ନୂଆ ରେକର୍ଡ ସ୍ତରରେ ପୁଞ୍ଜିବଜାର

ନୂଆଦିଲ୍ଲୀ: ବୁଧବାର ଦେଶର ପୁଞ୍ଜିବଜାର କାରବାର ନୂଆ ରେକର୍ଡ ସ୍ତର ଛୁଇଁଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ରେକର୍ଡ ଉଚ୍ଚ ସ୍ତରରେ ବନ୍ଦ ହୋଇଛି। ଏହି ସମୟରେ ଅଟୋମୋବାଇଲ, ବ୍ୟାଙ୍କ ଏବଂ ରିୟଲିଟି ଷ୍ଟକ୍‌ଗୁଡିକ ଭଲ କାରବାର ହାସଲ କରିଥିବା ଜଣାପଡିଛି। ଦିନ ମଧ୍ୟରେ ସେନ୍‌ସେକ୍ସ ୪୪,୨୧୫ ପଏଣ୍ଟ ସ୍ତର ଛୁଇଁଥିଲା। କାରବାର ଶେଷ ବେଳକୁ ଏହା ୨୨୭ ପଏଣ୍ଟ ବା ୦.୫୨% ଉଚ୍ଚରେ ରହି ୪୪,୧୮୦ ପଏଣ୍ଟ ସ୍ତରରେ ରହିଛି। ୩୦ ଶେୟାର ବିଶିଷ୍ଟ ବିଏସ୍‌ଇ ସୂଚକାଙ୍କ ପ୍ରଥମ ଥର ଲାଗି ୪୪ ହଜାର ପଏଣ୍ଟରୁ ଊର୍ଦ୍ଧ୍ୱରେ ରହି ବନ୍ଦ ହୋଇଛି। ସେହିଭଳି ଏନ୍‌ଏସ୍‌ଇର ନିଫ୍ଟି ମଧ୍ୟ ୬୪ ପଏଣ୍ଟ ବା ୦.୫୦% ଉଚ୍ଚରେ ରହି ୧୨,୯୩୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି।
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର କାରବାର ସବୁଠାରୁ ଉନ୍ନତ ରହିବା ସହ ୧୦.୮୨% ବଢିଛି। ସେହିଭଳି ବଜାଜ ଫିନ୍‌ସର୍ଭ, ଏଲ୍‌ ଆଣ୍ଡ ଟି, ଇଣ୍ଡସ ଇଣ୍ଡ ବ୍ୟାଙ୍କ, ଏସ୍‌ବିଆଇ, ବଜାଜ ଫିନ୍‌ସର୍ଭ ଭଳି କମ୍ପାନୀର ଶେୟାର କାରବାର ବେଶ୍‌ ଉନ୍ନତ ରହିଛି। ଶେୟାର କାରବାର କ୍ଷତି ସହିଥିବା କମ୍ପାନୀ ମଧ୍ୟରେ ହିନ୍ଦୁସ୍ଥାନ ୟୁନିଲିଭର, ଟାଇଟନ, ଟିସିଏସ୍‌, ଆଇଟିସି, ଭାରତୀ ଏୟାରଟେଲ ରହିଛି। ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମ ନିଫ୍ଟିରେ ଅଟୋ, ପିଏସ୍‌ୟୁ ବ୍ୟାଙ୍କ, ରିୟଲିଟି, ବ୍ୟାଙ୍କ ଏବଂ ପ୍ରାଇଭେଟ ବ୍ୟାଙ୍କ ଶେୟାର କାରବାର ୩.୫୭% ବଢିଛି।
ଭାକ୍‌ସିନ ଆଶାରେ ଶେୟାର ବଜାରରେ କାରବାର ଉନ୍ନତ ସ୍ଥିତିରେ ରହିଛି। ବିଦେଶୀ ନିବେଶକଙ୍କର ଭାରତୀୟ ଶେୟାର ବଜାରରେ ଆଶା ବଢିବାରୁ ସେମାନେ ନିବେଶ ଲାଗି ଆଗେଇ ଆସିଛନ୍ତି ବୋଲି ମୋତିଲାଲ ଓସ୍‌ଓ୍ବାଲ ସିକ୍ୟୁରିଟିଜର ରିସର୍ଚ୍ଚ ମୁଖ୍ୟ ସିଦ୍ଧାର୍ଥ ମାଲହୋତ୍ରା ସୂଚନା ଦେଇଛନ୍ତି। ବଜାରରେ ଏହି ଧାରା ଆଗାମୀ ଦିନରେ ରହିବ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ବୁଧବାର ବିଦେଶୀ ନିବେଶକମାନେ ୪୯୦୫.୩୫ କୋଟି ଟଙ୍କା ନିବେଶ କରିଥିବା ସୂଚନା ରହିଛି।

୫୦ ହଜାର ସ୍ତର ଛୁଇଁବ ସେନ୍‌ସେକ୍ସ
ଗତ ୮ ମାସରେ ସେନ୍‌ସେକ୍ସରେ ପ୍ରାୟ ୭୦% ବୃଦ୍ଧି ପରିଲକ୍ଷିତ ହୋଇଛି। ମୋର୍ଗାନ ଷ୍ଟାନ୍‌ଲି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ ୨୦୨୧ ଡିସେମ୍ବର ସୁଦ୍ଧା ସେନ୍‌ସେକ୍ସ ୫୦ ହଜାର ପଏଣ୍ଟ ସ୍ତର ଟପିବ। ଶେୟାର ବଜାରରେ ନିବେଶ ଉପରେ ନିବେଶକ ଲାଭବାନ୍‌ ହେବା ବିଶେଷ ସମ୍ଭାବନା ରହିଛି। ସେହିଭଳି ନୋମୁରା ଫାଇନାନ୍ସିଆଲ ଆଡଭାଇଜରି ଏବଂ ଗୋଲ୍ଡମ୍ୟାନ ସ୍ୟାଚ୍‌ ପକ୍ଷରୁ କୁହାଯାଇଛି, ଭାରତୀୟ ଶେୟାର ବଜାରରେ ବୁଲିସ ଟ୍ରେଡିଂ ଦେଖିବାକୁ ମିଳିବ। ୨୦୨୧ ଡିସେମ୍ବର ବେଳକୁ ନିଫ୍ଟି ୧୪ ହଜାର ପଏଣ୍ଟ ସ୍ତର ଟପିପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri