ରେକର୍ଡ ସ୍ତରରେ ପୁଞ୍ଜିବଜାର

ନୂଆଦିଲ୍ଲୀ: ଲଗାତର ୭ ସେସନ ଧରି ଭାରତୀୟ ପୁଞ୍ଜିବଜାରରେ କାରବାର ଊର୍ଦ୍ଧ୍ୱଗାମୀ ରହିଛି। ମଙ୍ଗଳବାର ଶେୟାର କାରବାର ଉନ୍ନତ ରହିବା ଯୋଗୁ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନୂଆ ରେକର୍ଡ ସ୍ତର ଛୁଇଁଛି। କରୋନା ଭାଇରସ୍‌କୁ ପ୍ରତିହତ କରିବା ଲାଗି ଭାକ୍‌ସିନ ସଫଳ ହେଉଥିବା ଖବର ନିବେଶକଙ୍କୁ ଉତ୍ସାହିତ କରିଛି। ବିଶ୍ୱ ବଜାରର ଆର୍ଥତ୍କ ଅଭିବୃଦ୍ଧି ଶୀଘ୍ର ଟ୍ରାକ୍‌କୁ ଫେରିବା ନେଇ ଆଶାରେ ଶେୟାର ବଜାର କାରବାର ଉନ୍ନତ ରହିଥିବା ଜଣାପଡିଛି। ମଙ୍ଗଳବାର ମଧ୍ୟରେ ବମ୍ବେ ଷ୍ଟକ୍‌ ବଜାରର ସେନ୍‌ସେକ୍ସ ୪୩,୩୧୬ ପଏଣ୍ଟ ସ୍ତର ଛୁଇଁଥିଲା। କାରବାର ଶେଷ ବେଳକୁ ଏହା ୬୮୦ ପଏଣ୍ଟ ବା ୧.୬୦% ଉଚ୍ଚରେ ରହି ୪୩,୨୭୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୬୫ ପଏଣ୍ଟ(୧.୩୨%) ଉଚ୍ଚରେ ରହି ୧୨,୬୩୧ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି।
ବଜାଜ ଫାଇନାନ୍ସ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଏଲ୍‌ ଆଣ୍ଡ ଟି, ବଜାଜ ଫିନ୍‌ସର୍ଭ, ଏସ୍‌ବିଆଇ ଏବଂ ଏଚ୍‌ଡିଏଫ୍‌ସିର ଶେୟାର ପ୍ରାୟ ୮.୯୪% ବଢିଛି। ସେହିଭଳି ଟେକ୍‌ ମହିନ୍ଦ୍ରା, ଏଚ୍‌ସିଏଲ୍‌ ଟେକ୍‌, ଇନ୍‌ଫୋସିସ୍‌, ନେସ୍‌ଲେ ଇଣ୍ଡିଆ, ସନ୍‌ଫାର୍ମା ଏବଂ ଟିସିଏସ୍‌ ଭଳି କମ୍ପାନୀର ଶେୟାର କାରବାର ୫.୭୩% ଖସିଛି। ଏହାବାଦ ହଂକଂ, ସିଓଲ,ଟୋକିଓ ଭଳି ଶେୟାର ବଜାର କାରବାର ଉନ୍ନତ ସ୍ଥିତିରେ ଥିବା ବେଳେ ସାଂଘାଇ ଶେୟାର ବଜାର କାରବାର ଖସିଛି। ଏହି ସମୟରେ ୟୁରୋପ ଶେୟାର ବଜାରଗୁଡିକର କାରବାର ଊର୍ଦ୍ଧ୍ୱଗାମୀ ରହିଛି। କୋଭିଡ୍‌-୧୯ ଭାକସିନର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ସମ୍ପର୍କରେ ବାୟୋଏନ୍‌ଟେକ୍‌ ଏବଂ ଫାଇଜର ପକ୍ଷରୁ ଘୋଷଣା କରାଯାଇଥିବାରୁ ଏହାର ପ୍ରଭାବ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି ବୋଲି ରିଲାଏନ୍ସ ସିକ୍ୟୁରିଟିଜର ଇନ୍‌ଷ୍ଟିଚ୍ୟୁଶନାଲ ବିଜ୍‌ନେସ ମୁଖ୍ୟ ଅର୍ଜୁନ ୟସ ମହାଜନ ସୂଚନା ଦେଇଛନ୍ତି। ସେହିଭଳି ଟଙ୍କା କଥା ବିଚାରକୁ ନେଲେ ଡଲାର ତୁଳନାରେ ଏହାର ମୂଲ୍ୟ ୩ ପଇସା ନିମ୍ନରେ ରହି ୭୪.୧୮ ସ୍ତରରେ ରହିଛି। ଉଭୟ ଅଶୋଧିତ ତୈଳ ଏବଂ ଡଲାର ମୂଲ୍ୟ ଶକ୍ତିଶାଳୀ ହୋଇଛି। ଘରୋଇ ପୁଞ୍ଜିବଜାରରେ ବିଦେଶୀ ନିବେଶକମାନେ ନେଟ୍‌ ଭିତ୍ତିରେ ୪୫୪୮ କୋଟି ଟଙ୍କାର ଶେୟାର କିଣିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୧.୪୨% ଉଚ୍ଚରେ ରହିବା ଯୋଗୁ ବ୍ୟାରେଲ ପିଛା ଏହାର ଦର ୪୩ ଡଲାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri