ବୌଦ୍ଧରୁ ଆସୁଥିଲା ଚାଉଳ ଗାଡ଼ି , ଚଢାଉ ବେଳେ ଜଣାପଡିଲା…

ବଲାଙ୍ଗୀର, ୨୫।୮ ( ସୁନିଲ ମହାନ୍ତି): ବଲାଙ୍ଗୀରରେ ପୁଣି ଧରାପଡ଼ିଛି ଗଞ୍ଜେଇ । ଏକ ଚାଉଳ ବୋଝେଇ ମିନି ଟ୍ରକ -ତୁଷୁରା-ଗୁଡ଼ଭେଲା ରାସ୍ତା ଦେଇ ଯାଉଥିବା ବେଳେ ତୁଷୁରା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ତେନ୍ତୁଳିଖୁଣ୍ଟି କଲେଜ ନିକଟରେ ଟ୍ରକ ଡ୍ରାଇଭର ଚାଉଳ ବୋଝେଇ ଟ୍ରକକୁ ଛାଡ଼ି ଫେରାର ହୋଇଯାଇଥିଲା। ଚାଉଳ ଟ୍ରକଟିକୁ ପୋଲିସ ଚଢ଼ାଉ କରି ଜବତ କରିବା ପରେ ଟ୍ରକରେ ଗଞ୍ଜେଇ ଭର୍ତ୍ତି ଥିବା ଦେଖିବାକୁ ପାଇଥିଲା। ଟ୍ରକରେ ୨୦୦ ବସ୍ତା ଚାଉଳ ଯାଉଥିବା ବେଳେ ଚାଉଳ ବୋଝେଇ ଟ୍ରକରୁ ୧୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଟ୍ରକଟି କନ୍ଧମାଳ -ବୌଦ୍ଧ ପଟରୁ ଆସୁଥିଲା। ଗଞ୍ଜେଇ ଭର୍ତ୍ତି ଟ୍ରକଟି ତୁଷୁରା ଦେଇ ଯାଉଥିବା ବେଳେ ଧରାପଡିଥିଲା । ଟ୍ରକଟି କାହାର ଓ ଚାଉଳ ଗାଡିରେ ଗଞ୍ଜେଇ ଧରି କୁଆଡେ ଯାଉଥିଲା ଛତିଶଗଡ଼ , କଳାହାଣ୍ଡି ନା ଅନ୍ୟ କୁଆଡ଼େ ଯାଉଥିଲା ପୋଲିସ ତଦନ୍ତ କରୁଥିବା ଏସଡିପିଓ ସରୋଜ ଉପାଧ୍ୟାୟ କହିଛନ୍ତି l