କୋଭିଡ୍‌ ଯୋଗୁ କ୍ଷତିଗ୍ରସ୍ତ ଅଟୋମୋବାଇଲ ବଜାର; ଯାତ୍ରୀବାହୀ ଯାନ ବିକ୍ରି ୪୯.୫୯% ହ୍ରାସ

ନୂଆଦିଲ୍ଲୀ,୧୫।୭: କରୋନା ମହାମାରୀ ପାଇଁ ବଜାର ପ୍ରଭାବିତ ହୋଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ୨ ମାସରୁ ଅଧିକ ସମୟ ଦେଶକୁ ଲକ୍‌ଡାଉନ କରିବା ଫଳରେ ଦେଶର ଅର୍ଥ ବ୍ୟବସ୍ଥାରେ କାରବାର ଠପ୍‌ ହୋଇଯାଇଛି। ବର୍ତ୍ତମାନ ସଂକ୍ରମଣର ମାତ୍ରା ଅଧିକ ରହିଛି। ଫଳରେ ବଜାର ସ୍ବାଭାବିକ ସ୍ଥିତିକୁ ଫେରିପାରିନାହିଁ। ଦେଶର ଅଟୋମୋବାଇଲ ବଜାର ଗତ କିଛି ମାସ ଧରି ଲଗାତର କ୍ଷତି ସହି ଚାଲିଛି। ଜୁନ ମାସରେ ମଧ୍ୟ ଯାନ ବିକ୍ରି କ୍ଷତିଗ୍ରସ୍ତ ହୋଇ ରହିଛି। ଜୁନରେ ଯାତ୍ରୀବାହୀ ଯାନ ବିକ୍ରି ୪୯.୫୯% ଖସିଥିବା ଜଣାପଡିଛି। ଚଳିତ ବର୍ଷ ଜୁନରେ ୧.୦୫ ଲକ୍ଷ ଯାନ ବିକ୍ରି ହୋଇଛି। ଗତ ବର୍ଷ ସମାନ ସମୟରେ ୨.୦୯ ଲକ୍ଷ ୟୁନିଟ ଯାନ ବିକ୍ରି ହୋଇଥିଲା। ବର୍ତ୍ତମାନ କଟକଣା କୋହଳ ହେଉଥିବାରୁ ବଜାର ଧୀରେ ଧୀରେ ସ୍ଥିତାବସ୍ଥାକୁ ଫେରିବ ବୋଲି ଅଟୋ ଉଦ୍ୟୋଗ ସଂଘ ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକଚର୍ସ (ସିଆମ୍‌)ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ସୂଚନା ମୁତାବକ, ଦୁଇଚକିଆ ଯାନ ବିକ୍ରି ୩୮.୫୬% କମିଛି। ଗତ ବର୍ଷ ଜୁନ୍‌ରେ ୧୬.୪୯ ଲକ୍ଷ ୟୁନିଟ ଯାନ ବିକ୍ରି ହୋଇଥିବା ବେଳେ ଏହା ଚଳିତ ବର୍ଷ ସମାନ ସମୟରେ ୧୦.୧୩ ଲକ୍ଷ ୟୁନିଟକୁ ହ୍ରାସ ଘଟିଛି। ଗତ ବର୍ଷ ଏହି ସମୟରେ ୧୦.୮୪ ଲକ୍ଷ ୟୁନିଟ ମୋଟର ସାଇକେଲ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ଜୁନ୍‌ରେ ଏହା ୭.୦୨ ଲକ୍ଷ ୟୁନିଟକୁ ଖସିଛି। ସେହିଭଳି ସ୍କୁଟର ବିକ୍ରି ୪୭.୩୭ ଲକ୍ଷ ୟୁନିଟ ହ୍ରାସ ଘଟି ୨.୨୬ ଲକ୍ଷ ୟୁନିଟ ରହିଛି, ଯାହା ଗତ ବର୍ଷ ୫.୧୨ ଲକ୍ଷ ୟୁନିଟ ରହିଥିବା ଜଣାପଡିଛି। ବଜାର ପ୍ରଭାବିତ ହୋଇ ରହିଥିବାରୁ ଏହା ଲୋକଙ୍କ କ୍ରୟ ବ୍ୟବହାର ଉପରେ ପଡିଛି। ଲୋକମାନେ ନଗଦ ଅର୍ଥ ସେମାନଙ୍କ ନିକଟରେ ରଖିବାକୁ ଗୁରୁତ୍ୱ ଦେଉଛନ୍ତି। ଗ୍ରାହକ ଅତି ଜରୁରୀ ସାମଗ୍ରୀ କ୍ରୟକୁ ପ୍ରାଥମିକତା ଦେଉଛନ୍ତି। ବଜାରରେ ମୋଟାମୋଟି ଭାବେ ଚାହିଦା ଫେରିନାହିଁ। ଏହାର ପ୍ରଭାବ କମ୍ପାନୀଗୁଡିକର ବିକ୍ରି ଉପରେ ପଡୁଛି। ପ୍ରାୟ ସବୁ କମ୍ପାନୀ କୋଭିଡ୍‌ ଯୋଗୁ କ୍ଷତି ସାମ୍ନା କରୁଥିବା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଏସ୍‌ଏଲ୍‌ ପକ୍ଷରୁ ମୁମ୍ବାଇ ମେଟ୍ରୋ ପ୍ରକଳ୍ପକୁ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଯୋଗାଣ

ନୂଆଦିଲ୍ଲୀ,୨୧।୧: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ପକ୍ଷରୁ ମୁମ୍ବାଇ ମେଟ୍ରୋ ରେଳ ପ୍ରକଳ୍ପକୁ ଆବଶ୍ୟକ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଯୋଗାଣ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭାରତ...

ବ୍ୟବସାୟ ସମ୍ପ୍ରସାରଣ କରିବ ବେଦାନ୍ତ

ଭୁବନେଶ୍ୱର,୧୬।୯:ଦେଶର ପ୍ରମୁଖ ଘରୋଇ କମ୍ପାନୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ଜାରି ରଖିଥିବା ବ୍ୟବସାୟିକ କାର୍ଯ୍ୟକଳାପଗୁଡ଼ିକର ସମ୍ପ୍ରସାରଣ କରିବ ବୋଲି ଜଣାପଡ଼ିଛି। ଏପରିକି ନିକଟରେ ଓଡ଼ିଶା ସରକାରଙ୍କ...

୪ ଦିନରେ ୧୩.୩ ଟ୍ରିଲିୟନ ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୭।୯: ଇକ୍ୱିଟି ନିବେଶକଙ୍କ ସମ୍ପତ୍ତି ଗତ ୪ଦିନର ବଜାର କାରବାର ମଧ୍ୟରେ ୧୩.୩ ଟ୍ରିଲିୟନରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ ତୀବ୍ର ବିକ୍ରୟ ମଧ୍ୟରେ...

ଡିଏଲ୍‌ ନବୀକରଣ ଲାଗି ଆଧାର ପ୍ରମାଣନ

ନୂଆଦିଲ୍ଲୀ: ଅନ୍‌ଲାଇନରେ ଡ୍ରାଇଭିଂ ନବୀକରଣ ଏବଂ ୧୫ ଅନ୍ୟ ସେବା ଲାଗି ଆଧାର ଅଥେଣ୍ଟିକେଶନ(ପ୍ରମାଣନ)ର ଆବଶ୍ୟକତା ରହିଛି। ପରିବହନ ବିଭାଗର କାର୍ଯ୍ୟାଳୟକୁ ନ ଦୌଡ଼ି ଲୋକଙ୍କୁ...

୩ ବର୍ଷ ଯାଏଁ ରହିବ କରୋନା ମହାମାରୀ

ନୂଆଦିଲ୍ଲୀ, ୧୬।୭: ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ କରୋନା ମହାମାର ସଂକ୍ରମଣ ରହିବ। ଏହାଦ୍ୱାରା ଭାରତୀୟ ବିମାନ କମ୍ପାନୀ ଗୁଡ଼ିକର କ୍ଷତି ପରିମାଣ ଲକ୍ଷେ ୧୦...

ଆଧାର ଏକ ପରିଚୟ ପତ୍ର: ନିଲେକାନି

ବେଙ୍ଗାଲୁରୁ,୨୪-୪: ଆଧାର କୌଣସି ବ୍ୟକ୍ତିର ଗୋପନୀୟତା ବା ତାଙ୍କ ଉପରେ ନଜର ରଖିବାର ମାଧ୍ୟମ ନୁହେଁ, ବରଂ ଏହା ଏକ ପରିଚୟ ମାତ୍ର ବୋଲି ଆଇଟି...

ଚିନ୍ତା ବଢ଼ାଇପାରେ ୧.୬୭ ଲକ୍ଷ କୋଟିର କର୍ପୋରେଟ ଋଣ

ନୂଆଦିଲ୍ଲୀ,୬।୭: କୋଭିଡ୍‌-୧୯ ଯୋଗୁ ବଜାର ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ଘରୋଇ ବଜାରର ପ୍ରମୁଖ ୫୦୦ କମ୍ପାନୀ ନେଇଥିବା ୧.୬୭ ଲକ୍ଷ କୋଟିର କର୍ପୋରେଟ ଋଣ...

ସାଲୁ ଜିନ୍ଦଲଙ୍କୁ ମହାତ୍ମା ପୁରସ୍କାର

ନୂଆଦିଲ୍ଲୀ,୨-୧୦: ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ସହଅଧ୍ୟକ୍ଷା ସାଲୁ ଜିନ୍ଦଲଙ୍କୁ ମହାତ୍ମା ଆଓ୍ବାର୍ଡ ଫର ଲିଡରଶିପ ଇନ୍‌ କର୍ପୋରେଟ ସୋସିଆଲ ରେସପନ୍ସବିଲିଟି ସମ୍ମାନରେ ସମ୍ମାନୀତ କରାଯାଇଛି। ଗୁରୁଗ୍ରାମଠାରେ ଅନୁଷ୍ଠିତ...

Advertisement
Archives

Model This Week