ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ଶହୀଦଙ୍କ ସ୍ମୃତିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭଞ୍ଜନଗର ଶାଖା ପକ୍ଷରୁ ସହରରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା। ଏଥିସହ ଆତଙ୍କବାଦୀଙ୍କ ଏହିଭଳି ଆକ୍ରମଣକୁ ସମସ୍ତେ ନିନ୍ଦା କରିଛନ୍ତି। ଏହି ସମୟରେ ବିଶ୍ୱ ହିନ୍ଦୁ ପରିଷଦ ନେତା ମୁରଲୀ ପଣ୍ଡା, ସନ୍ତୋଷ ପାଳ, ମାନସ ଜେନା, ବଟ କୃଷ୍ଣ ପଣ୍ଡା, ଏବିଭିପି ଘୁମୁସର ଜିଲା ପ୍ରମୁଖ ଦେବାଶିଷ ସାହୁ , ଅରକ୍ଷିତ ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ।


