି। ଏ ସମ୍ପର୍କରେ କ୍ୟାରଟ୍‌ଲେନ୍‌ର ବରିଷ୍ଠ ଉପାଧ୍ୟକ୍ଷ ଅତୁଲ ସିହ୍ନା କହିଛନ୍ତି, ଓଡ଼ିଶା ବଜାରରେ ବ୍ରାଣ୍ଡ୍‌ର ଆଉ ଏକ ନୂତନ ଷ୍ଟୋର ଶୁଭାରମ୍ଭ ହୋଇଥିବାର ଆମେ ବେଶ ଆନନ୍ଦିତ। ଏପରିକି ଗ୍ରାହକମାନଙ୍କୁ ଅନଲାଇନ କିମ୍ବା ଅଫ୍‌ଲାଇନ ଜରିଆରେ ସ୍ବତନ୍ତ୍ର କିଣାକିଣିର ଅନୁଭୂତି ପ୍ରଦାନ କରିବା ଆମର ମୂଲ ଲକ୍ଷ୍ୟ। ଆମେ ବିଶ୍ୱାସ କରୁ ଯେ ଆମର ଏହି ରିଟେଲ୍‌ ଅନୁଭୂତି ଓ ଗହଣା ସମ୍ଭାର ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ବେଶ ଆଦୃତ ହେବ। ଏଠାରେ ଗ୍ରାହକମାନେ ହୀରା ମୂଲ୍ୟ ଉପରେ ୨୦% ଫ୍ଲାଟ୍‌ ରିହାତି ମଧ୍ୟ ପାଇପାରିବେ। ବ୍ରାଣ୍ଡର ୪୦୦୦ ରୁ ଅଧିକ ଡିଜାଇନ୍‌ ଉପରେ ଉକ୍ତ ରିହାତି ଗ୍ରାହକମାନେ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri