ସ୍ବାୟତ୍ତ ଶାସନ ଦିବସ ପାଳନକୁ ବର୍ଜନ କଲେ ଉପାଧ୍ୟକ୍ଷଙ୍କ ସମେତ ୯ କାଉନସିଲର

ପୁରୁଷୋତ୍ତମପୁର,୩୧ା୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଡିଓ ମନୋଜ କୁମାର ନାୟକ ଯୋଗଦେଇ ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରି ସମସ୍ତେ ମତଭେଦ ଭୁଲି ସହରର ବିକାଶ ଲାଗି ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସିଡିପିଓ ମମତା ମଲ୍ଲିକ, ସହକାରୀ ଯନ୍ତ୍ରୀ ନାଗଭୂଷଣ ଯାଦବ, ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଫୁଲ କୁମାର ରଥ, ତାରାତାରିଣୀ କଲେଜ ଡେମୋନଷ୍ଟ୍ରେଟର ରାମନାଥ ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ଏ.ରାଜୁଗୋପାଳ ରାଓ, କାଉନସିଲର ଅଶୋକ କୁମାର ମହାକୁଡ, ଅରୁଣ କୁମାର ମହାକୁଡ, ପ୍ରମିତା କୁମାରୀ ପଣ୍ଡା,ସୁଦେଷ୍ଣା ବେହେରା ଯୋଗଦେଇ କୃତୀ ଛାତ୍ରୀଛାତ୍ର ଓ କର୍ମଚାରୀମାନଙ୍କୁ ପୁରସ୍କୁତ କରିଥିଲେ। ମାତ୍ର ଏଠାରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଛି। ଯାହାକି ଦୀର୍ଘଦିନ ଧରି ଏନ୍‌ଏସି ପ୍ରଶାସନର କାର୍ଯ୍ୟକଳାପ ବିରୋଧରେ କାଉନସିଲରମାନଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୁଷ୍ଟର ନିଆଁ ଏକ ପ୍ରକାର ବିଷ୍ପୋରକ ରୂପ ନେଇଛି। ଏନ୍‌ଏସି ପ୍ରଶାସନର ମନୋମୁଖୀ ଶାସନ ଓ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟର ଅଭିଯୋଗ କରି ସ୍ବାୟତ୍ତଶାସନ ଦିବସକୁ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ୯ ଜଣ କାଉନସିଲର ବର୍ଜନ କରି କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି। ଏପରିକି ଅପରପକ୍ଷରେ ଏଠାରେ ଚାଲିଥିବା ଏକଛତ୍ରବାଦ ଓ ମନୋମୁଖୀ କାର୍ଯ୍ୟକୁ ନେଇ ନବନିର୍ବାଚିତ ଏମ୍‌ପି ଓ ବିଧାୟକ ମଧ୍ୟ ସ୍ବାୟତ୍ତଶାସନ ଦିବସକୁ ଆସିବାକୁ କୁଆଡ଼େ ଅମଙ୍ଗ ହୋଇ ଆସି ନ ଥିବା ନେଇ ସହର ସାରା ଚର୍ଚ୍ଚା ହେବାରେ ଲାଗିଛି। ଫଳରେ ଏହି କାରଣରୁ ଏଠାରେ ସ୍ବାୟତ୍ତ ଶାସନ ଦିବସ ଏକ ପ୍ରକାର ଫିକା ପଡ଼ିଯାଇଛି। ଏପରିକି ଗତବର୍ଷ ସ୍ବାୟତ୍ତ ଶାସନ ଦିବସରେ କାଉନସିଲରମାନଙ୍କୁ ଅଣଦେଖା କରାଯାଇ ଇଚ୍ଛା ମୁତାବକ ବେଆଇନ ଭାବରେ କାର୍ଯ୍ୟ କରାଯାଉଥିବାର ଅଭିଯୋଗ କରିଥିଲେ। ଏଥିସହ କାର୍ଯ୍ୟକ୍ରମ ସ୍ଥଳରେ ମଞ୍ଚ ତଳେ ଧାରଣାରେ ବସି ହୋ-ହଲ୍ଲା କରି କାର୍ଯ୍ୟକ୍ରମକୁ ବର୍ଜନ କରି ଉଠି ଚାଲିଯାଇଥିଲେ। ଫଳରେ ସେତେବେଳେ ଏକପ୍ରକାରର ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?