Posted inଫୁରସତ

କରୋନା: ଭବିଷ୍ୟତ ପାଇଁ ଆହ୍ବାନ

ପୂର୍ବରୁ ଏକାଧିକ ମହାମାରୀର ଭୟାବହତା ସମ୍ପର୍କରେ ଆମକୁ ଇତିହାସରୁ ପ୍ରମାଣ ମିଳେ। ହେଲେ ୨୦୧୯ ଶେଷ ଆଡ଼କୁ ଦେଖାଦେଇଥିବା କୋଭିଡ୍‌-୧୯ ପାଣ୍ଡେମିକ(ଅତିମାରୀ) କରୋନା କେବଳ ମଣିଷର ସ୍ବାସ୍ଥ୍ୟାବସ୍ଥାକୁ ପ୍ରଭାବିତ କରିନାହିଁ, ସମଗ୍ର ପୃଥିବୀରେ ୧୯୩୦ ଦଶକର ଉତ୍କଟ ଆର୍ଥିକ ମାନ୍ଦାବସ୍ଥାକୁ ମଧ୍ୟ ପୁନର୍ବାର ଟାଣି ଆଣିଛି। ଏହିଭଳି ଅର୍ଥନୈତିକ ଦୁର୍ଗତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ପୃଥିବୀରେ ମଧ୍ୟ ଦେଖାଦେଇଥିଲା। ଯେହେତୁ ଅତୀତର ସେହି ମାନ୍ଦାବସ୍ଥା ସମ୍ପର୍କରେ ଇତିହାସ ନଥିଭୁକ୍ତ କରିଛି, ତେଣୁ ବର୍ତ୍ତମାନ ସମଗ୍ର ଦୁନିଆରେ ଦେଖାଦେଇଥିବା ସ୍ବାସ୍ଥ୍ୟଗତ ଏବଂ ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ତଥ୍ୟ ପ୍ରସ୍ତୁତ କରି ରଖିବାର ଆବଶ୍ୟକତା ଅନୁଭୂତ ହେଉଛି। କୋଭିଡ୍‌ ପରବର୍ତ୍ତୀ ସମୟରେ ଭାରତ ସମେତ ସାରା ବିଶ୍ୱର ଆର୍ଥିକ ଦୁର୍ଗତି କେଉଁ ସ୍ତରରେ ପହଞ୍ଚତ୍ବ ତାହା ଆକଳନ କରାଯାଇ ନ ଥିବାରୁ ଭବିଷ୍ୟତ ରଣନୀତି ସ୍ଥିର କରିବା ମଧ୍ୟ ଏକ ଦୁରୂହ ବ୍ୟାପାର।

ଚାଇନାର ଉହାନରେ ପ୍ରଥମେ ଅତିମାରୀ କରୋନାର ସଂକ୍ରମଣ ଘଟିବା ସମୟରେ ପୃଥିବୀବାସୀ ଏହି ଭୂତାଣୁର ଭୟାବହତା ନେଇ ଅନଭିଜ୍ଞ ଥିଲେ। ଏପରିକି କରୋନା ନାମକ ଭୂତାଣୁ ସମ୍ପର୍କରେ କାହାର ଧାରଣା ମଧ୍ୟ ନ ଥିଲା। ଅତି କମ୍‌ ସମୟ ମଧ୍ୟରେ ଚାଇନାର କରୋନା ସଂକ୍ରମଣ ପ୍ରଭାବ ଇଟାଲୀର ଉତ୍ତରାଞ୍ଚଳରେ ଦେଖିବାକୁ ମିଳିଥିଲା। ବହୁସଂଖ୍ୟକ ଲୋକ ଭୂତାଣୁରେ କବଳିତ ହୋଇ ପ୍ରାଣ ମଧ୍ୟ ହରାଇଲେ। ଏବେ ବିଶ୍ୱର ୨୧୭ ଦେଶ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଭାରତରେ ମାର୍ଚ୍ଚମାସରେ କରୋନା ଭୂତାଣୁର ପ୍ରକୋପ ବଢ଼ିବାରେ ଲାଗିଥିଲା। କୁହାଯାଉଛି ଯେ, ଚାଇନା ପ୍ରଥମରୁ ଏହି ସଂକ୍ରମଣ ସମ୍ପର୍କରେ ତଥ୍ୟ ଗୋପନ ରଖିବା କାରଣରୁ କରୋନା ମୁକାବିଲା ପାଇଁ ଯେଉଁ ସତର୍କତା ଓ ସଚେତନତାର ଆବଶ୍ୟକତା ଥିଲା ତାହା ଅନ୍ୟ ଦେଶଗୁଡ଼ିକ ଗ୍ରହଣ କରିବାରେ ବିଳମ୍ବ କରିଦେଇଥିଲେ। ଏପରିକି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଧ୍ୟ କରୋନାର ଗତି ପ୍ରଗତି ସମ୍ପର୍କରେ ଦୀର୍ଘ ସମୟ ଧରି ଅନ୍ଧାରରେ ରହିଥିଲା। ସାରା ପୃଥିବୀରେ କରୋନା ବ୍ୟାପିବାର ପ୍ରାୟ ବର୍ଷେ ପୂରିବାକୁ ଯାଉଥିଲେ ମଧ୍ୟ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅଦ୍ୟାବଧି ଏକ ସ୍ପଷ୍ଟ ନୀତି ନିର୍ଦ୍ଦେଶିକା ପ୍ରସ୍ତୁତରେ ସମର୍ଥ ହୋଇପାରି ନାହିଁ।
ଅତିମାରୀ କରୋନା ଦ୍ୱାରା ବିଶ୍ୱର ଅର୍ଥନୀତି ଘୋର ପ୍ରଭାବିତ ହୋଇଥିବାବେଳେ ଏହାର ମୁକାବିଲା କରିବା ରାଷ୍ଟ୍ରଗୁଡ଼ିକ ପାଇଁ ଚ୍ୟାଲେଞ୍ଜ ହୋଇଛି। ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶରେ ଜାରି କଟକଣା ଯୋଗୁ ଶିଳ୍ପ କାରଖାନା ବନ୍ଦ ହୋଇଯିବା ସହ ଆର୍ଥିକ ଗତିବିଧି ମଧ୍ୟ ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଏହାର ପ୍ରଭାବରେ ଆମେରିକା, ଜାପାନ ଓ ଫ୍ରାନ୍ସ ଭଳି ବୃହତ୍‌ ଅର୍ଥନୀତିର ମେରୁଦଣ୍ଡ ଦୋହଲିଯାଇଛି। ଏପରି କି ଭାରତରେ ମଧ୍ୟ ଘୋର ଆର୍ଥତ୍କ ସଙ୍କଟ ଦେଖାଦେଇଛି। ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଯଥେଷ୍ଟ ତଳକୁ ଖସିଯାଇଥିବାରୁ ଅର୍ଥନୀତି ଏବେ ଘୋର ଦୁର୍ଦ୍ଦିନର ସମ୍ମୁଖୀନ ହୋଇଛି। ସାଧାରଣ ଲୋକଙ୍କ ଜୀବନଜୀବିକାକୁ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକାଧିକ ପର୍ଯ୍ୟାୟରେ ଆର୍ଥିକ ପ୍ୟାକେଜ ଘୋଷଣା କରାଯାଉଛି। ତେବେ ଅର୍ଥନୀତି ସଜାଡ଼ିବାରେ ଏହା କେତେଦୂର ସହାୟକ ହେବ ସେନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ଦେଶର ଆର୍ଥିକ ବ୍ୟବସ୍ଥା ନ ସୁଧୁରିଲେ ଏହା ବିଷମ ପରିସ୍ଥିତି ସୃଷ୍ଟି କରିବ। ଏପରି କି ଖାଦ୍ୟ ସଙ୍କଟଠାରୁ ଆରମ୍ଭ କରି ବେରୋଜଗାରୀ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଟ୍ରାକ୍‌କୁ ଫେରୁଛି ଭାରତ

ଆମେରିକା ପରେ ଭାରତ ହେଉଛି ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର। ନଭେମ୍ବର ଦ୍ୱିତୀୟ ସପ୍ତାହ ଶେଷ ସୁଦ୍ଧା ଦେଶରେ ୮୯ଲକ୍ଷ ଲୋକ ସଂକ୍ରମିତ ହେଲେଣି। ଏପରି କି ୧ଲକ୍ଷ ୩୧ହଜାର ଲୋକଙ୍କ କରୋନାରେ ଜୀବନ ଗଲାଣି। ଚଳିତ ମାସରେ ସଂକ୍ରମଣରେ ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ଯୋଗୁ ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୀତି ବିଶେଷଭାବେ ପ୍ରଭାବିତ ହୋଇଛି। ସରକାର ଜୀବନଜୀବିକାକୁ ଟ୍ରାକ୍‌କୁ ଫେରାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଏପରି କି ସଂକ୍ରମଣକୁ ହ୍ରାସ କରିବା ପାଇଁ ପୂର୍ବରୁ ଲଗାଯାଇଥିବା ଅନେକ ପ୍ରତିବନ୍ଧକକୁ ମଧ୍ୟ ଉଠାଇ ଦିଆଗଲାଣି। ବିଶେଷକରି ବାଣିଜ୍ୟବ୍ୟବସାୟକୁ ସୁବ୍ୟବସ୍ଥିତ କରିବାକୁ ଚେଷ୍ଟା ଜାରି ରହିଛି। ଫଳରେ ଲକ୍‌ଡାଉନ ଯୋଗୁ ଗଁାକୁ ଫେରିଥିବା ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକ ଏବେ ସହର ମୁହଁା ହୋଇଥିବା ଦେଖିବାକୁ ମିଳୁଛି।

ମୁକାବିଲାରେ ଓଡ଼ିଶାକୁ ପ୍ରଶଂସା

କରୋନା ଅତିମାରୀ ମୁକାବିଲା କ୍ଷେତ୍ରରେ ଅନ୍ତର୍ଜାତୀୟସ୍ତରରେ ଭାରତର ପଦକ୍ଷେପକୁ ଦୃଷ୍ଟାନ୍ତ ଭାବେ ନିଆଯାଉଥିବାବେଳେ ଓଡ଼ିଶାର ରଣନୀତି ଜାତୀୟସ୍ତରରେ ପ୍ରଶଂସନୀୟ ହୋଇପାରିଛି। କରୋନାକୁ ରୋକିବା ସକାଶେ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବପ୍ରଥମେ ଲକ୍‌ଡାଉନ, ଶଟ୍‌ଡାଉନ ସମେତ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ପ୍ରଭାବୀ ନିଷ୍ପତ୍ତି, କ୍ୱାରାଣ୍ଟାଇନ୍‌ ଓ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ଆଦି ପଦକ୍ଷେପ ସୁବ୍ୟବସ୍ଥିତ ଢଙ୍ଗରେ କରାଯାଇପାରିଥିଲା। ତେବେ କରୋନା ପରିଚାଳନା କ୍ଷେତ୍ରରେ ବିଭିନ୍ନ ଅବ୍ୟବସ୍ଥା ଓ ଅନିୟମିତତାର ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ସରକାର ଇତିମଧ୍ୟରେ ଅର୍ଥାଭାବରୁ କ୍ୱାରାଣ୍ଟାଇନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇ ଆକ୍ରାନ୍ତଙ୍କୁ ଗୃହ ସଙ୍ଗରୋଧ (ହୋମ୍‌ ଆଇସୋଲେଶନ)ରେ ରହିବାର ପରାମର୍ଶ ଦେବା ସହ କରୋନା ନୀତି ନିର୍ଦ୍ଦେଶିକାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କହୁଛନ୍ତି। ତେବେ ଗତ କିଛିଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ହାରରେ ହ୍ରାସ ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ନ ଥମିବା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ସାମାଜିକ ଦୂରତା (ସୋସିଆଲ ଡିଷ୍ଟାନ୍ସିଂ) ଏବଂ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବାକୁ ଯାଇ ଉଲ୍ଲଂଘନକାରୀଙ୍କ ପାଇଁ ଜରିମାନା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

 ଟିକାକୁ ନେଇ ପ୍ରତିଯୋଗିତା

କରୋନା ଅତିମାରୀରୁ ମୁକ୍ତି ପାଇଁ ବିଶ୍ୱବାସୀ ଅପେକ୍ଷା କରିଥିବାବେଳେ ବିଭିନ୍ନ ଦେଶର ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ଏଦିଗରେ ଗବେଷଣା ଜାରି ରଖିଛନ୍ତି। ଆମେରିକୀୟ ଫାଇଜର ଏବଂ ମଡର୍ନା ଫାର୍ମାସ୍ୟୁଟିକାଲ କମ୍ପାନୀ ଟିକା ପ୍ରସ୍ତୁତି କରିବା ସହ ଏହା ୯୫% ଫଳପ୍ରଦ ବୋଲି ଦାବି କରିଛି। ସେହିପରି ରୁଷିଆ ଏହାର ସ୍ଫୁଟନିକ ଭି ଟିକା ୯୨% ଫଳପ୍ରଦ ବୋଲି କହୁଛି। ଏହି ଟିକା ପାଇବା ପାଇଁ ଭାରତ ରୁଷିଆର ଗାମାଲେୟା ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ସହ ମଧ୍ୟ ଚୁକ୍ତି କରିଛି। ଭାରତର ବାୟୋଟେକ୍‌, ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଜାଇଡସ୍‌ କାର୍ଡିଲା ଭଳି ଫାର୍ମା ସଂସ୍ଥା ସେମାନଙ୍କ ଦ୍ୱାରା ବିକଶିତ କରୋନା ପ୍ରତିଷେଧକ ଟିକାର ମାନବ ପରୀକ୍ଷଣ ଆରମ୍ଭ କରି ସାରିଛନ୍ତି। ବାୟୋଟେକ୍‌ର କୋଭାକ୍ସିନ୍‌ ନାମକ ପ୍ରତିଷେଧକର ତୃତୀୟ ବା ଚୂଡ଼ାନ୍ତ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଛି। ଡବ୍ଲ୍ୟୁଏଚ୍‌ଓ ବର୍ତ୍ତମାନ ସୁଦ୍ଧା କୌଣସି ଟିକାକୁ ସ୍ବୀକୃତି ଦେଇ ନ ଥିଲେ ମଧ୍ୟ ଅତିମାରୀ କବଳରୁ ମୁକ୍ତି ପାଇଁ ବିଭିନ୍ନ ରାଷ୍ଟ୍ର ଦ୍ୱାରା ଭାକ୍ସିନ ପ୍ରସ୍ତୁତି ବିଶ୍ୱବାସୀଙ୍କ ମନରେ ଆଶା ସଞ୍ଚାର କରିଛି। ଗୋଟିଏ ପଟେ ଭାକ୍ସିନ ବିକଶିତ କରିବା ପାଇଁ ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିତା ଚାଲିଥିବାବେଳେ ତା’ର ବଜାର ପ୍ରବେଶ ପୂର୍ବରୁ ବିପୁଳ ପରିମାଣର ଟିକା ହାତେଇବା ପାଇଁ ଧନୀ ରାଷ୍ଟ୍ରଗୁଡ଼ିକ ଅଧିକାର ଜମାଇଲେଣି। ଫଳରେ ସ୍ବଳ୍ପ, ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକର ଲୋକେ ଆଗାମୀ ୪ବର୍ଷ ପର୍ଯ୍ୟନ୍ତ ଟିକା ପାଇବେ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଡବ୍ଲ୍ୟୁଏଚ୍‌ଓ ଭାକ୍ସିନ ସହ ସଚେତନତା ଉପରେ ଗୁରୁତ୍ୱ ଦେଇଛି। କେବଳ ଟିକା ଏହି ଅତିମାରୀକୁ ସମୂଳେ ନାଶ କରିପାରିବ ନାହିଁ ବୋଲି ନିକଟରେ ଡବ୍ଲ୍ୟୁଏଚ୍‌ଓ ସତର୍କ କରାଇଛି।

 

-ଲାଲା ସୁନୀଲ କୁମାର ରଥ


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri