ରେକର୍ଡ ସ୍ତରରେ ପୁଞ୍ଜିବଜାର

ନୂଆଦିଲ୍ଲୀ: ଲଗାତର ୭ ସେସନ ଧରି ଭାରତୀୟ ପୁଞ୍ଜିବଜାରରେ କାରବାର ଊର୍ଦ୍ଧ୍ୱଗାମୀ ରହିଛି। ମଙ୍ଗଳବାର ଶେୟାର କାରବାର ଉନ୍ନତ ରହିବା ଯୋଗୁ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନୂଆ ରେକର୍ଡ ସ୍ତର ଛୁଇଁଛି। କରୋନା ଭାଇରସ୍‌କୁ ପ୍ରତିହତ କରିବା ଲାଗି ଭାକ୍‌ସିନ ସଫଳ ହେଉଥିବା ଖବର ନିବେଶକଙ୍କୁ ଉତ୍ସାହିତ କରିଛି। ବିଶ୍ୱ ବଜାରର ଆର୍ଥତ୍କ ଅଭିବୃଦ୍ଧି ଶୀଘ୍ର ଟ୍ରାକ୍‌କୁ ଫେରିବା ନେଇ ଆଶାରେ ଶେୟାର ବଜାର କାରବାର ଉନ୍ନତ ରହିଥିବା ଜଣାପଡିଛି। ମଙ୍ଗଳବାର ମଧ୍ୟରେ ବମ୍ବେ ଷ୍ଟକ୍‌ ବଜାରର ସେନ୍‌ସେକ୍ସ ୪୩,୩୧୬ ପଏଣ୍ଟ ସ୍ତର ଛୁଇଁଥିଲା। କାରବାର ଶେଷ ବେଳକୁ ଏହା ୬୮୦ ପଏଣ୍ଟ ବା ୧.୬୦% ଉଚ୍ଚରେ ରହି ୪୩,୨୭୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୬୫ ପଏଣ୍ଟ(୧.୩୨%) ଉଚ୍ଚରେ ରହି ୧୨,୬୩୧ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି।
ବଜାଜ ଫାଇନାନ୍ସ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଏଲ୍‌ ଆଣ୍ଡ ଟି, ବଜାଜ ଫିନ୍‌ସର୍ଭ, ଏସ୍‌ବିଆଇ ଏବଂ ଏଚ୍‌ଡିଏଫ୍‌ସିର ଶେୟାର ପ୍ରାୟ ୮.୯୪% ବଢିଛି। ସେହିଭଳି ଟେକ୍‌ ମହିନ୍ଦ୍ରା, ଏଚ୍‌ସିଏଲ୍‌ ଟେକ୍‌, ଇନ୍‌ଫୋସିସ୍‌, ନେସ୍‌ଲେ ଇଣ୍ଡିଆ, ସନ୍‌ଫାର୍ମା ଏବଂ ଟିସିଏସ୍‌ ଭଳି କମ୍ପାନୀର ଶେୟାର କାରବାର ୫.୭୩% ଖସିଛି। ଏହାବାଦ ହଂକଂ, ସିଓଲ,ଟୋକିଓ ଭଳି ଶେୟାର ବଜାର କାରବାର ଉନ୍ନତ ସ୍ଥିତିରେ ଥିବା ବେଳେ ସାଂଘାଇ ଶେୟାର ବଜାର କାରବାର ଖସିଛି। ଏହି ସମୟରେ ୟୁରୋପ ଶେୟାର ବଜାରଗୁଡିକର କାରବାର ଊର୍ଦ୍ଧ୍ୱଗାମୀ ରହିଛି। କୋଭିଡ୍‌-୧୯ ଭାକସିନର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ସମ୍ପର୍କରେ ବାୟୋଏନ୍‌ଟେକ୍‌ ଏବଂ ଫାଇଜର ପକ୍ଷରୁ ଘୋଷଣା କରାଯାଇଥିବାରୁ ଏହାର ପ୍ରଭାବ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି ବୋଲି ରିଲାଏନ୍ସ ସିକ୍ୟୁରିଟିଜର ଇନ୍‌ଷ୍ଟିଚ୍ୟୁଶନାଲ ବିଜ୍‌ନେସ ମୁଖ୍ୟ ଅର୍ଜୁନ ୟସ ମହାଜନ ସୂଚନା ଦେଇଛନ୍ତି। ସେହିଭଳି ଟଙ୍କା କଥା ବିଚାରକୁ ନେଲେ ଡଲାର ତୁଳନାରେ ଏହାର ମୂଲ୍ୟ ୩ ପଇସା ନିମ୍ନରେ ରହି ୭୪.୧୮ ସ୍ତରରେ ରହିଛି। ଉଭୟ ଅଶୋଧିତ ତୈଳ ଏବଂ ଡଲାର ମୂଲ୍ୟ ଶକ୍ତିଶାଳୀ ହୋଇଛି। ଘରୋଇ ପୁଞ୍ଜିବଜାରରେ ବିଦେଶୀ ନିବେଶକମାନେ ନେଟ୍‌ ଭିତ୍ତିରେ ୪୫୪୮ କୋଟି ଟଙ୍କାର ଶେୟାର କିଣିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୧.୪୨% ଉଚ୍ଚରେ ରହିବା ଯୋଗୁ ବ୍ୟାରେଲ ପିଛା ଏହାର ଦର ୪୩ ଡଲାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri