Posted inଜାତୀୟ

ବଢ଼ିବ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା

ନୂଆଦିଲ୍ଲୀ, ୧୩।୧୨(ପି.ଟି.): ଲୋକ ସଭା ଓ ବିଧାନସଭା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କର ଖର୍ଚ୍ଚ ସୀମା କେତେ ହେବା ଆବଶ୍ୟକ ଏନେଇ ନିର୍ବାଚନ କମିଶନ (ଇସି) ସ୍ବୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟ ରାଜନୈତିକ ଦଳଗୁଡ଼ିକର ମତାମତ ଲୋଡ଼ିଛନ୍ତି। ସେମାନଙ୍କୁ ମତାମତ ଓ ପ୍ରସ୍ତାବ କମିଟିର ନୋଡାଲ ଅଫିସରଙ୍କ ପାଖକୁ ପଠାଇବା ପାଇଁ ପରାମର୍ଶ ଦିଆଯାଇଛି। ନିର୍ବାଚନୀ ଖର୍ଚ୍ଚ ସୀମା ସଂଶୋଧନ ଲାଗି ଗତ ଅକ୍ଟୋବରରେ ଉକ୍ତ କମିଟି ଗଠନ କରାଯାଇଥିଲା।
ଭୋଟରଙ୍କ ସଂଖ୍ୟା ବଢ଼ିବା ସହ ମୂଲ୍ୟ ମୁଦ୍ରାସ୍ଫୀତି ସୂଚକାଙ୍କ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ପୁନଃ ନିର୍ଦ୍ଧାରଣ ଲାଗି କମିଟିକୁ ଦାୟିତ୍ୱ ଦିଆଯାଇଥିଲା। ପୂର୍ବରୁ ୨୦୧୪ରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ସଂଶୋଧନ ହୋଇଥିତ୍ଲା। ଗତ ୬ ବର୍ଷ ମଧ୍ୟରେ ଭୋଟରଙ୍କ ସଂଖ୍ୟା ୮୩.୪ କୋଟିରୁ ୯୨.୧ କୋଟିକୁ ବୃଦ୍ଧି ପାଇଛି। ଉକ୍ତ ସମୟ ମଧ୍ୟରେ ମୂଲ୍ୟ ମୁଦ୍ରାସ୍ଫୀତି ୨୨୦ରୁ ବଢ଼ି ୩୦୧ରେ ପହଞ୍ଚତ୍ଲାଣି ବୋଲି ଅକ୍ଟୋବରରେ କମିଟି ଗଠନ ବେଳେ ଘୋଷଣା କରାଯାଇଥିଲା। କମିଟି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ଦ୍ଧିତ ଭୋଟର ସଂଖ୍ୟା ଏବଂ ମୁଦ୍ରାସ୍ଫୀତି ସୂଚକାଙ୍କକୁ ଅନୁଧ୍ୟାନ କରି ବର୍ତ୍ତମାନ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚ କେତେ ହେବା ଆବଶ୍ୟକ ତାହା ସ୍ଥିର କରିବ। ଆସନ୍ତା ବର୍ଷ ପ୍ରଥମ ଭାଗରେ କମିଟି ଇସିଙ୍କୁ ରିପୋର୍ଟ ଦେବା ଆଶା କରାଯାଉଛି। କରୋନା ମହାମାରୀ ସମୟରେ ପ୍ରାର୍ଥୀମାନେ ପ୍ରଚାରକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ବିଚାରକୁ ନେଇ ଇସିଙ୍କ ସୁପାରିସ କ୍ରମେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୧୦ ପ୍ରତିଶତ ମଧ୍ୟରେ ବଢ଼ାଇବା ପାଇଁ ସରକାର କମିଟି ଗଠନ କରିଥିଲେ। ଏହି ସଂଶୋଧିତ ଖର୍ଚ୍ଚ ବିହାର ବିଧାନସଭା ନିର୍ବାଚନ ଓ ଅନ୍ୟାନ୍ୟ ଉପନିର୍ବାଚନ ପାଇଁ ଲାଗୁ ହେବ।
ବର୍ତ୍ତମାନ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, କର୍ନାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ତେଲଙ୍ଗାନା ଏବଂ ଦିଲ୍ଲୀ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଲୋକ ସଭା ନିର୍ବାଚନ ପାଇଁ ୭୭ ଲକ୍ଷ ଏବଂ ବିଧାନସଭା ପାଇଁ ୩୦.୮ ଲକ୍ଷ ଟଙ୍କା ରଖାଯାଇଛି। ସେହିପରି ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରାରେ ଲୋକ ସଭା ନିର୍ବାଚନ ଖର୍ଚ୍ଚ ସୀମା ୭୭ ଲକ୍ଷ ହୋଇଥିବାବେଳେ ବିଧାନସଭା ଖର୍ଚ୍ଚ ସୀମା ୨୨ ଲକ୍ଷ ରହିଛି। ଅରୁଣାଚଳପ୍ରଦେଶ, ଗୋଆ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାଭେଲି ଏବଂ ଡାମନ ଓ ଡିଉ, ଲାକ୍ଷାଦ୍ୱୀପ, ପୁଡ଼ୁଚେରୀ ଓ ଲଦାଖ ପାଇଁ ପ୍ରାର୍ଥୀଙ୍କ ଲୋକ ସଭା ନିର୍ବାଚନ ଖର୍ଚ୍ଚ ସୀମା ୫୯.୪ ଲକ୍ଷ ଏବଂ ବିଧାନସଭା ନିର୍ବାଚନ ପାଇଁ ୨୨ ଲକ୍ଷ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri