ଛିଡ଼ା ହୋଇଥିବା ପାଉଁଶ ବୋଝେଇ ହାଇୱାକୁ ଧକ୍କା ଦେଲା କାର୍‌, ୩ ମୃତ

ସମ୍ବଲପୁର,୪।୧(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ NH-55 ନକ୍ସପାଲି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ ଏକ କାର୍‌ ପିଟି ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ଖବର ଅନୁସାରେ ଏକ ପାଉଁଶ ବେଝେଇ ହାଇୱା(ଓଡି-୧୫-ୟୁ-୯୧୦୪) ଧନୁପାଲି ଥାନା ଅନ୍ତର୍ଗତ ନକ୍ଲାପାଲି ନକଟରେ ଜାତୀୟ ରାଜପଥ(୫୫) କଡ଼ରେ ଛିଡ଼ା ହୋଇଥିଲା । ଅପରାହ୍ନ ପ୍ରାୟ ୪ଟା ସମୟରେ ସମ୍ବଲପୁର ପଟୁ ଦୃତ ଗତିରେ ଆସି ଏକ କାର(ଓଡି-୧୪-ୟୁ-୮୧୦୩) ଉକ୍ତ ହାଇୱାକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କାର ଚାଳକଙ୍କ ମୃତୁ୍ୟ ଘଟିଥିଲା ।

ସ୍ଥାନୀୟ ଲୋକେ କାରରେ ଥିବା ଅନ୍ୟ ଦୁଇଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବୁର୍ଲା ଭିମ୍ସାରକୁ ନେଇଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନାହିଁ । ଅପରପକ୍ଷରେ ଚାଳକଙ୍କ ମୃତଦେହକୁ ଜବତ କରି ପୋଲିସ ବ୍ୟବଛେଦ ପାଇଁ ପଠାଇଛି ।

ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଯାନ୍ତ୍ରୀକ ତୃଟି ଯୋଗୁଁ ଅଚଳ ହୋଇ ପଡ଼ିଥିବା ହାଇୱାଟି ରାସ୍ତାକଡ଼ରେ ଦୀର୍ଘ ସମୟ ହେଲା ଛିଡ଼ା ହୋଇଥିଲା । ତେବେ ସମ୍ବଲପୁର ପଟୁ ଆସୁଥିବା ଉକ୍ତ କାରଟି ସମ୍ଭବତଃ ଦୃତଗତି ଯୋଗୁଁ ନିୟନ୍ତ୍ରଣ ହରାଇ ହାଇୱା ପଛପଟେ ପିଟି ହୋଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ ଚେପା ହୋଇ ଯାଇଥିଲା । ତେଣୁ ସେଥିରୁ ଆହତମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇ ପଡ଼ିଥିଲା ।

ଖବର ପାଇ ପୋଲିସ ଓ ଦମକଳ ବାହିନୀ ପହଞ୍ଚି କାରକୁ କାଟି ଚାଳିକଙ୍କ ଶବ ଓ କାରରେ ଫସି ରହିଥିବା ଆରୋହୀ ଦ୍ୱୟଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ଭିମ୍ସାରକୁ ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ପରେ ଚିଲିକାରୁ ହଟିଲା କଟକଣା, କୁହୁଡ଼ିକୁ ଦେଖି ଡଙ୍ଗା ଓ ଭସାପୋଲ ଚଳାଚଳ ପାଇଁ ନିଷ୍ପତ୍ତି

କୃଷ୍ଣପ୍ରସାଦ,୬।୧: ୪ ଦିନ ପରେ ଚିଲିକାରୁ ହଟିଲା କଟକଣା । କୁହୁଡ଼ିକୁ ଦେଖି ଡଙ୍ଗା ଓ ଭସାପୋଲ ଚଳାଚଳକୁ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେଇଛି ଜିଲା...

ଅଳିଆ ଦେବେ, ଟଙ୍କା ଗଣିବେ ରାଜଧାନୀବାସୀ

ଭୁବନେଶ୍ୱର, ୬।୧(ବନ୍ଦନା ସେଠୀ) : ନୂଆବର୍ଷରେ ସହରବାସୀଙ୍କ ଉପରେ ୟୁଜର୍‌ ଫି’ ବୋଝ ଲଦିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଏଣିକି ଅଳିଆ ଦେବେ, ଟଙ୍କା...

ଶୀତ ମହୋତ୍ସବ ପୂର୍ବରୁ ସ୍ବଚ୍ଛତାକୁ ଗୁରୁତ୍ୱ, ଏକାଠି ଝାଡୁ-ଝୁଡି ଧରିଲେ ଅଞ୍ଚଳବାସୀଙ୍କ ସହ ପ୍ରଶାସନ

ଦାରିଙ୍ଗବାଡି, ୬।୧ (ଅରୁଣ ସାହୁ ):ଆସନ୍ତା ଗୁରୁବାର ସଂଧ୍ୟାରେ ଦାରିଙ୍ଗବାଡି ଶୀତ ମହୋତ୍ସବର ଶୁଭାରମ୍ଭ ହେବ। ଏଥିପାଇଁ ଆଉ ୨ ଦିନ ବାକି ଥିବା ବେଳେ...

ପଞ୍ଚଭୂତରେ ଲୀନ ହେଲା ରାଜାଙ୍କ ପାର୍ଥିବ ଶରୀର, ଯୁବରାଜ ଦେବଦେବ ସିଂଦେଓଙ୍କ ରାଜାଭିଷେକ

ଖଡ଼ିଆଳ,୬ା୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ରାଜା ସ୍ବର୍ଗତ ଡ. ଜିତାମିତ୍ର ପ୍ରସାଦ ସିଂଦେଓଙ୍କ ପାର୍ଥିବ ଶରୀର ସୋମବାର ନେହେନା ସୁନ୍ଦର ନଦୀ ରାଣୀଘାଟରେ...

ଶୀତରେ ଆସୁଛି ବଡ଼ ବର୍ଷା! ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୬ା୧: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ସମ୍ଭାବନା ରହିଛି । ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭାରତ...

ଆଗକୁ ଆସିପାରନ୍ତି ନୂଆ ଆଇଏଏସ୍‌ ଅଫିସର, ଅନୁ ଗର୍ଗ…

ଭୁବନେଶ୍ୱର,୬ା୧(ସୁନିତ୍‌ ମିଶ୍ର): ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଅନୁ ଗର୍ଗ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିବା ପରେ କେତେଜଣ ବରିଷ୍ଠ ଆଇଏଏସ୍‌...

ଶିକ୍ଷିତ ଦେଶବିରୋଧୀ

ଶିକ୍ଷିତ ଲୋକେ ବହୁସଂଖ୍ୟାରେ ସମାଜବିରୋଧୀ କାର୍ଯ୍ୟରେ ସାମିଲ ହେବା ଏକ ବିପଜ୍ଜନକ ଧାରା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିକଟରେ ବିବୃତି ଦେବା ଅନେକଙ୍କୁ...

୫୫ ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲୋକଙ୍କ ନେତା…

ଭୁବନେଶ୍ବର,୬।୧: ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୭୨ ଜାନୁଆରୀ ୬ ତାରିଖରେ କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri