ନିଆରା ଢଙ୍ଗରେ ପ୍ରାର୍ଥୀଙ୍କ ଭୋଟ ପ୍ରଚାର: କିଏ ଧାନ ଅମଳ ତ, ଆଉ କିଏ ବଜାଉଛନ୍ତି ବଂଶୀ

ନୂଆପଡ଼ା,୧ା୧୧ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକୁ ପ୍ରମୁଖ ଦଳ ଜୋର୍‌ଦାର କରିଛନ୍ତି। ଭାଜପା, ବିଜେଡି ଓ କଂଗ୍ରେସର ହେଭିୱେଟ୍‌ ନେତା ଓ ଷ୍ଟାର ପ୍ରଚାରକ ଗାଁ ଗାଁ ବୁଲି ସଭା ସମିତି କରି ଭୋଟ ଭିକ୍ଷା କରୁଛନ୍ତି। ହେଲେ ସ୍ବାଧୀନ ପ୍ରାର୍ଥୀଙ୍କ ନିଆରା ଢଙ୍ଗରେ ପ୍ରଚାର ଚର୍ଚ୍ଚାର ବିଷୟ ହୋଇଛି। କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଘାସିରାମ ମାଝି ପ୍ରଚାର ସମୟରେ ଚାଷୀଙ୍କ ଧାନଖଳାକୁ ଯାଇ ମେଶିନରେ ଧାନ ଅମଳ ସହ ଘମେଲାରେ ଧାନ ଉଠାଇ ବସ୍ତାରେ ଭର୍ତ୍ତି କରୁଛନ୍ତି। ସେହିପରି ଓଡ଼ିଶା ଜନତା ପାର୍ଟି ପ୍ରାର୍ଥୀ ଶୁକଧର ଦଣ୍ଡସେନା ବଂଶୀ ବଜାଇ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି। ସ୍ବାଧୀନ ପ୍ରାର୍ଥୀ ଲୋଚନସିଂ ମାଝି ସାଇକେଲରେ ଲୋକଙ୍କ ପାଖକୁ ଯାଇ ପ୍ରଚାର କରୁଛନ୍ତି। ଏହି ସମୟରେ ପ୍ରାର୍ଥୀମାନେ ନୂଆପଡ଼ା ନିର୍ବାଚନମଣ୍ଡଳୀର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟ ଜଳ ଭଳି ସମସ୍ୟା ଉପରେ ବିଶେଷ ଧ୍ୟାନ ଦେବେ ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଇ ବହୁମତରେ ବିଜୟୀ କରାଇବାକୁ ନିବେଦନ କରିଥିଲେ।

 

Dharitri – Odisha’s No.1 Odia Daily

 

Share