Posted inଜାତୀୟ

କଠୋରପନ୍ଥୀ ତତ୍ତ୍ୱଙ୍କୁ ଆଶ୍ରୟ ଦେଇଛି କାନାଡା

ନୂଆଦିଲ୍ଲୀ,୩୦ା୯ : କାନାଡା କଠୋରପନ୍ଥୀ ତତ୍ତ୍ୱଙ୍କୁ ଆଶ୍ରୟ ଦେଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିବା ସହ ଏନେଇ ନୂଆଦିଲ୍ଲୀର ଉଦ୍‌ବେଗ ଆମେରିକାକୁ ଜଣାଇଛନ୍ତି। କାନାଡା ସହ ଦେଖାଦେଇଥିବା କୂଟନୈତିକ ବିବାଦ ସମ୍ପର୍କରେ ଜୟଶଙ୍କର ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଜାକ୍‌ ସୁଲିଭାନ୍‌ ଏବଂ ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ଅବଗତ କରାଇଥିଲେ। ହଡ୍‌ସନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଥିଙ୍କ୍‌ଟ୍ୟାଙ୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ଜୟଶଙ୍କର କହିଥିଲେ, ଗୁରୁବାର ବ୍ଲିଙ୍କେନ୍‌ଙ୍କ ସହ ଆଲୋଚନା ବେଳେ କାନାଡା କରିଥିବା ଅଭିଯୋଗ ପ୍ରସଙ୍ଗ ସ୍ଥାନ ପାଇଥିଲା। ବ୍ଲିଙ୍କେନ୍‌ ଏବଂ ସୁଲିଭାନ୍‌ ସମୁଦାୟ ସ୍ଥିତି ଉପରେ ଆମେରିକାର ମତାମତ ପ୍ରକାଶ କରିଥିଲେ। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟା ସମ୍ପର୍କିତ ନିର୍ଦ୍ଦିଷ୍ଟ ତଥା ଉପଯୁକ୍ତ ତଥ୍ୟ ଦେଲେ ଭାରତ ଏହାକୁ ଅନୁଧ୍ୟାନ କରିବ ବୋଲି ଜୟଶଙ୍କର କହିଛନ୍ତି। କାନାଡା ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଥିବା ଗତ ସପ୍ତାହରେ ନୂଆଦିଲ୍ଲୀ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ମୋଦିଙ୍କୁ ଝଟ୍‌କା: ଆମେରିକା-ଇରାନ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସର ପ୍ରଥମ ପ୍ରତିକ୍ରିୟା, ପାକିସ୍ତାନର…

ନୂଆଦିଲ୍ଲୀ,୮ା୪: ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ଏମ୍‌ପି ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri