ଦିଗପହଣ୍ଡି,୩୦ା୫(ଡି.ଏନ୍.ଏ.): ଦିଗପହଣ୍ଡିରେ ପ୍ରାଥମିକ ସେବା ସମବାୟ ସମିତି ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ସୋମବାର ୧୫ ନିର୍ଦ୍ଦେଶକ ପଦବୀ ପାଇଁ ନାମାଙ୍କନ ଦାଖଲ ଲାଗି ପ୍ରଶାସନିକ ସ୍ତରରେ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳୀୟ ସଙ୍କେତରେ ନିର୍ବାଚନ ହେଉ ନ ଥିଲେ ମଧ୍ୟ ରାଜନୈତିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ସମବାୟ ସମିତି ପରିଚାଳନା ପରିଷଦର ସଦସ୍ୟା ସଦସ୍ୟ (ନିର୍ଦ୍ଦେଶକ) ପଦବୀ ହାସଲ ନିମନ୍ତେ ଦିଗପହଣ୍ଡିରେ କଂଗ୍ରେସ, ବିଜେଡ଼ି କମ୍ୟୁନିଷ୍ଟ ସମେତ ଭାଜପା ରଣନୀତି ପ୍ରସ୍ତୁତ କରିଛି। ସ୍ଥିତି ଜାହିର କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ମଧ୍ୟରେ ଛକାପଞ୍ଝା ଆରମ୍ଭ କରିଛନ୍ତି। ସେହିପରି ଦିଗପହଣ୍ଡି ବ୍ଲକ ଅଧିନ ୨୪ଟି ପ୍ରାଥମିକ ସେବା ସମବାୟ ସମିତଗୁଡିକରେ ମଧ୍ୟ ଛକାପଞ୍ଝା ଆରମ୍ଭ ହୋଇଯାଇଛି।
ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିନ ୨୦ଟି ଏବଂ ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିନ ୪ଟି ପ୍ରାଥମିକ ସେବା ସମବାୟ ସମିତି ପାଇଁ ୨ଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ। ଆସନ୍ତା ଜୁନ ୧୯ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ୨୬ରେ ଦ୍ୱିିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଦିଗପହଣ୍ଡି ସେବା ସମବାୟ ସମିତିରେ ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ନିର୍ବାଚନ ଅଧିକାରୀ ଭାବେ ଘନଶ୍ୟାମ ପତିଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ପ୍ରତ୍ୟେକ ସେବା ସମବାୟ ସମିତି ଗୁଡ଼ିକ ନିମନ୍ତେ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରତ୍ୟେକ ସେବା ସମବାୟ ସମିତିକୁ ୧୫ ଟି ଜୋନରେ ବିଭକ୍ତ କରାଯାଇଛି। ଗତ ୧୮ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଯେଉଁମାନେ ସମବାୟ ସମିତିରେ ସଭ୍ୟ ଥିବେ ସେହିମାନଙ୍କୁ ନେଇ ଜୋନ(ନିର୍ବାଚନ ମଣ୍ଡଳୀ) ଗଠନ କରାଯାଇଛି। ସମବାୟ ନିର୍ବାଚନ ପାଇଁ ଅନୁସୂଚିତ ଜାତି/ଜନଜାତି ବର୍ଗର ସଭ୍ୟାସଭ୍ୟମାନଙ୍କର ଆକାଉଣ୍ଟରେ ଶହେ ଟଙ୍କା ଏବଂ ସାଧାରଣ ବର୍ଗଙ୍କ ୫ ଶହ ଟଙ୍କା ଗତ ୧୮ ଡିସେମ୍ବର ୨୦୨୧ ସୁଦ୍ଧା ଜମା ରହିଥିବ, ସେହି ସଭ୍ୟା ସଭ୍ୟମାନେ ନିର୍ବାଚନ ପ୍ରକ୍ରିୟା ଓ ଭୋଟ ଦାନରେ ଭାଗ ନେ ପାରିବେ ବୋଲି ଗାଇଡ ଲାଇନ ଥିବା ଗଞ୍ଜାମ ଜିଲା ସହକାରୀ ସମବାୟ ନିବନ୍ଧକ ଶିବ ପ୍ରସାଦ ସ୍ବାଇଁ ସୂଚନା ଦେଇଛନ୍ତି।
ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍; ମିଳିନି ପରିଚୟ…
ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...
ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...
ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ…
ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...
ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...
କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….
ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...
ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…
ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...
ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…
ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...
କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…
ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...
Archives


