କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ତେଲକୋଇ ଥାନା ସିରିଗିଡ଼ା ଗ୍ରାମର ମହେଶ୍ବର ନାୟକ(୩୪) ଓ ପଡ଼ୋଶୀ ଢେଙ୍କାନାଳ ଜିଲା ମହାବିରୋଡ ଥାନା ତୁରୁଡ଼ା ନାଳି ଗ୍ରାମର ଜିତୁ ନାୟକ (୨୪)।
ଅନ୍ୟପକ୍ଷରେ କାର୍‌ ଚାଳକ ଦେବଗଡ଼ କଲା ଗ୍ରାମର ଶୁଭାଶିଷ ଦଳ ବେହେରା ଆହତ ହୋଇଛନ୍ତି।
ଖବର ପାଇ ତେଲକୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନାନୁଯାୟୀ, କଲା ଗ୍ରାମର ଶିବାଶିଷ (ଓଡି ୧୪ଇ ୬୮୬୮) ନମ୍ବର ବିଶିଷ୍ଟ କାର୍‌ ଯୋଗେ ତେଲକୋଇ ଅଭିମୁଖେ ଆସୁଥିବା ବେଳେ (ଓଡି ୧୯ଆର ୫୫୮୯) ମୋଟର ସାଇକେଲ ଯୋଗେ ମହେଶ୍ୱର ଓ ଜିତୁ ତେଲକୋଇ ପଟୁ ଜଗମୋହନପୁର୍‌ ଗ୍ରାମ ଆଡ଼କୁ ଯାଉଥିଲେ। ମଧ୍ୟାହ୍ନରେ ଗୋଲାବନ୍ଧ ଛକ ନିକଟରେ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ବାଇକ୍‌ଆରୋହୀ ଦ୍ବୟ ଗୁରୁତର ହୋଇଥିଲେ। ସେତେବେଳେ ସେମାନେ କଥା ବାର୍ତ୍ତା ହେଉଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିଲେ। ତେବେ ସେଠାରେ ଉଭୟଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏନେଇ ତେଲକୋଇ ଥାନାଧିକାରୀ କହିଛନ୍ତି, ଦୁଇ ବାଇକ୍‌ଆରୋହୀଙ୍କ ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚାଲିଛି।

Dharitri – Odisha’s No.1 Odia Daily

Share