Posted inଫୁରସତ

Viral Video: ଫୋନରେ କଥା ହେଉଥିଲେ ବ୍ୟକ୍ତି, ପଛପଟୁ ଆକ୍ରମଣ କଲା ସାପ, ଆଉ ତା’ପରେ…

ସାପ ଏପରି ଏକ ପ୍ରାଣୀ ଯାହା କେବଳ ଦେଖିବାକୁ ବିପଦପୂର୍ଣ୍ଣ ନୁହେଁ ବରଂ ଘାତକ ମଧ୍ୟ। ଯଦି ଏହା ବିଷାକ୍ତ ତେବେ ତାହେଲେ ବଞ୍ଚିବା ମୁସ୍କିଲ । ଏପରି ପରିସ୍ଥିତିରେ, ସାପ କାମୁଡ଼ା ବ୍ୟତୀତ, ଲୋକମାନେ ପ୍ରାୟତଃ ନିଜ ଅସାବଧାନତା ଯୋଗୁ ଜୀବନ ହରାଉଛନ୍ତି। କିନ୍ତୁ କୁହାଯାଏ ଯେ ଯଦି ଆପଣଙ୍କ ଭାଗ୍ୟ ଭଲ ଥାଏ ତେବେ ମୃତ୍ୟୁ ନିଜେ ନିଜ ପଥ ବଦଳାଇଥାଏ। ଭାଇରାଲ ଭିଡିଓରେ ଥିବା ଜଣେ ବ୍ୟକ୍ତିଙ୍କ ସହିତ ମଧ୍ୟ ସମାନ କିଛି ଘଟିଛି। ଯେଉଁଠାରେ ଜଣେ ବ୍ୟକ୍ତିଙ୍କୁ ସାପ ଆକ୍ରମଣ କରିଥିଲା କିନ୍ତୁ ତାଙ୍କ ଜୀବନ ଏପରି ଭାବରେ ବଞ୍ଚିଗଲା ଯେ ଆପଣ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ଜଙ୍ଗଲରେ ଏକ କୁଡ଼ିଆରେ ସମୟ ବିତାଉଥିବା ବ୍ୟକ୍ତି ଜଣଙ୍କ ଉପରେ ସାପ ଆକ୍ରମଣ କରିଛି। ଏହି ଭିଡିଓଟି ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି ।

ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଏକ ଜଙ୍ଗଲରେ ଏକ କୁଡ଼ିଆ ପରି ଦେଖାଯାଉଥିବା ରେଷ୍ଟୁରାଣ୍ଟରେ ବସିଛନ୍ତି। ହେଲେ କୋଠରୀଟି ସବୁ ପାର୍ଶ୍ୱରୁ ଖୋଲା, ଏହାର କାନ୍ଥରେ ଏକ ମାରାତ୍ମକ ସାପ ବସିଛି। ସେଠାରେ ଏହି ବ୍ୟକ୍ତି ଜଣଙ୍କ ଟୋପି ଏବଂ ଚଷମା ପିନ୍ଧି ଫୋନରେ କଥା ହୋଇ ପ୍ରକୃତିର ଉପଭୋଗ କରୁଛନ୍ତି। କିନ୍ତୁ ହୁଏତ ବ୍ୟକ୍ତି ଜାଣିନାହାଁନ୍ତି ଯେ ପ୍ରକୃତିର ଆଉ ଏକ ଦିଗ ମଧ୍ୟ ଅଛି, ଯାହା ବହୁତ ବିପଦପୂର୍ଣ୍ଣ। ଏହି ବ୍ୟକ୍ତି ଜଣକ ଫୋନରେ କଥା ହେଉଥିବା ସମୟରେ ପଛରୁ ଏକ ସାପ ତାଙ୍କୁ ଆକ୍ରମଣ କରୁଛି। ଏଥିରେ ସବୁଠାରୁ ଭୟଙ୍କର କଥା ହେଉଛି ଯେ ସାପଟି ବ୍ୟକ୍ତିଙ୍କ ମୁଣ୍ଡକୁ ଆକ୍ରମଣ କରିଛି, ଆଉ ବ୍ୟକ୍ତି ଜଣଙ୍କ ତାଙ୍କ କ୍ୟାପ୍‌ ପାଇଁ ବଞ୍ଚିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଯଦି ମୁଁ ବିବାହ କରିବି ମୋ’ ବାନ୍ଧବୀଙ୍କୁ, ୨ ଯୁବତୀ ଏମିତି ଜିଦ୍‌ ଧରିବାରୁ ପରିବାର ଲୋକେ…

ଲକ୍ଷ୍ନୌ,୩ା୬: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଦିନ ହେବ ଖତୌଲି ପୋଲିସ ଷ୍ଟେଶନରେ ଦୁଇ ଯୁବତୀଙ୍କ ସହିତ ଜଡ଼ିତ…

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri