ଖୋ ଖୋ ଖେଳିବାକୁ ଯାଇ କାର୍‌ ଦୁର୍ଘଟଣା: ଜଣେ ମୃତ, ୫ ଗୁରୁତର

ଝାରସୁଗୁଡ଼ା,୧୦ା୮(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସୁନାରୀମୁଣ୍ଡା ଛକରେ ଥିବା ହୋଟେଲ ଉତ୍କଳ କଣ୍ଟିନେଣ୍ଟାଲର ସମ୍ମୁଖରେ ଥିବା ଡିଭାଇଡରରେ କାର୍‌ ଧକ୍କା ହେବାରୁ ରବିବାର ପୂର୍ବାହ୍ନରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଥିବାରୁ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ଅନୁସାରେ ଝାରସୁଗୁଡ଼ାର ଏକ ପ୍ରାଇଭେଟ୍‌ ସ୍କୁଲର ଛାତ୍ରମାନେ ବାଲେଶ୍ୱର ଖୋ ଖୋ ଖେଳିବାକୁ ଯାଇ ଆସିଥିବାରୁ ତାଙ୍କୁ ରେଲଓ୍ବେ ଷ୍ଟେଶନରେ ସ୍ବାଗତ କରାଯାଇଥିଲା। ସେମାନେ ଖୁସିରେ ଏକ ମାରୁତି ସ୍ବିଫ୍ଟ କାର୍‌ ଓଡି -୨୩ ଏମ୍‌ ୯୫୧୬ରେ କ୍ରିଷ୍ଣା ଯାଦବ, ଉମିତ ଓରାମ, ମେଘନାଦ ଓରାମ ଓ ତାଙ୍କ ୩ ଜଣ ସାଙ୍ଗଙ୍କୁ ନେଇ ବୁଲି ଯାଇ ସୁନାରୀମୁଣ୍ଡାରୁ ଝାରସୁଗୁଡା ସହର ପଟକୁ ଆସୁଥିବା ବେଳେ ହୋଟେଲ ଉତ୍କଳ କଣ୍ଟିନେଟାଲ ପାଖରେ ଥିବା ଏକ ଡିଭାଇଡରରେ ଯାଇ କାର୍‌ଟି ବହୁତ ଜୋରରେ ପିଟି ହୋଇଥିଲା। ଫଳରେ କାର୍‌ ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଓ ଟାଉନ ଥାନା ପୋଲିସ ସହାୟତାରେ କାର୍‌ରେ ଥିବା ୬ ଜଣଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର କ୍ରିଷ୍ଣା ଯାଦବ(୧୫)ଙ୍କୁ ମୃତ ଘୋଷଣା କରିଥିବା ବେଳେ ବାକି ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ସ୍ଥାନାନ୍ତର କରିଛନ୍ତି।

ସୂଚନାନୁସାରେ ମୃତ କ୍ରିଷ୍ଣା, ଆହତ ଉମିତ ଓ ମେଘନାଦ ବଡ଼ମାଳ ଅଞ୍ଚଳର ନୂଆ କ୍ୟାମ୍ପର ବୋଲି ଜଣା ପଡ଼ିଥିବା ବେଳେ ବାକି ୩ ଜଣଙ୍କ ପରିଚୟ ମିଳି ପାରିନାହିଁ। ଏ ନେଇ ଝାରସୁଗୁଡ଼ା ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

ତେଲଙ୍ଗାନାରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଲାଠୋର,୨୦ା୧(ଭୁବନେଶ୍ୱର ବାରିକ)- ତେଲଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ତୁରେକେଲା ଥାନା ଭାଲୁକୁନା ଗ୍ରାମର...

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri