ବିନା କାର୍ଡରେ ଏଟିଏମ୍‌ରୁ ବାହାରିବ ଟଙ୍କା, ଏସ୍‌ବିଆଇ ପରେ ଏହି ବ୍ୟାଙ୍କ ଦେଉଛି ଏପରି ସୁବିଧା

ପ୍ରାୟତଃ ଦେଖାଯାଇଥାଏ ଗ୍ରାହକଙ୍କ ନିକଟରେ ଏଟିଏମ୍‌ କାର୍ଡ ନ ଥିବାରୁ ଟଙ୍କା ଉଠାଇ ପାରି ନ ଥାନ୍ତି। ମାତ୍ର ଏସ୍‌ବିଆଇ ସମେତ ଦେଶର ଅନେକ ବଡ଼ ବ୍ୟାଙ୍କ ଗ୍ରାହକଙ୍କୁ ବିନା କାର୍ଡରେ ନଗଦ ଟଙ୍କା ଉଠାଇବାକୁ ସୁବିଧା ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ଏ କ୍ଷେତ୍ରରେ ଆଉ ଏକ ବ୍ୟାଙ୍କ ଯୋଡ଼ି ହୋଇଛି। ଏହା ହେଉଛି ଆରବିଏଲ୍‌ ନାମକ ଏକ ଘରୋଇ ବ୍ୟାଙ୍କ। ବିନା କାର୍ଡରେ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ଏହି ବ୍ୟାଙ୍କ ସୁବିଧା ଆଣିଛି। ବ୍ୟାଙ୍କ କହିଛି, ଏହା ଗ୍ଲୋବାଲ ଫାଇନାନ୍ସ ଟେକ୍ନୋଲୋଜି ପ୍ରଦାନକାରୀ କମ୍ପାନୀ ଆମ୍ପେଜ ପେମେଣ୍ଟ ସିଷ୍ଟମ ସହିତ ଚୁକ୍ତି କରିଛି।
ଆହୁରି ମଧ୍ୟ ବ୍ୟାଙ୍କ କହିଛି, ବର୍ତ୍ତମାନ ଏହାର ଗ୍ରାହକମାନେ ଆରବିଏଲ୍‌ ବ୍ୟାଙ୍କର କୁଇକ୍‌ ମନି ଟ୍ରାନ୍ସଫର ସେବା ଏବଂ ଅନ୍ୟ ବ୍ୟାଙ୍କଗୁଡ଼ିକର ୪୦ ହଜାରରୁ ଅଧିକ ଟଙ୍କା ଏଟିଏମ୍‌ରୁ ଡେବିଟ୍‌ କାର୍ଡ ବ୍ୟବହାର ନ କରି ଉଠାଇ ପାରିବେ। ଏହି ସୁବିଧା ପାଇବା ପାଇଁ ଗ୍ରାହକଙ୍କୁ ଆର୍‌ବିଏଲ୍‌ ବ୍ୟାଙ୍କର ମୋ’ ବ୍ୟାଙ୍କ ଆପ୍‌ରେ ଲଗ୍‌ ଇନ୍‌ କରିବାକୁ ପଡ଼ିବ। ଆଇଏମ୍‌ଟି ସହିତ ଏଟିଏମ୍‌ର ଅବସ୍ଥାନ ଦେଖିବାକୁ ପଡ଼ିବ। ଏହା ପରେ ଗ୍ରାହକମାନେ ବ୍ୟାଙ୍କର ଏଟିଏମ୍‌ ମେଶିନରୁ ପଞ୍ଜୀକୃତ ମୋବାଇଲ ନମ୍ବର ବ୍ୟବହାର କରି କାର୍ଡଲେସ୍‌ ପ୍ରତ୍ୟାହାର କରିବାରେ ସକ୍ଷମ ହେବେ।
ଆର୍‌ବିଏଲ ପୂର୍ବରୁ ଏସ୍‌ବିଆଇ ୟେନୋ ଆପ୍‌ ମାଧ୍ୟମରେ ଗ୍ରାହକଙ୍କ ଏହି ସୁବିଧା ଯୋଗାଇ ଆସୁଛି। ଆହୁରି କେତେକ ବ୍ୟାଙ୍କ ମଧ୍ୟ ବିନା କାର୍ଡରେ ଏଟିଏମ୍‌ରୁ ଟଙ୍କା ଉଠାଇବା ସୁବିଧା ଗ୍ରାହକଙ୍କୁ ଯୋଗାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?