କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

ଖୋର୍ଦ୍ଧା,୨୧ା୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା-ଅବକାରୀ ବିଭାଗର ଚଣ୍ଡେଶ୍ବର ଛକ ନିକଟରେ ଚଢ଼ାଉ କରାଯାଇ ୧୦ କୁଇଣ୍ଟାଲ ୫୦କେଜି ଗଞ୍ଜେଇ ସହ ପିକଅପ୍‌ ଜବତ ହୋଇଥିବାବେଳେ ଜଣେ ଗିରଫ ହୋଇଛନ୍ତି। ସେ ହେଲେ ଖୋର୍ଦ୍ଧା ଗୁଡୁମ ଅଞ୍ଚଳର ପ୍ରିୟରଞ୍ଜନ ପଣ୍ଡା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ। ଗଜପତିରୁ ପୁରୀକୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସୂଚନା ଦେଇଛନ୍ତି ଅବକାରୀ ଏସ୍‌ପି ସୁମତି ତ୍ରିପାଠୀ।

Share