କାନାର ବ୍ୟାଙ୍କର କର୍ପୋରେଟ ମିଟ୍‌

ଭୁବନେଶ୍ୱର,୧୪ା୬: କାନାରା ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ବ୍ୟାଙ୍କର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ବଳିଷ୍ଠ ମାର୍ଗଦର୍ଶନରେ ଏକ କର୍ପୋରେଟ୍‌ ମିଟ୍‌ ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ କ୍ରାଉନ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୭୦ରୁ ଉର୍ଦ୍ଧ୍ୱ କର୍ପୋରେଟ୍‌ ଓ ଏମ୍‌ଏସ୍‌ଏମ୍‌ଇ ଗ୍ରାହକ ଭାଗ ନେଇଥିଲେ। କାନାରା ବ୍ୟାଙ୍କର ପ୍ରତିଷ୍ଠାତା ଏ. ସୁବାରାଓ ପାଇଙ୍କୁ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା।

କାନାରା ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ଉପ-ମହାପ୍ରବନ୍ଧକ ପି.ଠାକୁର ନାଏକ ସମସ୍ତ ଗ୍ରାହକଙ୍କୁ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ଗ୍ଲୋବାଲ ଟ୍ରେଡ୍‌ ପ୍ରୋସେସିଂ ସେଣ୍ଟର (ମଣିପାଲ)ର ହରିଶଙ୍କର ସିଂ ‘ଫରେକ୍ସ ଫର୍‌ ୟୁ’ ଉପରେ ଉପସ୍ଥାପନା ଦେଇଥିବା ସହ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ବାଲ୍‌ସୁବ୍ରମନ୍ୟନ୍‌ ପି ‘ଏପିଆଇ ବ୍ୟାଙ୍କିଙ୍ଗ୍‌ ଆଣ୍ଡ କର୍ପୋରେଟ୍‌ ଏଆଇଏଲ୍‌ ଆପ୍‌’ଉପରେ ଉପସ୍ଥାପନା ଦେଇଥିଲେ। କେୟାର ରେଟିଂ ଏଜେନ୍ସିର ବରିଷ୍ଠ ନିର୍ଦ୍ଦେଶକ ପ୍ରିତି ଅଗ୍ରୱାଲ ‘ମେଜର ସେକ୍ଟର ରିଲେଭାଣ୍ଟ ଫର ଓଡିଶା ଇକୋନୋମି’ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

କାନାରା ଏଚ୍‌ଏସ୍‌ବିସି ଲାଇଫ୍‌ ଇନ୍‌ସ୍ୟୁରାନ୍ସର ଭାଇସ୍‌ ପ୍ରେସିଡେଣ୍ଟ ବିକାଶ କୁମାର ଗୁପ୍ତା ‘ୱେଲ୍‌ଥ ଆଣ୍ଡ୍‌ ଲିଗାସି ପ୍ଲାନିଂ’ ଉପରେ ଉପସ୍ଥାପନା ଦେଇଥିବା ସହ ବରିଷ୍ଠ ପ୍ରବନ୍ଧକ (ମାର୍କେଟିଂ) ସୁମନ ଝା ‘କାନାରା ବେତନ ପ୍ୟାକେଜ’ ଉପରେ ଉପସ୍ଥାପନା ଦେଇଥିଲେ। ଏହି ବୈଠକରେ ପ୍ରଦାନ କରାଯାଇଥିବା ଉପସ୍ଥାପନାଗୁଡିକୁ ଲାଭଦାୟକ ମନେକରି କର୍ପୋରେଟ/ଏମ୍‌ଏସ୍‌ଏମ୍‌ଇ ଗ୍ରାହକମାନେ ପ୍ରଶଂସା କରିଥିଲେ। ଭୁବନେଶ୍ୱର ଅଞ୍ଚଳର ଉପମହାପ୍ରବନ୍ଧକ ନେତ୍ରମୋହନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?