କ୍ଷମତା ମିଳୁଛି, ବେକାରି ବଢୁଛି

ଯାଜପୁର ଅଫିସ,୨୪ା୮ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ କ୍ରମଶଃ ବେକାରୀ ସମସ୍ୟା ଗ୍ରାସ କରିବାରେ ଲାଗିଛି ା ଶିଳ୍ପ କମ୍ପାନୀ ଅନୁପାତରେ ନିଯୁକ୍ତି ମିଳୁ ନାହିଁ ା ଶିଳ୍ପ ଓ ଖଣିଦ୍ୱାରା ଜିଲାର ବେକାରୀ ସମସ୍ୟାର ଦୂରୀକରଣ ହୋଇ ପାରିବ ବୋଲି ସରକାର କହୁଥିବାବେଳେ ବାସ୍ତବତା ଠାରୁ ଏହା ବହୁ ଦୂରରେ ବୋଲି ମତପ୍ରକାଶ ପାଇଛି।
ଜିଲା କର୍ମ ନିୟୋଜନ ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ୨୦୨୧ରୁ ୨୦୨୩ ଏପ୍ରିଲ ପର୍ଯ୍ୟନ୍ତ ସମୁଦାୟ ୧୮,୫୫୩ ଜଣ ପଞ୍ଜିକୃତ କରିଛନ୍ତି। ଏହାକୁ ମିଶାଇ ଜିଲାରେ ପ୍ରାୟ ୭୦ ହଜାର ବେକାରୀ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି ା ତଥ୍ୟ ଅନୁସାରେ ୨୦୨୩ ଏପ୍ରିଲ ସୁଦ୍ଧା ଜିଲାରେ ୯୬୦୯, ୨୦୨୨ରେ ୪୫୮୭ ଓ ୨୦୨୧ରେ ୪୩୫୭ ଜଣ ନିଜ ନାମ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୬୧ ଜଣଙ୍କ ନାମ ବିଭିନ୍ନ ନିଯୁକ୍ତି ମେଳାରେ ସ୍ଥାନ ପାଇଥିଲା। ତେବେ କଳିଙ୍ଗନଗରର ବଡ଼ ବଡ଼ ଶିଳ୍ପ କମ୍ପାନୀମାନେ କର୍ମନିୟୋଜନ ସଂସ୍ଥା ଜରିଆରେ ନିଯୁକ୍ତି ଦେଉ ନ ଥିବା ଜଣାପଡିଛି। ତେବେ କେତକକ ଶିଳ୍ପ ସଂସ୍ଥା ସରକାରୀ ପଲିଟେକ୍ନିକ କଲେଜରୁ କ୍ୟାମ୍ପସ ଜରିଆରେ ବିଭିନ୍ନ ବୈଷୟିକ ଡିଗ୍ରୀଧାରୀ ଛାତ୍ରୀଛାତ୍ରଙ୍କୁ ଚୟନ କରି ନିଯୁକ୍ତି ଦେଉଥିବା ସୂଚନା ମିଳିଛି। ଅନ୍ୟ କେତେକ ବଡ଼ବଡ଼ ଶିଳ୍ପ କମ୍ପାନୀ କ୍ୟାମ୍ପସ ପାଇଁ ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି। ଜିଲାର ଶିକ୍ଷିତ ଯୁବତୀଯୁବକ ବିଭିନ୍ନ ବୈଷୟିକ ଶିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ବି ଶିଳ୍ପ କମ୍ପାନୀମାନେ କେବଳ ଅଭିଜ୍ଞତା ଥିବା ଆଳ ଦେଖାଇ ବାହାର ରାଜ୍ୟରୁ ଅଧିକ ନିଯୁକ୍ତି ଦେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକପ୍ରତିନିଧି ଓ ଶ୍ରମିକ ନେତା ଏହାର ପ୍ରତିବାଦ କରି ପାରୁ ନ ଥିବାରୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନୋବଳ ଆହୁରି ବଢିବାରେ ଲାଗିଛି ା ଜିଲାର ଲୋକ ପ୍ରତିନିଧିଙ୍କୁ ଗ୍ରାମ୍ୟ ଉନ୍ନୟନ, ରାଜସ୍ବ, ଶକ୍ତି, ଅର୍ଥ, ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅବକାରୀ, ମହିଳା ଓ ଶିଶୁ ବିକାଶ ବିଭାଗ, କ୍ରୀଡା, କୃଷି, ପଯର୍ର୍‌ୟଟନ ଓ ଲୋକ ସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳି