୪୮ ଘଣ୍ଟା ମଧ୍ୟରେ ଆପରାଧିକ ତଥ୍ୟ ପ୍ରକାଶ କରନ୍ତୁ ପ୍ରାର୍ଥୀ: ନିର୍ବାଚନ କମିଶନର

ଭୁବନେଶ୍ୱର,୧୭।୧୦: ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନର (EC) ପ୍ରାର୍ଥୀଙ୍କୁ ଶୁକ୍ରବାର ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ନିଜ ଆପରାଧିକ ତଥ୍ୟ ପ୍ରକାଶ କରିବାକୁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଦ୍ରିତ ଗଣମାଧ୍ୟମ, ନିଜ ଅଫିସିଆଲ ସୋସିଆଲ ମିଡ଼ିଆରେ ତଥ୍ୟ ଦେବାକୁ ECଙ୍କ ପକ୍ଷରୁ କୁହାଯାଇଛି। ଏପରିକି ୱେବ୍‌ସାଇଇଟ ମାଧ୍ୟମରେ ମଧ୍ୟ ନିଜ ଆପରାଧିକ ତଥ୍ୟ ଦେଇପାରିବେ ବୋଲି ECଙ୍କ ପକ୍ଷରୁ ପ୍ରାର୍ଥୀଙ୍କୁ ଅବଗତ କରାଯାଇଛି।