କନ୍ଧମାଳରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ଗଞ୍ଜେଇ, ରାସ୍ତା ମଝିରେ ଧରିଲା ପୋଲିସ

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସ୍‌ଆଇ ଏଲ୍‌. ବିଶ୍ୱାଳଙ୍କ ନେତୃତ୍ୱରେ
ନିଧିଆପଲ୍ଲୀ ଛକରେ ଯାନବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ପୋଲିସ ଏକ ବିଶ୍ୱସ୍ତ ସୂଚନା ପାଇ ଦୁଇ ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖି କଡ଼ାକଡ଼ି ଭାବେ ଯାଞ୍ଚ କରିଥିଲା। ଏହା ପରେ ଧରାପଡ଼ିଥିଲା ଗଞ୍ଜେଇର ଚେର। ସେମାନଙ୍କଠାରୁ ୨୯ କେଜି ଗଞ୍ଜେଇ ଜବତ ହୋଇଥିଲା। ଏଥିସହ ୧୩୫୦ ଟଙ୍କା ଓ ଗଞ୍ଜେଇ ଚାଲାଣ ହେଉଥିବା ବାଇକ୍‌କୁ ମଧ୍ୟ ପୋଲିସ ଜବତ କରିଥିଲା। ଗିରଫ ଅଭିଯୁକ୍ତମାନଙ୍କୁ ବୁଧବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଦୁଇଜଣ ହେଲେ କନ୍ଧମାଳ ଜିଲା ସାଲଗୁଡ଼ା ଗ୍ରାମର ନରେଶ କହଁର ଓ ଗଞ୍ଜାମ ଜିଲା ତାରାସିଂ ଗ୍ରାମର ଭିକାରୀ ଦଳବେହେରା। ସେମାନେ କନ୍ଧମାଳରୁ ଭୁବନେଶ୍ୱରକୁ ବାଇକ୍‌ ଯୋଗେ ଗଞ୍ଜେଇ ପରିବହନ କରୁଥିବା ବେଳେ ଖାରିଗୁଡ଼ା ନିକଟରେ ପୋଲିସ ସେମାନଙ୍କୁ ଧରିଥିଲା। ଏସ୍‌ଆଇ ଏଲ. ବିଶ୍ୱାଳଙ୍କ ରିପୋର୍ଟ ଆଧାରରେ ଭଞ୍ଜନଗର ଥାନାରେ ୧୨୩/୨୬ ରେ ଏକ ମାମଲା ରୁଜୁ ହୋଇଛି। ଅତିରିକ୍ତ ତହସିଲଦାର ଅବିନାଶ ମହାର ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ।

ସୂଚନାଯୋଗ୍ୟ, ଅଧିକାଂଶ ସମୟରେ କନ୍ଧମାଳ ଜିଲାରୁ ଭାୟା ଭଞ୍ଜନଗର ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଛି। ଭଞ୍ଜନଗର ପୋଲିସ ଅଭିଯୁକ୍ତମାନଙ୍କ ଉପରେ କଡ଼ା ନଜର ରଖୁଥିବାରୁ ବାରମ୍ବାର ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହେଉଛି।

Dharitri –Odisha’s No.1 Trusted Odia Daily

Share