କେନ୍ଦୁଝର,୨୭।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ପୁଟୁଳିଆ ଗ୍ରାମର ଭୁବନେଶ୍ୱର ଦାସଙ୍କ ଏକ ମହିନ୍ଦ୍ରା କାର୍ ହଠାତ୍ ଜଳି ଯାଇଛି। ନିଆଁ ଲାଗିବାର କାରଣ ଜଣାପଡି ନ ଥିବା ବେଳେ ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ସୌଭାଗ୍ୟ ବଶତଃ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ। ମଳିଥିବା ସୂଚନା ମୁତାବକ, ଅଢେଇମାସ ତଳେ ସେ ଭୁବନେଶ୍ବରରୁ ଏକ ନୂଆ କାର୍ କିଣି ଥିଲେ। କାର୍ ଜଳିଯିବା ନେଇ ଭୁବନେଶ୍ୱର ଚିନ୍ତାରେ ପଡିଛନ୍ତି।