ଆସିଛି ା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସମୟରେ ଜିଲାକୁ ପ୍ରଥମ ମନ୍ତ୍ରୀପଦ ମିଳିଥିଲା ା ଯାଜପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଶାନ୍ତନୁ ଦାଶଙ୍କୁ ଆଦିବାସୀ ହରିଜନ ଉନ୍ନୟନ ଏବଂ ଅବକାରୀ ମନ୍ତ୍ରୀ ଭାବେ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଥିଲା ା ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ଚିତ୍ତ ନାୟକ ବିଞ୍ଝାରପୁର ଆସନରୁ ଡେପୁଟୀ ମନ୍ତ୍ରୀ ପଦ ପାଇଥିଲେ ା ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀ କାଳରେ ଧର୍ମଶାଳା ଆସନରୁ ବାଙ୍କବିହାରୀ ଦାସଙ୍କୁ ରାଜସ୍ବ ମନ୍ତ୍ରୀ ପଦ ମିଳିଥିଲା ା ଏହାପରେ ଯାଜପୁର ଆସନରୁ ଜଗନ୍ନାଥ ମଲ୍ଲିକ କୃଷି ମନ୍ତ୍ରୀ, ସୁକିନ୍ଦା ଆସନରୁ ଶରତ ରାଉତ ପର୍ଯ୍ୟଟନ ଓ ଲୋକ ସମ୍ପର୍କ, ବଡଚଣା ଆସନରୁ ସୀତାକାନ୍ତ ମହାପାତ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଧର୍ମଶାଳା ଆସନରୁ କଳ୍ପତରୁ ଦାଶ ପଞ୍ଚାୟତିରାଜ, ବରୀ ଆସନରୁ ଦେବାଶିଷ ନାଏକ କ୍ରୀଡା, ବଡ଼ଚଣା ଆସନରୁ ଅମରପ୍ରସାଦ ଶତପଥୀ କୃଷି, ବିଞ୍ଝାରପୁର ଆସନରୁ ପ୍ରମିଳା ମଲ୍ଲିକ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ଯାଜପୁର ଆସନରୁ ପ୍ରଣବ କିଶୋର ଦାସ ଶକ୍ତିମନ୍ତ୍ରୀ ହୋଇଛନ୍ତି ା ତେବେ ପ୍ରଫୁଲ୍ଲ ଘଡାଇ ଜିଲାରୁ ୪ ଥର ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ା ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଅବକାରୀ ମନ୍ତ୍ରୀ ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସ୍ଥାପିତ କରିଥିଲେ ା ଜିଲାରେ ଏତେସବୁ କ୍ଷମତାର ଅଧିକାରୀ ହୋଇଥିଲେ ବି ଯାଜପୁର ଜିଲା ବିକାଶ କ୍ଷେତ୍ରରେ ସେତେଟା ଆଗେଇ ପାରିନାହିଁ। ନଗଡା, ତୁମୁଣି, ଗୁହିଆଶାଳୀ ଭଳି ସୁକିନ୍ଦା ବ୍ଲକର ଅନ୍ୟ କେତେକ ଆଭ୍ୟନ୍ତରିଣ ଗ୍ରାମରେ ଏବେ ବି ବିକାଶର ଆଲୁଅ ପହଞ୍ଚି ପାରି ନ ଥିବା ଚର୍ଚ୍ଚା ହେଉଛି। ଜିଲାରେ ସ୍ବାସ୍ଥ୍ୟ ଓ ଶିକ୍ଷା ସମସ୍ୟା ଏକ ମୁଖ୍ୟ ପ୍ରସଙ୍ଗ ହୋଇ ରହିଥିବାବେଳେ ବର୍ଷା ମାସରେ ପ୍ରମୁଖ ନଦୀନାଳ ଜିଲାବାସୀଙ୍କ ପାଇଁ ଦୁଃଖ ସାଜିଛି ା ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଏବଂ ଠିକାଦାରୀ ରାଜନୀତି ଜିଲାର ଅଗ୍ରଗତିରେ ଅନ୍ତରାୟ ସୃଷ୍ଟି କରିଛି ବୋଲି ମତପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri