ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ତାଳଚେର ଅଞ୍ଚଳର ଅମିତ ସାହୁ,ବିସ୍ମୟ ଦାସ ଏବଂ ଅନୁଗୋଳ ଅଞ୍ଚଳର ଗୋପାଳ ସାହୁ କାର୍‌ ଯୋଗେ ଏକ ବିବାହ ଭୋଜି କାର୍ଯ୍ୟକ୍ରମରୁ ଯୋଗଦେଇ ଫେରୁଥିଲେ। ଫେରିବା ସମୟରେ ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ଟ୍ରକ୍‌ ପଛରେ ଧକ୍କା ଦେଇଥିଲା।

ଦୁର୍ଘଟଣାର ତୀବ୍ରତା ଏତେ ଥିଲା ଯେ କାର୍‌ଟି ଟ୍ରକ ପଛରେ ଫସିଯିବା ସହ କିଛି ବାଟ ଘୋଷାଡ଼ି ନେଇଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି। ଦୁର୍ଘଟଣା ବିଷୟରେ ଖବର ପାଇ ଜରପଡ଼ା ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଦୁର୍ଘଟଣା ଶିକାର ହୋଇଥିବା ୩ଜଣଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲ। ସେଠାରେ ଡାକ୍ତର ଅମିତ ଓ ବିସ୍ମୟଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଗୋପାଳଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ଛି। ମୃତ ଅମିତ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଥିବା ଜଣାପଡ଼ିଥିବାବେଳେ ଏହାକୁ ନେଇ ଅନୁଗୋଳରେ ଶୋକର ଛାୟା ଖେଳିଯାଇଛି।

Dharitri –Odisha’s No.1 Trusted Odia Daily

Share