ନିର୍ବାଚନ ପୂର୍ବରୁ ଭାଙ୍ଗିଦେଲେ ୱାର୍ଡସଭ୍ୟ ପ୍ରାର୍ଥୀଙ୍କ ଘର

ବାସୁଦେବପୁର,୨୧।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତ ଭାତପଡ଼ା ଗ୍ରାମରେ ରାଜନୈତିକ ହିଂସା ଘଟିଛି। କଂଗ୍ରେସ ଏବଂ ବିଜେଡି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି। ସେମାନେ ହେଲେ ପୂର୍ବତନ ସମିତିସଭ୍ୟ ତଥା ବରିଷ୍ଠ ବିଜେଡି ନେତା ଭଗବାନ ଚନ୍ଦ୍ର ନାୟକ ଏବଂ କଂଗ୍ରେସ ସମର୍ଥିତ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ପୁଅ ସତ୍ୟବ୍ରତ ଜେନା। ଏପରିକି ପୂର୍ବତନ ସମିତିସଭ୍ୟ ତଥା କଂଗ୍ରେସ ନେତା ସୁରେନ୍ଦ୍ର ବିଶ୍ୱାଳଙ୍କ ବାଇକ୍‌ ଭଙ୍ଗାରୁଜା କରାଯାଇଛି। ସେହିପରି କିଛି ବ୍ୟକ୍ତି କଂଗ୍ରେସ ସମର୍ଥିତ ୱାର୍ଡସଭ୍ୟ ପ୍ରାର୍ଥୀ ପଦ୍ମଲୋଚନ ଜେନାଙ୍କ ଘରକୁ ଭାଙ୍ଗି ଦେଇଛନ୍ତି। ଏନେଇ ବାସୁଦେବପୁର ଥାନାରେ ୩ଟି ଅଭିଯୋଗ ହୋଇଛି।

ପୂର୍ବତନ ସମିତିସଭ୍ୟ ଭଗବାନଙ୍କ ଅଭିଯୋ ମୁତାବକ, ସେ ଘରେ ଥିବା ବେଳେ କିଛି କଂଗ୍ରେସ କର୍ମୀ ସଂଘବଦ୍ଧ ହୋଇ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଅପରପକ୍ଷେ କଂଗ୍ରେସ ସମର୍ଥିତ ୱାର୍ଡ଼ମେମ୍ବର ପ୍ରାର୍ଥୀ ପଦ୍ମଲୋଚନ ଜେନାଙ୍କ ସ୍ତ୍ରୀ ମଞ୍ଜୁଲତା ଜେନାଙ୍କ ଅଭିଯୋଗ ମୁତାବକ, ବିପକ୍ଷ ରାଜନୈତିକ ଦଳର ଶତାଧିକ କର୍ମୀ ଯୋଜନା ମୁତାବକ ତାଙ୍କ ଘରେ ପସି ଘର ଏବଂ ଗାଡ଼ି ଭାଙ୍ଗବା ସହ ଘରୁ ମୋବାଇଲ ଫୋନ ଓ ଅନ୍ୟ ସାମଗ୍ରୀ ଲୁଟ୍‌ ନେଇଛନ୍ତି। ଏପରିକି ଆକ୍ରମଣରେ ତାଙ୍କ ପୁଅ ସତ୍ୟବ୍ରତ ମଧ୍ୟ ଆହତ ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏନେଇ ସେ ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସେହିପରି କଂଗ୍ରେସର ପୂର୍ବତନ ସମିତିସଭ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କଛି ଯୁବକ ତାଙ୍କୁ ଗାଳିଗୁଲଜ କରିଥିଲେ। ପରେ ସେମାନେ ତାଙ୍କ ବାଇକ୍‌ ସହ ପିତା ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ମଣିଭଦ୍ର ବିଶ୍ୱାଳଙ୍କ ପ୍ରତିମୂର୍ତ୍ତି ଖମ୍ବକୁ ଭାଙ୍ଗି ଦେଇଛନ୍ତି। ଏନେଇ ବାସୁଦେବପୁର ଥାନାରେ ୩ଟି ପୃଥକ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ସୂଚନା ଯୋଗ୍ୟ ୨୨ତାରିଖରେ ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri